Advertisment

କେତେ ପରିବାରକୁ ମାଗଣା ବିଜୁଳି ? ଏଇ ଘୋଷଣାରେ ସତ କେତେ ମିଛ କେତେ ?

ରାଜ୍ୟର ୯୦ ପ୍ରତିଶତ ଉପଭୋକ୍ତଙ୍କୁ ମାଗଣା ବିଜୁଳି ନେଇ ବିଜେଡି ଘୋଷଣାରେ ସତ୍ୟତା କେତେ ?

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ଏଥର ବିଜେଡି କ୍ଷମତାକୁ ଆସିଲେ ମାଗଣାରେ ବିଜୁଳି। ୯୦ ପ୍ରତିଶତ ପରିବାରକୁ ଆଉ ଦେବାକୁ ପଡ଼ିବନି ବିଜୁଳି ବିଲ୍। ଦୀର୍ଘ ୨୪ ବର୍ଷର ଲମ୍ବା ଶାସନ କାଳ ପରେ ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଥର ପାଇଁ ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇଛି ବିଜୁ ଜନତା ଦଳ। ଆଉ ଗଣମାଧ୍ୟମରେ ଘନ ଘନ ବିଜ୍ଞାପନ ସହ ନିର୍ବାଚନୀ ସଭାରେ ସମାନ କଥା କହି ବୁଲୁଛନ୍ତି ବିଜେଡି ନେତା।

Advertisment

ତେବେ ବିଜେଡିର ଏ ଘୋଷଣା କେବଳ ଭେଳିକି ବୋଲି ଏବେଠୁ କହିଲେଣି, ଗ୍ରାହକ, ବିଜୁଳି ଉପଭୋକ୍ତା ସଂଘ ଓ ବିରୋଧୀ। ବିଜେଡି ଘୋଷଣା କରିଛି ଯେ, ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଗ୍ରାହକ ଆଦୌ ବିଜୁଳି ବିଲ୍ ଦେବେନାହିଁ। ୧୦୦ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ଖର୍ଚ୍ଚ କଲେ ଗ୍ରାହକଙ୍କ ପାଇଁ ଛାଡ଼ ହେବ ୫୦ ୟୁନିଟ୍। ଆଉ ୧୫୦ ୟୁନିଟରୁ ଅଧିକ ଖର୍ଚ୍ଚ କଲେ ଦେବାକୁ ପଡ଼ିବ ପୁରା ବିଲ୍।

ଏପଟେ ତଥ୍ୟ କହୁଛି, ରାଜ୍ୟରେ ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୫୫ ଲକ୍ଷ। ଏପରି ସ୍ଥଳେ ରାଜ୍ୟର ୯୦ ପ୍ରତିଶତ ଗ୍ରାହକ ମାଗଣା ବିଜୁଳି କେମିତି ପାଇବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ସେହିଭଳି ଓଡ଼ିଶାର ବିଜୁଳି ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୨ ଟଙ୍କା ୮୨ ପଇସା ଦେବାକୁ ପଡୁଥିବା ବେଳେ ତାମିଲନାଡ଼ୁର ଏକ ଘରୋଇ କମ୍ପାନୀକୁ ୨ ଟଙ୍କା ୫୨ ପଇସାରେ କେମିତି ବିକ୍ରି ହେଉଛି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ।

Advertisment

ଏପଟେ ବିଜେଡିର ବିଜୁଳ ଥୋପ ଆଉ ଗ୍ରାଉଣ୍ଡରେ ବାସ୍ତବତା ଭିତେର ବି ଆକାଶ ପାତାଳ ଫରକ। କାରଣ ଗ୍ରାହକଙ୍କ ଅଭିଯୋଗ, ଗୋଟିଏ ବଖରା ଘରେ ଗୋଟିଏ ବଲ ଆଉ ଅନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ବ୍ୟବହାର ହେଲେ ତାହା ମାସିକ ୧୦୦ ୟୁନିଟ୍ ଟପି ଯାଉଛି। ଏପରି ସ୍ଥଳେ ଟିଭି, ଫ୍ରିଜ୍ ଓ ଅନ୍ୟ ଉପକରଣ ଏବଂ ଖରାଦିନେ ଏସି, କୁଲର ଆଦି ବ୍ୟବହାର କଲେ, ଗ୍ରାହକ ମାଗଣାରେ ବିଜୁଳି ପାଇବା ଆଶା କେବଳ ସ୍ୱପ୍ନରେ ହିଁ ରହିଯିବ। ତେଣୁ ଏ ଘୋଷଣା ବାସ୍ତବରେ ଉପଭୋକ୍ତାଙ୍କ ପାଇଁ, ନା ନିର୍ବାଚନୀ ଭେଳିକି ବୋଲି କହି ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଗୋଷ୍ଠୀ।

ବିଜେଡି ଘୋଷଣାର ବହୁ ବର୍ଷ ଆଗରୁ ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ତେଲେଙ୍ଗାନା ଆଦି ରାଜ୍ୟ ସରକାରମାନେ ଘରୋଇ ଗ୍ରାହକଙ୍କୁ ସର୍ବନିମ୍ନ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ ଓଡ଼ିଶାରେ ସବସିଡି ଛାଡ଼ ନଥାଇ ବି ଏତେ ପଛରେ ବିଜେଡିର ଏଭଳି ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ପ୍ରତିଶ୍ରୁତି କେବଳ ନିର୍ବାଚନୀ ଧୂଆଁବାଣ ନୁହେଁ ତ ?

Advertisment

BJD General Election 2024 Congress BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ