Naveen Niwas
ମେଣ୍ଟ ଚର୍ଚ୍ଚା ଭିତରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। କିଛି ସମୟ ପରେ ନବୀନ ନିବାସରେ ବସିବ ଜରୁରୀ ବୈଠକ। ଏହି ବୈଠକରେ ମେଣ୍ଟ ସଂପର୍କରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ବୈଠକରେ ଯୋଗ ଦେବା ପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ଡକରା ଯାଇଛି। ଏବେ କିଛି ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚୁଛନ୍ତି।
ଏହି ବୈଠକରେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଡକାଯାଇଥିବା ସୂଚନା ରହିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ବୈଠକ ହୋଇଥିଲା। ଯେଉଁଥିରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା।
ତେବେ ନବୀନ ନିବାସରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବା ପାଇଁ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ନବୀନ ନିବାସ ପହଞ୍ଚୁଛନ୍ତି। ସଗଂଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସମ୍ବିତ ରାଉତରାୟ, ସ୍ନେହାଙ୍ଗିନୀ ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ସସ୍ମିତ ପାତ୍ର, ଅତନୁ ସବ୍ୟସାଚୀ, ସୁଧୀର ସାମଲ, ପ୍ରୀତି ରଞ୍ଜନ ଘଡାଇଙ୍କ ଭଳି ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710415594.jpg)