Advertisment

ପିପିଲିରେ ରାଜନୈତିକ ହିଂସା; ମଙ୍ଗଳପୁର ସମିତି ସଭ୍ୟଙ୍କୁ ମାଡ଼

ପିପିଲିରେ ସମିତି ସଭ୍ୟଙ୍କୁ ମାଡ଼ । ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟଙ୍କୁ ଆକ୍ରମଣ, ୩ ଅଟକ । ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ ।

ଅଦ୍ୟତନ ହୋଇଛି
Political Violence In Odisha: Group Clash In Pipili, 3 Injured

Group clash in Odisha

Advertisment

ପୁରୀ ଜିଲ୍ଲା ପିପିଲିରେ ରାଜନୈତିକ ହିଂସା । ପିପିଲି ବ୍ଲକ ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ ସମତେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି।

Advertisment

ପଢନ୍ତୁ ଏହି ଖବର : ପ୍ରଚାର ବେଳେ ହଟହଟା ହେଲେ ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର

ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବିଜେପି କର୍ମୀ ପିପିଲି ଥାନା ଘେରାଉ କରିଥିଲେ। ଗତକାଲି ରାତିରେ ମଙ୍ଗଳପୁର ପାଞ୍ଚୟତର ସମିତି ସଭ୍ୟ ଗଦାଧର ପରିଡ଼ାଙ୍କ ସହ କିଛି କର୍ମୀ ସହଜପୁର ପଞ୍ଚାୟତ ସୁବୁଦ୍ଧିପଡ଼ା ଦେଇ ଯାଉଥିବା ବେଳେ ବିଜେଡିର ସ୍ଥାନୀୟ ନେତା ଓ କିଛି କର୍ମୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ଯାଞ୍ଚ କରୁଛି। ଏନେଇ ପୋଲିସ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

Advertisment

ସେହିପରି ନିର୍ବାଚନ ପୂର୍ବରୁ ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି । ଟଙ୍କା, ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ। ଆକ୍ରମଣରେ ୫ରୁ ଅଧିକ ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ ଥାନା ତରଡିଙ୍ଗ ଗାଁରେ ଏହି ଘଟଣା ଘଟିଛି। 

ପଢନ୍ତୁ ଏହି ଖବର : କାଲି ଭୋଟ୍ ଦେବ ଓଡ଼ିଶା; ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର...

Advertisment

ଗତକାଲି ସନ୍ଧ୍ୟାରେ ହରିଜନ ସାହିରେ ଟଙ୍କା ଓ ମାଦକ ଦ୍ରବ୍ୟ ବଣ୍ଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଆକ୍ରମଣରେ ଗୁରୁତର ଜଣେ ନାବାଳକକୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କ ମୁଣ୍ଡରେ ଆଘାତ ଲାଗିଛି। ଅଧିକ ଖୋଳତାଡ କରୁଛି ଆଠଗଡ଼ ଥାନା ପୋଲିସ। ଏନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ। 

Odisha Election General Elections 2024 Group Clash Political Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ