Advertisment

କେନ୍ଦ୍ରାପଡ଼ା-ବାଲେଶ୍ୱରରେ EVM ଅଚଳ, ବୁଥ୍‌ରେ ଜମିଲା ଭିଡ଼

୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

ଅଦ୍ୟତନ ହୋଇଛି
Kendrapada Balasore EVM

Kendrapada Balasore EVM

Advertisment

ଆରମ୍ଭରୁ ବିଭିନ୍ନ ସ୍ଥାନରେ EVM ଅଚଳ, ମତଦାନ ବାଧାପ୍ରାପ୍ତ । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ବସନ୍ତପୁର ୨୫୪ନଂ ବୁଥ୍‌ରେ EVM ଅଚଳ । କେନ୍ଦ୍ରାପଡ଼ା ବାଲିପଡ଼ାର ୧୨୧, ୧୨୨ନଂ ବୁଥ୍‌ରେ କାମ କରୁନି EVM । କେନ୍ଦ୍ରାପଡ଼ା ବେଲପାଳର ୧୦୬ନଂ ବୁଥ୍‌ରେ ଇଭିଏମ୍ ଅଚଳ । ସାଲେପୁର ରୋଧପୁର ସ୍କୁଲ ୨୩୪ନଂ ବୁଥ୍‌ରେ କାମ କରୁନି ଇଭିଏମ୍ । ପାରାଦୀପ ନିମିଢ଼ିର ୧୭୧ ନଂ ବୁଥ୍‌ରେ ମଧ୍ୟ ଇଭିଏମ୍ ଅଚଳ। ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ୧୪୨ ନଂ ବୁଥରେ ଇଭିଏମ୍ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ବାଲେଶ୍ୱର ସଦର ୧୫୩ ନଂ, ବସ୍ତାର ୨୬ନଂ ବୁଥରେ EVM ଅଚଳ ହୋଇଛି ।

Advertisment

ତେବେ ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍।  ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ମକ୍ ପୋଲିଂ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇବା ଆରମ୍ଭ କଲେଣି । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ୬ ଲୋକସଭା ଆସନ ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ।

Advertisment

ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି। ଏଥିରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି। ସେହିପରି ୨୧ ପ୍ରତିଶତ ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି। ଏସବୁ ବୁଥ ଗୁଡିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ପର୍ଯ୍ୟାୟରେ ଲୋକସଭାରେ ଅନେକ ହେଭିୱେଟ୍‌ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିରୁ ସୁଦାମ ମାରାଣ୍ଡି, ନବ ଚରଣ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ଜେନା, ମଞ୍ଜୁଲତା ମଣ୍ଡଳ, ଅଭିମନ୍ୟୁ ସେଠୀ, ଅନନ୍ତ ପ୍ରସାଦ ସେଠୀ, ଶର୍ମିଷ୍ଠା ସେଠୀ, ରବୀନ୍ଦ୍ର ନାରାୟଣ ବେହେରା, ଅଂଶୁମାନ ମହାନ୍ତି, ବୈଜୟନ୍ତ ପଣ୍ଡା, ରାଜଶ୍ରୀ ମଲ୍ଲିକ ଓ ବିଭୁପ୍ରସାଦ ତରାଇ ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ