Advertisment

ଦିନକ ପରେ ଭୋଟ ଦେବ ଓଡ଼ିଶା, ବୁଥ୍ ଅଭିମୁଖେ ବାହାରିଲେ ପୋଲିଂ ପାର୍ଟି

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ର ନିର୍ବାଚନ ହେବ । ପ୍ରସ୍ତୁତି, ଭୋଟରଙ୍କ ସଂଖ୍ୟା ଓ ବୁଥ୍‌ ଆଦିକୁ ନେଇ ସୂଚନା ପ୍ରଦାନ କରିଛନ୍ତି ସିଇଓ।

ଅଦ୍ୟତନ ହୋଇଛି
Polling Party

Polling Party

Advertisment

କୋରାପୁଟ ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ପଡ଼ିବ ଭୋଟ୍ । ଆଜିଠୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୁଲିଂ ପାର୍ଟି । କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପଟାଙ୍ଗି, ଲକ୍ଷ୍ମୀପୁର ଓ କୋରାପୁଟ ପାଇଁ ୧୫ଟି କାଉଣ୍ଟର ଖୋଲାଯାଇ ଇଭିଏମ୍ ଓ ଅନ୍ୟାନ୍ୟ ସରଞ୍ଜାମ ବଣ୍ଟନ କରାଯାଇଛି । ତିନି ନିର୍ବାଚନ ମଣ୍ଡଳୀର ବୁଥ୍‌ ଦାୟିତ୍ୱରେ ଥିବା ଅଧିକାରୀମାନେ ବୁଥ୍‌ ଅଭିମୁଖେ ଯିବା ଆଗରୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

Advertisment

ଦିନେ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରସ୍ତୁତି ସହ ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ନିକୁଞ୍ଜ ବିହାରୀ ଧଳ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି। ଏଥିରୁ ୧୨ଶହ ୬୪ କ୍ରିଟିକାଲ୍ ପୋଲିଂ ଷ୍ଟେସନ୍ । ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ। ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି। ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ମତାଧିକାରୀ ସାବ୍ୟସ୍ତ କରିବେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର । ଏହି ପର୍ଯ୍ୟାୟରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ । ଏହି ପର୍ଯ୍ୟାୟରେ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୧ ଲକ୍ଷ ୮୯ ହଜାର। 1୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ହଜାର ହେଉଛନ୍ତି ୨୦ରୁ ୨୯ ବର୍ଷ ବୟସ୍କ ଭୋଟର । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୫୨ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସେହିପରି ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହେବେ। ୬୦ କମ୍ପାନୀ ସଶସ୍ତ୍ର ପୋଲିସ, ୩୧ ସିଆରପିଏଫ୍, ୬ ସିଆଇଏସଏଫ୍ ମୁତୟନ ରହିବେ ।

ସେପଟେ ସାତ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପାଖେଇ ଆସୁଛି ସମୟ । ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଉ କିଛି ସମୟ ବାକି ରହିଛି ।

Advertisment

ଦିନକ ପରେ ହେବ ମତଦାନ । ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ । ଭୋଟ୍ ଦେଇ ଯୋଗ୍ୟ ପ୍ରାର୍ଥୀ ବାଛିବେ ଜନତା । ସେଥିପାଇଁ ଜନତାଙ୍କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡି ଭୋଟ୍ ମାଗୁଛନ୍ତି ନେତା ଓ ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ ।

ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ସେହିଭଳି ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏଁ ଲୋକସଭା ଆସନରେ ମତଦାନ ହେବ ।

Advertisment

ତେବେ ଓଡ଼ିଶାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଜୋରଦାର ରୋଡ୍‌ ସୋ’ କରିଛନ୍ତି । ଯାହାଫଳରେ ସରଗରମ ହୋଇଛି ରାଜନୈତିକ ମହୋଲ । ରୋଡ୍‌ ସୋ’ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଦେଖି ଖୁସିବ୍ୟକ୍ତ କରିଥିଲେ ମୋଦି । ରୋଡ୍‌ ସୋ’ ପରେ ମୋଦି କହିଛନ୍ତି ଓଡ଼ିଶାରେ ଆସୁଛି ବଡ଼ ଟର୍ଣ୍ଣିଂ ପଏଣ୍ଟ ।ଗତକାଲି ଭୁବନେଶ୍ୱରରେ ରୋଡ୍‌ ସୋ’ କରିବା ପରେ ଆଜି ତିନୋଟି ସ୍ଥାନରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି। ପ୍ରଥମେ କନ୍ଧମାଳ ପରେ ବଲାଙ୍ଗୀର ପରେ ବରଗଡ଼ରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦି ।

ଧୋଇଲେ, ବର୍ଷିଲେ, ସିଧା ନିଶାନା କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୁଲବାଣୀ ଓ ବଲାଙ୍ଗିର ସଭା ପରେ ବରଗଡ଼ରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏଠି ସରକାର ଆଉଟସୋର୍ସିଂରେ ଚାଲିଛି। ଓଡ଼ିଶାକୁ ବରବାଦ କରିଛି ବିଜେଡି। ଏଭଳି ବିଜେଡି ସରକାରକୁ ରାଜ୍ୟରୁ ହଟାଇବା ଜରୁରୀ । ଆଉ କେତେ ଦିନ ସହିବେ ଓଡ଼ିଶାବାସୀ ? ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ୍ କି ବୋଲି ପ୍ରଶ୍ନ ସେ କରିଛନ୍ତି । ଓଡ଼ିଶାରେ ଶାସନ ଓଡ଼ିଆ ପୁଅ କିମ୍ବା ଝିଅ ହାତରେ ରହିବ । ୪ ଜୁନ୍ ବିଜେଡିର ଏକ୍ସପାଇରୀ ଡେଟ୍ ବୋଲି ପୁଣି ଦୋହରାଇଛନ୍ତି ମୋଦି ।

Odisha General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ