Advertisment

୧୧୧ ଜଣଙ୍କ ପ୍ରାର୍ଥୀ ତାଲିକା ଜାରି କଲା BJP... ମିରଟରୁ ଅରୁଣ ଗୋଭିଲ, ମଣ୍ତିରୁ ଲଢିବେ କଙ୍ଗନା

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଆଜି ପ୍ରକାଶ ପାଇଥିବା ତାଲିକାରେ ବିଜେପି ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।  ଓଡ଼ିଶାର ୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ରହିଛି...

ଅଦ୍ୟତନ ହୋଇଛି
 arun govil

arun govil

Advertisment

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଓଡ଼ିଶାର ୧୮ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା ହୋଇଛି । ଏହି ତାଲିକାରେ ନିର୍ବାଚନ ଲଢ଼ିବେ ଲୋକପ୍ରିୟ ଧାରାବାହିକ ରାମାୟଣର ରାମ । ଅରୁଣ ଗୋଭିଲଙ୍କୁ ମିରଟ ଲୋକସଭା ସିଟ୍‌ରୁ ପ୍ରାର୍ଥୀ କରିଛି ବିଜେପି । ନବୀନ ଜିନ୍ଦଲଙ୍କୁ ହରିୟାଣାର କୁରୁକ୍ଷେତ୍ରରୁ ଟିକେଟ ଦେଇଛି ବିଜେପି । ଜିତୁ ପ୍ରସାଦଙ୍କୁ ପିଲିଭିଟ୍‌ରୁ ବରୁଣ ଗାନ୍ଧିଙ୍କ ଟିକେଟ୍ କାଟି ପ୍ରାର୍ଥୀ କରାଯାଇଛି । ସେହିପରି ମଣ୍ତିରୁ ଲଢିବେ ଅଭିନେତ୍ରୀ କଙ୍ଗାନ ରଣାୱତ ।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକର ବସିଥିଲା । ଏହି ବୈଠକରେ ଉପସ୍ଥିତି ଥିଲେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଂ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଆଜି ପ୍ରକାଶ ପାଇଥିବା ତାଲିକାରେ ବିଜେପି ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଏଥିରେ ଆନ୍ଧ୍ରପ୍ରଦେଶର ୬ ଜଣ ପ୍ରାର୍ଥୀ ଏବଂ ବିହାରର ୧୭ ଜଣ ପ୍ରାର୍ଥୀ ଅଛନ୍ତି । ଗୁଜୁରାଟରୁ ୬, ହରିୟାଣାରୁ ୪, ହିମାଚଳ ପ୍ରଦେଶରୁ ୨, ଝାଡଖଣ୍ଡରୁ ୪, କର୍ଣ୍ଣାଟକରୁ ୪, କେରଳରୁ ୪, ମହାରାଷ୍ଟ୍ରରୁ ୩, ଓଡିଶାରୁ ୧୮, ରାଜସ୍ଥାନରୁ ୭, ତେଲେଙ୍ଗାନାରୁ ୧୩, ଉତ୍ତରପ୍ରଦେଶରୁ ୧୯, ପଶ୍ଚିମବଙ୍ଗରୁ ୧୯, ସିକ୍କିମ୍, ମିଜୋରାମ ଓ ଗୋଆରୁ ଜଣେ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି ।

Advertisment

ଓଡ଼ିଶାର ମୋଟ ୨୧ ଆସନରୁ ୧୮ ଲୋକସଭା ସିଟ୍‌ରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁରରୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ । ପୁରୀରୁ ପ୍ରାର୍ଥୀ ହେବେ ସମ୍ବିତ ପାତ୍ର ।

Advertisment

ଅନ୍ୟପଟେ ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ରନାରାୟଣ ପାଣି, ବଲାଙ୍ଗିରରୁ ସଂଗୀତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କିଶୋରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ ଓ କୋରାପୁଟରୁ ବିଜେପି ପ୍ରାର୍ଥୀ ହେବେ କାଳେରାମ ମାଝୀ । 

BJP Kangana Ranaut Arun Govil General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ