Odisha Politics
ବିଜେଡି ଛାଡ଼ି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର । ଶଙ୍ଖ ଛାଡ଼ି ବର୍ତ୍ତମାନ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶିଲେ । ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ଲଗାତାର ଅବହେଳା କରାଯାଉଥିବା କଥା ଇସ୍ତଫାରେ ଲେଖିଥିଲେ ।
ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ । ତେବେ ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଥିଲା । ପ୍ରିୟଦର୍ଶୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ଦଳ ପାଇଁ ବହୁତ୍ କିଛି କରିଛି । ଦଳ ବହୁ ଥର ମୋତେ ଅବହେଳା କରିଛି । ମୁଁ ଦଳ ସହ ଛାତ୍ର ଜୀବନରୁ ଥିଲି । ମୋ ସମର୍ଥକ ଯାହା ନିଷ୍ପତ୍ତି ନେବେ ତାହା କରିବି । ଦଳକୁ ଗଢ଼ିଥିବା ଲୋକଙ୍କୁ ଅଣଦେଖା କରାଯାଇଛି । ଓଟିଭିକୁ ଏଭଳି କିଛି ସୂଚନା ଦେଇଛନ୍ତି ପ୍ରିୟଦର୍ଶୀ ।
ଓଟିଭିକୁ EXCLUSIVE ପ୍ରତିକ୍ରିୟା ଦେଇ ପ୍ରିୟଦର୍ଶୀ କହିଛନ୍ତି, ଦଳ ଗତ ଥର ଧୋକା ଦେଇଥିଲା, ଏବେ ବି ଧୋକା ଦେଉଥିବା ଜାଣି ଇସ୍ତଫା ଦେଲି । ୨୦୧୯ରେ ଟିକେଟ୍ ଦେବେ କହି ଦେଇନଥିଲେ, ୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ତାହା କରୁନଥିବା ସ୍ପଷ୍ଟ ହେଉଥିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।
ଏପରିକି ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ମୋତେ ସାମିଲ କରାଯାଉନଥିଲା ବୋଲି ସେ ଦୋହରାଇଛନ୍ତି । ମୁଁ କୌଣସି ପାରାଚୁଟ୍ ନେତା ନୁହେଁ, ଛାତ୍ର ଜୀବନରୁ ବିଜେଡି ସହ ଯୋଡ଼ି ହୋଇଥିଲି । ଏପରିକି ଦଳ ଗଠନ ହେବା ବେଳେ ସେ ଥିଲେ । ହେଲେ ଦଳ ଗଠନ ସମୟର ନେତାଙ୍କୁ ଏବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ପ୍ରିୟଦର୍ଶୀ । ସେପଟେ ପ୍ରିୟଦର୍ଶୀଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711779751.jpg)