DGP
ନିର୍ବାଚନକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ ଶେଷ ହୋଇଛି। ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ରଖିଛନ୍ତି। 'ବେଆଇନ୍ ଅସ୍ତ୍ରଶସ୍ତ୍ର, ନିଶା ଦ୍ରବ୍ୟ ଚାଲାଣ ଓ ଟଙ୍କା କାରବାର ରୋକିବାକୁ ଗୁରୁତ୍ୱ ଦିଆଯିବ । 'ନକ୍ସଲପ୍ରବଣ ଅଞ୍ଚଳରେ ସୀମାନ୍ତବର୍ତ୍ତୀ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ଛତିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ସହ ସ୍ୱତନ୍ତ୍ର ବୈଠକ କରିବୁ ବୋଲି କହିଛନ୍ତି ଅରୁଣ ଷଡ଼ଙ୍ଗୀ ।
'ବିଭିନ୍ନ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ବର୍ଡର ଚେକିଂ ପୋଷ୍ଟ କରାଯାଇଛି । 'ରାତିରେ ନାକା ବଢ଼ାଇଛୁ, ଗାଡ଼ିମୋଟର ଯାଞ୍ଚ କରାଯାଉଛି ବୋଲି ଡିଜିପି କହିଛନ୍ତି। ତେବେ ଫେକ୍ ନ୍ୟୁଜ ଉପରେ ନଜର ରହିବ ବୋଲି କହିଛନ୍ତି ଡିଜିପି ଅରୁଣ ଷଡ଼ଙ୍ଗୀ । ସୋସିଆଲ୍ ମିଡିଆର କଣ୍ଟେଣ୍ଟ ଉପରେ ତୀକ୍ଷଣ ନଜର ରଖାଯିବ । ସବୁ ନ୍ୟୁଜକୁ ମନିଟରିଂ କରାଯିବ, ଦୋଷୀ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅରୁଣ ଷଡ଼ଙ୍ଗୀ । ଓଡ଼ିଶାର ୧୬ଟି ସୀମାବର୍ତ୍ତୀ ଜିଲ୍ଲା ଏସପି ମଧ୍ୟ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/DGP_1710773010.jpg)