Advertisment

ବିଜେଡି ଉପରେ ବର୍ଷିଲେ ଅମରେନ୍ଦ୍ର; କହିଲେ, ପେଇଂ ଗେଷ୍ଟକୁ ସ୍ୱାଗତ, ପୁଅକୁ ଅଣଦେଖା..

ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର। ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ୱାଗତ କରାଯାଉଛି।

ଅଦ୍ୟତନ ହୋଇଛି
Amarendra Das lashes out at BJD

Amarendra Das

Advertisment

ବିଜେପିରେ ଯୋଗ ଦେଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଅମରେନ୍ଦ୍ରଙ୍କ ସହ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି।

Advertisment

ପଢନ୍ତୁ ଏହି ଖବର: ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର। ସେ କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଙ୍ଗ ଗେଷ୍ଟକୁ ସ୍ୱାଗତ କରାଯାଉଛି। କିନ୍ତୁ ଘରର ପୁଅ ପ୍ରତି ଅନ୍ୟାୟ ହେଉଛି। ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ କିଛି ଏଭଳି କହିଛନ୍ତି ଅମରେନ୍ଦ୍ର ଦାସ।

ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଅମରେନ୍ଦ୍ର ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ୨୭ ବର୍ଷ ଧରି ପୁଅ ଭଳି ଦଳକୁ ଗଢ଼ିଥିଲି କିନ୍ତୁ ଦଳ ସେ କଥା ବୁଝିଲାନି। ପେଇଂ ଗେଷ୍ଟ ଭଳି ଦଳରେ ସାମିଲ ହେଉଥିବା ନେତାଙ୍କୁ ସ୍ୱାଗତ କରାଯାଉଛି ବୋଲି କହି ବିଜେଡିକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ଅମରେନ୍ଦ୍ର କହିଛନ୍ତି।

Advertisment

ଜଗତସିଂହପୁରରେ ବିଜେଡିର ଜଣେ ଯୁବ ଟାଣୁଆ ନେତା ଥିଲେ ଅମରେନ୍ଦ୍ର। ଏଥର ସେ ପ୍ରମୁଖ ଦାବିଦାର ଥିବା ସତ୍ତ୍ବେ ବିଜେଡିରୁ ଟିକେଟ୍ ମିଳିନି। ତେଣୁ ଏଥିରେ ଅସନ୍ତୁଷ ପ୍ରକାଶ କରି ବିଜେଡି ଛାଡ଼ିଥିଲେ ଅମରେନ୍ଦ୍ର। ସେପଟେ ଅମରେନ୍ଦ୍ରଙ୍କ ଅଭିଯୋଗକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରନି।

ପଢନ୍ତୁ ଏହି ଖବର: ଚିନ୍ତା ବଢ଼ାଇଲାଣି ରାଜଧାନୀ, ବୁନୁଙ୍କୁ ଜୋରଦାର ବିରୋଧ !

BJD BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ