Advertisment

ବିଜେଡିରୁ ଟିକଟ ବାଣ୍ଟୁଛି କିଏ ? ଗୁମର ଖୋଲିଦେଲେ ସସ୍ମିତ

ପଦ୍ମ ଶିବିରରେ ଅରିନ୍ଦମ। ବିଜେଡିରେ ହଲ୍ ଚଲ୍। ପ୍ରଥମେ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଆଉ ଏବେ ଭିଣୋଇ ଅରିନ୍ଦମ। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦୁଇ ସମ୍ପର୍କୀୟ ବିଜେଡିରୁ ମୁହଁ ଫେରାଇ ବିଜେପିରେ ଯୋଗ ଦେଇଛନ୍ତି।

undefined

BJD

Advertisment

ବିରୋଧୀ କ୍ୟାଂପରେ ପ୍ରଣବ ପ୍ରକାଶ ଦାସଙ୍କ ସଂପର୍କୀୟ। ଦେଖାଦେବ କି ସାଇଡ୍ ଇଫେକ୍ଟ। ଜଣକ ପରେ ଜଣେ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ୍ ହେଉଥିବା ବେଳେ ବବିଙ୍କ ସଂପର୍କୀୟ ଛାଡିବା ଟେନ୍‌ସନକୁ ଆହୁରୁ ବଢାଇଦେଇଛି। ସେପଟେ ଗୋଟିଏ ପରିବାର, ଗୋଟିଏ ଟିକେଟ ପାଇଁ ଟ୍ରେଣ୍ଡ ସେଟ୍ କରୁଥିବା ନେଇ ସଂଗଠନ ସଂପାଦକଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ବିଜେଡି ନେତା। ଅନ୍ୟପଟେ ଅରିନ୍ଦମ ଦଳ ଛାଡିବା ପରେ କଟକ ରାଜନୀତିରେ ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ପଦ୍ମ ଶିବିରରେ ଅରିନ୍ଦମ। ବିଜେଡିରେ ହଲ୍ ଚଲ୍। ପ୍ରଥମେ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଆଉ ଏବେ ଭିଣୋଇ ଅରିନ୍ଦମ। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦୁଇ ସମ୍ପର୍କୀୟ ବିଜେଡିରୁ ମୁହଁ ଫେରାଇ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ଅରିନ୍ଦମ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେଉନଥିବା କହି ବିଜେଡି ଉପରେ ବର୍ଷିଥିଲେ। ଏହା ପୂର୍ବରୁ ପ୍ରଣବଙ୍କ ମାମୁ ଭବାନୀ ଟିକେଟ ମାଗି ନିରାଶ ହେବା ପରେ ଦଳର ଗୁମର ଖୋଲିଥିଲେ।

ଏପଟେ ପ୍ରଣବଙ୍କ ସମର୍ଥନରେ କ୍ୟାମ୍ପେନିଂ ଆରମ୍ଭ କରିଛି ବିଜେଡି। ସାଂସଦ ସସ୍ମିତ ପାତ୍ର, ବିଧାୟକ ସୌଭିକ ବିଶ୍ୱାଳ, ସୁଶାନ୍ତ ରାଉତ, ଅନନ୍ତନାରାୟଣ ଜେନା ପ୍ରମୁଖ ନିଜ ସୋସିଆଲ ମିଡିଆ ପେଜ୍‌ରେ ପ୍ରଣବଙ୍କ ଭଳି ନେତାଙ୍କ ପାଇଁ ପ୍ରତିଟି କର୍ମୀ ଗର୍ବିତ ଶୀର୍ଷକ ଏକ ଲମ୍ବା ବାର୍ତ୍ତାକୁ ପୋଷ୍ଟ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ଅଛି ଯେ, ପ୍ରଣବ ଚାହିଁଥିଲେ ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ ବାଣ୍ଟିବାରେ କୌଣସି ସମସ୍ୟା ନଥିଲା। ଯାହାକୁ ପାରିଥାନ୍ତେ ତାକୁ ଟିକେଟ ଦେଇଥାନ୍ତେ। କିନ୍ତୁ ଗୋଟିଏ ପରିବାର ଗୋଟିଏ ଟିକେଟ ଟ୍ରେଣ୍ଡ ସେଟ୍ କରିବା ଲାଗି ପ୍ରଣବ ଏହା କରିନାହାଁନ୍ତି।

Advertisment

ତେବେ ଏଠି ପ୍ରଶ୍ନ ଦଳରେ ଟିକେଟ କଣ ପ୍ରଣବ ହିଁ ବାଣ୍ଟିଥାନ୍ତି? କିନ୍ତୁ ଦଳର ନେତାମାନେ ସବୁବେଳେ କହିଥାନ୍ତି ଯେ ନବୀନ ହିଁ ନିଷ୍ପତ୍ତି ନିଅନ୍ତି ଟିକେଟ କିଏ ପାଇବ। ଏପରିସ୍ଥଳେ ପ୍ରଣବଙ୍କ ଟିକେଟ ବଣ୍ଟା ବାର୍ତ୍ତା ଶୀର୍ଷ ନେତୃତ୍ୱକୁ ଚାଲେଞ୍ଜ ନୁହେଁ ତ! ସମାନ ବାର୍ତ୍ତାକୁ ନେଇ ଏକାଧିକ ନେତା ପୋଷ୍ଟ କରିବା ପଛର ଉଦ୍ଦେଶ୍ୟ କଣ? ଏଭଳି ବାର୍ତ୍ତା ମାଧ୍ୟମରେ ଗୋଟିଏ ପରିବାରର ଏକାଧିକ ଟିକଟ ଆଶାୟୀଙ୍କୁ ସତର୍କ କରାଯାଉଛି କି?

ନିର୍ବାଚନକୁ ପ୍ରାୟ ଦୁଇମାସ ସମୟ ବାକି। ଏହାପୂର୍ବରୁ ଅରିନ୍ଦମଙ୍କ ବିଜେଡିକୁ ବାଏ ବାଏ କରିବା କଟକ ରାଜନୀତି ଉପରେ ପ୍ରଭାବ ପକାଇବନି ତ? କାରଣ ୧୯ ନିର୍ବାଚନରେ ବିଜେଡି କଟକ ବାରବାଟୀ ସିଟ୍‌କୁ ହରାଇଥିଲା। ବିଜେଡିର କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନିକଟରେ ରାଜ୍ୟସଭାକୁ ଯାଇଛନ୍ତି। ଏପଟେ ପ୍ରମୁଖ ଦାବିଦାର ଅରିନ୍ଦମ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବାରୁ ଏବେ ବିଜେଡି ପାଇଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିଜେପି ଅରିନ୍ଦମଙ୍କୁ ଟିକେଟ ଦେଇ ନିର୍ବାଚନ ମଇଦାନକୁ ବି ଓହ୍ଲାଇପାରେ। ଆଉ ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୁଏ ତେବେ ସମୀକରଣ ପୁଣି ବଦଳି ବିଜେଡି ପାଇଁ ଅଡୁଆ ସ୍ଥିତି ହୋଇପାରେ।

Advertisment

ନିର୍ବାଚନ ଯେତିକି ପାଖଉଛି ପାଣି ସେତିକି ଗୋଳିଆ ହେଉଛି। ତେବେ ବିଜେଡି ସଂଗଠନ ସମ୍ପାଦକଙ୍କ ଜଣକ ପରେ ଜଣେ ସଂପର୍କୀୟ ଦଳ ଛାଡିବା ଆଗାମୀ ନିର୍ବାଚନରେ କି ପ୍ରଭାବ ପକାଉଛି ତା’ଉପରେ ନଜର।

BJD Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ