ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି

ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ ।

Election 2024

ପେଶାରେ ଭିନ୍ନତା ଥାଇପାରେ, କିନ୍ତୁ ନିଶା ରାଜନୀତି । ଏମିତି କିଛି ଉଚ୍ଚଶିକ୍ଷିତ ବର୍ଗ ଏଥରର ପ୍ରତ୍ୟକ୍ଷ ପଲିଟିକସରେ ସାମିଲ ହୋଇଛନ୍ତି, ଯାହାଙ୍କ ମଧ୍ୟରେ କିଏ ଡାକ୍ତର ତ ଆଉ କିଏ ଇଞ୍ଜିନିୟର । କାହା ପାଖରେ MBA ତ ଆଉ କାହା ପାଖରେ ରହିଛି ବି-ଟେକ୍ ଡିଗ୍ରୀ । ସମସ୍ତଙ୍କ ସ୍ୱପ୍ନ ରହିଛି, ଜନତାଙ୍କୁ ବିକାଶ ଧାରାରେ ନେଇ ଶୀର୍ଷରେ ପହଞ୍ଚାଇବା ।

ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ । ବାପା ତଥା କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ସ୍ୱତନ୍ତ୍ର ପରିଚୟ ରହିଛି ସତ, କିନ୍ତୁ ସୋଫିଆ ବି କିଛି କମ୍ ନୁହଁନ୍ତି । ପେଶାରେ ସେ ଜଣେ ଇଞ୍ଜିନିୟର । ମେଟ୍ରୋ ଗ୍ରୁପର ଚେୟାରପର୍ସନ । ଦୀର୍ଘବର୍ଷ ଧରି ରିୟଲ୍ ଇଷ୍ଟେଟ୍ ବ୍ୟବସାୟ ସହ ଜଡ଼ିତ ସୋଫିଆ । କ୍ରେଡାଇ ଭୁବନେଶ୍ୱରର ପ୍ରଥମ ଓଡ଼ିଆ ମହିଳା ଭାବେ ସଭାପତି ସହ କ୍ରେଡାଇ ଇଷ୍ଟଜୋନ କୋର୍ଡିନେଟର ଅଛନ୍ତି। ଏବେ ବାପା ମୋକିମଙ୍କ ବଳକା ସ୍ୱପ୍ନକୁ ସାକାର ପାଇଁ ବାରବାଟୀ-କଟକରୁ ଏଥର ନିର୍ବାଚନ ଲଢ଼ୁଛନ୍ତି ସୋଫିଆ ।

ସେହିପରି ଆଉ ଜଣେ ହେଲେ ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ଜଣାଶୁଣା ନାଁ । କେବଳ ରାଜ୍ୟ କାହିଁକି, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଭାବେ ଦେଶରେ ବି ରହିଛି ସ୍ୱତନ୍ତ୍ର ପରିଚୟ । ଦୀର୍ଘ ୩୦ ବର୍ଷ ହେଲା ଚିକିତ୍ସା ସେବା ଜାରି ରଖିଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର SCBରେ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ । ଆଉ ଅବସର ପରେ ନିଜସ୍ୱ ହସ୍ପିଟାଲରେ ରୋଗୀ ସେବା ଜାରି ରଖିଛନ୍ତି । ଏସବୁ ଭିତରେ ଇଲେକ୍ସନ ମୈଦାନକୁ ଓହ୍ଲାଇଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର । ବିଜେପି ଟିକଟରେ ବାରବାଟୀ-କଟକ ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଏ ତ ଗଲା ବାରବାଟୀ-କଟକରେ ୨ ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ କଥା । ଏବେ ଜାଣନ୍ତୁ ଧାମନଗରର ଏହି ୩ ଯୁବ ଚେହେରାଙ୍କୁ। ବିଜେପିର ସୂର୍ଯ୍ୟବଂଶୀ ସୂରଜ, ବିଜେଡିର ଡାକ୍ତର ସଞ୍ଜୟ ଦାସ ଏବଂ କଂଗ୍ରେସର ରଞ୍ଜନ କୁମାର ବେହେରା । ଶିକ୍ଷାରେ ଏକକୁ ଆରେକ ବଳି । ସୂର୍ଯ୍ୟବଂଶୀ ସୂରଜ । ବି-ଟେକ୍ ପାସ୍ କରି ୨୦୧୯ରୁ ରାଜନୀତିରେ ସକ୍ରିୟ ରହି ୨୦୨୨ରୁ ବନିଛନ୍ତି ଧାମନଗର ବିଧାୟକ ।

ସେହିପରି ବିଜେଡି ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ । MBBS ପାସ୍ ପରେ ରୋଗୀ ସେବାକୁ ଆପଣାଇଥିଲେ । ପରେ କିନ୍ତୁ ଚାକିରି ଛାଡି ରାଜନୀତିରେ ପାଦ ଥାପିଛନ୍ତି ଏବଂ ବିଜେଡି ଭରସାରେ ଓହ୍ଲାଇଛନ୍ତି ମୈଦାନକୁ । ଏହି ୨ ଉଚ୍ଚଶିକ୍ଷିତଙ୍କ ବିପକ୍ଷରେ ଭାଗ୍ୟ ପରୀକ୍ଷା କରୁଥିବା କଂଗ୍ରେସର ପ୍ରାର୍ଥୀ ହେଲେ ରଞ୍ଜନ ବେହେରା । ସେ ବି ଜଣେ MBA ଛାତ୍ର । ପଞ୍ଚାୟତ ନିର୍ବାଚନରୁ ଲଢ଼େଇ କରିଆସୁଥିବା ରଞ୍ଜନ ଏବେ ପ୍ରଥମ ଥର ପାଇଁ ଧାମନଗର ସିଟରୁ ବନିଛନ୍ତି ବିଧାୟକ ପ୍ରାର୍ଥୀ।