Advertisment

ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର ।

ଅଦ୍ୟତନ ହୋଇଛି
First Phase voting started in Odisha

First Phase voting started in Odisha

Advertisment

ଭୋଟ୍ ଦେଉଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଚାଲିଛି ମତଦାନ। ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଆଜି ହେଉଛି ଭାଗ୍ୟ ପରୀକ୍ଷା। ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର।

Advertisment

ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର । ସେହିପରି ଯଦି ବିଧାନସଭାକୁ ଦେଖିବେ ତେବେ ୫ ଥରର ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ପୁଣି ସୁଯୋଗ ଦେଇଛି ବିଜେଡି । ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡା ଗୋପାଳପୁରରୁ ଶାସକ ଦଳର ପ୍ରାର୍ଥୀ ହୋଇଛନ୍ତି ।

ଦିଗପହଣ୍ଡିରେ ବିଜେପିରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ସେପଟେ ପାରଳାଖେମୁଣ୍ଡିରେ ବିଧାୟକ କେ. ନାରାୟଣ ରାଓ ପୁଣି ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ।

Advertisment

 Live Updates: ପ୍ରଥମ ପର୍ଯ୍ୟାୟ ଭୋଟିଂର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

କୋରାପୁଟରେ ଗତ ନିର୍ବାଚନ ଭଳି ଏଥର ବି ସାଂସଦ ପ୍ରାର୍ଥୀ ଭାବେ ପୁଣି ମୁହାଁମୁହିଁ ହେଉଛନ୍ତି- କଂଗ୍ରେସର ସପ୍ତଗିରି ଉଲ୍ଲାକା ଏବଂ ବିଜେଡିର କୌଶଲ୍ୟା ହିକକା। ଗତଥର ଏମାନଙ୍କ ମଧ୍ୟରେ କ୍ଲୋଜ୍ ଫାଇଟ୍ ହୋଇଥିବା ବେଳେ, ଏଥର କିନ୍ତୁ ଗେମ୍ ଚେଞ୍ଜର ହୋଇପାରନ୍ତି ବିଜେପି ପ୍ରାର୍ଥୀ କାଳୀରାମ ମାଝୀ।

Advertisment

୭ ବିଧାନସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଜୟପୁରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ଇନ୍ଦିରା ନନ୍ଦ। ଯୁବ ଚେହେରା ଗୌତମ ସାମନ୍ତରାୟଙ୍କୁ ପୁଣି ଏଠି ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକରୁ ଲଢ଼ୁଛନ୍ତି।

କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ରହିଛନ୍ତି ଅନେକ ହେଭିୱେଟ୍ । ନୂଆପଡ଼ାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିପକ୍ଷରେ ମନ୍ତ୍ରୀ ତଥା ୩ ଥରର ବିଧାୟକ ରାଜେନ୍ଦ୍ର ଢୋଲକିଆ। ଭବାନୀପାଟଣାରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ୪ ଥରର ବିଧାୟକ ପ୍ରଦୀପ୍ତ କୁମାର ନାୟକ। ଅନ୍ୟ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ନର୍ଲାରୁ ଭକ୍ତ ଚରଣ ଦାସ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର ଏବଂ ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ ।

ନବରଙ୍ଗପୁର ଲୋକସଭା ସିଟ୍ ପାଇଁ ତିନି ମାଝୀ, ବଳଭଦ୍ର-ପ୍ରଦୀପ ଏବଂ ଭୂଜବଳଙ୍କମଧ୍ୟରେ କଡ଼ା ଟକ୍କର। ସେପଟେ ବିଜେଡି ସାଂସଦ ରମେଶ ମାଝୀ ଏଥର ଝରିଗାଁରୁ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଉମରକୋଟରୁ ଲଢୁଛନ୍ତି ନିତ୍ୟାନନ୍ଦ ଗଣ୍ଡ।

ଅଧିକ ପଢ଼ନ୍ତୁ: ଭୋଟ୍ ଦେଉଛି ଓଡ଼ିଶା; ପ୍ରଥମ ପର୍ଯ୍ୟାୟରେ ୪ସଂସଦୀୟ କ୍ଷେତ୍ର ଓ ୨୮ବିଧାନସଭା ଆସନରେ ଭୋଟିଂ

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ