Advertisment

ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ଅଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା

ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ମେଣ୍ଟକୁ ନେଇ ଆମେ ଦ୍ୱନ୍ଦ୍ୱରେ ନାହୁଁ।

ଅଦ୍ୟତନ ହୋଇଛି
BJD-BJP Alliance

BJD-BJP Alliance

Advertisment

ଦ୍ୱନ୍ଦ୍ୱ ଭିତରେ ପୁଣି ବଢ଼ିଛି ରାଜ୍ୟରେ ମେଣ୍ଟ ଚର୍ଚ୍ଚା। ଦିଲ୍ଲୀରେ ଅଛନ୍ତି ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ। ଏହି ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଧର୍ମେନ୍ଦ୍ରଙ୍କ ନୂଆଦିଲ୍ଲୀ ସ୍ଥିତ ୧୯-କୃଷକ ରୋଡ୍‌ ସରକାରୀ ଘରେ ମିଟିଂ ଜାରି ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଧର୍ମେନ୍ଦ୍ରଙ୍କ ସହ ରାଜ୍ୟ ବିଜେପିର ବରିଷ୍ଠ ନେତା ସାମିଲ ଅଛନ୍ତି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କୁହାଯାଉଛି।

Advertisment

ସେପଟେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ମେଣ୍ଟକୁ ନେଇ ଆମେ ଦ୍ୱନ୍ଦ୍ୱରେ ନାହୁଁ। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ନବୀନ ପଟ୍ଟନାୟକ ସବୁବେଳେ ପଦକ୍ଷେପ ନେଇଛନ୍ତି। ମେଣ୍ଟ କିଛି ନୂଆ କଥା ନୁହେଁ। ବିଗତ ଦିନରେ ବି ହୋଇଥିଲା, ଆଗାମୀ ଦିନରେ ମେଣ୍ଟ ହେବ। ଏହାଦ୍ୱାରା କିଛି ଆଶାୟୀ ରହିଯିବେ । କିନ୍ତୁ ସେମାନଙ୍କୁ ଆଡଜଷ୍ଟ କରାଯିବ। ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ମାନିବୁ। ମେଣ୍ଟ ହେଲେ ବିଜେଡି ସବୁବେଳେ ଲାଭରେ ରହିଛି। ତେବେ ଲାଭ-କ୍ଷତି ସମୟ କହିବ ବୋଲି କହିଛନ୍ତି ପର୍ଶୁରାମ ।

ଅନ୍ୟପଟେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ମେଣ୍ଟ ଚର୍ଚ୍ଚା ମିଡିଆରେ ହେଉଛି । ଆମ ପାଖକୁ ମେଣ୍ଟ ଚର୍ଚ୍ଚା ଆସିନାହିଁ । ରାଜ୍ୟ ସଭାପତି ଏବଂ ପ୍ରଭାରୀ ଏ ସଂପର୍କରେ ଯାହା କହିବା କଥା କହି ସାରିଛନ୍ତି । ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ହିସାବରେ, ଶୀର୍ଷ ନେତା କହି ସରିଲା ପରେ ମୁଁ କହିବାର କିଛି ମାନେ ନାହିଁ । ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେଇ ସାରିଲା ପରେ କିଛି କହି ହେବ । ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଘରେ ବିଧାୟକମାନଙ୍କ ବୈଠକକୁ ନେଇ ସେ କହିଛନ୍ତି କେବଳ ଅନୌପଚାରିକ କଥା ବାର୍ତ୍ତା ହେଉଥିଲା।

Advertisment

ତେବେ ଜାରି ରହିଥିବା ମେଣ୍ଟ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସୋସିଆଲ ମିଡିଆ ପୋଷ୍ଟ । ‘ଏକ୍ସ’ରେ ରାଜଦୀପ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, ଖୁବଶୀଘ୍ର ଏନେଇ ଘୋଷଣା ହୋଇପାରେ । ଏହା ସହ ସିଟ୍‌ ସେୟାରିଂ ପ୍ରସଙ୍ଗରେ କହିଛନ୍ତି, ମେଣ୍ଟ ହେଲେ ବିଜେପି ୧୩ ଲୋକସଭା ଆସନରେ ପ୍ରାର୍ଥୀ ଦେବ ଏବଂ ବିଜେଡି ଭାଗରେ ୮ ଆସନ ରହିବ । ସେହିପରି ବିଧାନସଭା ଆସନ ମଧ୍ୟରୁ ବିଜେପି ୪୯ ଏବଂ ବିଜେଡି ୯୮ ଆସନରେ ପ୍ରାର୍ଥୀ ଦେଇପାରେ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ।

BJD BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ