Advertisment

ବିଜେପି ଛାଡ଼ିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ସାଲେପୁର ଓ କଟକ ଜିଲ୍ଲାରେ ପ୍ରକାଶଙ୍କ ରହିଛି ବେଶ୍ ଦବଦବା। ପ୍ରକାଶ ଏବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Prakash Behera quits BJP

Prakash Behera

Advertisment

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା। ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପଠାଇଛନ୍ତି। ପ୍ରାଥମିକ ସଦସ୍ୟତା ଓ କଟକ ଜିଲ୍ଲା ସଭାପତି ପଦରୁ ବି ଇସ୍ତଫା ଦେଇଛନ୍ତି ପ୍ରକାଶ। ୨୦୧୪ରେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିବା ପ୍ରକାଶ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। ତେବେ ସେହି ନିର୍ବାଚନରେ ହାରି ଯାଇଥିଲେ।

Advertisment

ସାଲେପୁର ଓ କଟକ ଜିଲ୍ଲାରେ ପ୍ରକାଶଙ୍କ ରହିଛି ବେଶ୍ ଦବଦବା। ପ୍ରକାଶ ଏବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଏଯାଏ ବିଜେଡି ସାଲେପୁର ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ବିଜେଡି ତାଙ୍କୁ ସାଲେପୁରରୁ ଟିକଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ପଢନ୍ତୁ ଏହି ଖବର: ଦିଲ୍ଲୀରେ ବିଜେପିର କୋର୍ କମିଟି ବୈଠକ; ବଳକା ୩ ଆସନ ପାଇଁ ମାନସ ମନ୍ଥନ

Advertisment

ବିଜେପି ଛାଡ଼ିବା ପରେ ପ୍ରକାଶ କହିଛନ୍ତି, ବିଜେପିରେ ଟିକେଟ୍ ମିଳିବାରେ କୌଣସି ସମସ୍ୟା ନଥିଲା କିନ୍ତୁ ମୁଁ ଆଡଜଷ୍ଟମେଣ୍ଟ କରିପାରିଲିନି। ବିଜେପିକୁ ଆସିବା ପରେ ନିର୍ବାଚନ ଲଢ଼ିଥିଲି ଓ ଏବେ ବି ଟିକେଟ୍ ମିଳିବାରେ କୌଣସି ଅସୁବିଧା ନଥିଲା। ଏପରିକି ଦଳରେ ଥିବା ନେତୃତ୍ୱ ସହ କୌଣସି ସମସ୍ୟା ନଥିଲା। ତେବେ ବିଜେପିକୁ ଆସିବା ବେଳେ ଯାହା ଭାବିଥିଲି, ସଂଗଠନକୁ ଯେଉଁ ସ୍ତରରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲି ତାହା ହେଇପାରିଲାନି। ବିଜେପି ସହ ବିଚାରଗତ ସମସ୍ୟା ଥିଲା। ତେଣୁ ବାଧ୍ୟ ହୋଇ ଦଳ ଛାଡ଼ିଛି ବୋଲି ସେ କହିଛନ୍ତି।

ଖାଲି ଏତିକି ନୁହେଁ, ଏଥର ବି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ପ୍ରକାଶ। ବିଜେଡି ଯିବା ଚର୍ଚ୍ଚା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ନେବି। ୨୦୧୪ରେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିବା ପ୍ରକାଶ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। ତେବେ ସେହି ନିର୍ବାଚନରେ ହାରି ଯାଇଥିଲେ।

Advertisment
Prakash Behera General Elections 2024 BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ