Advertisment

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି EVM, CCTVରୁ ସ୍ପଷ୍ଟ

ସିସିଟିଭି ଫୁଜେଟ୍ ଜାରି କରି ସତ-ମିଛର ପର୍ଦ୍ଦାଫାସ୍ କଲେ ଅପରାଜିତା । ପରାଜୟ ଭୟରେ ତୃତୀୟ ମହଲା ଇଙ୍ଗିତରେ କରାଯାଇଛି ଗିରଫଦାରୀ କହିଛନ୍ତି ସରକାରୀ ଅଧିକାରୀ ।

ଅଦ୍ୟତନ ହୋଇଛି
undefined

Prashant Jagdev

Advertisment

ସାମନାକୁ ଆସିଲା ସତ। ପଦାରେ ପଡ଼ିଲା ଷଡ଼ଯନ୍ତ୍ର। ସିସିଟିଭି ଫୁଟେଜ୍ ହଟାଇଲା ଘଟଣା ଉପରୁ ପରଦା। ଚିଲିକା ବିଧାୟକଙ୍କୁ ପୋଲିସ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଗିରଫ କରିଛି। କିନ୍ତୁ ସିସିଟିଭି ଫୁଟେଜ୍ କହୁଛି ବିଧାନସଭା ଇଭିଏମକୁ ଜଗଦ୍ଦେବ ନୁହନ୍ତି, ଆଉ କେହି ଭାଙ୍ଗିଛନ୍ତି। ସିସିଟିଭି ଫୁଟେଜ୍ ଜାରି କରି ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ।

Advertisment

ଅପରାଜିତା ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସିସିଟିଭି ଫୁଟେଜ । ଯେଉଁଥିରେ ଜଣାପଡୁଛି ଯେ, ବୁଥ୍ ଭିତରେ କେତେ ଭିଡ଼। ହୋ ହଲ୍ଲା ବି ଜାରି ରହିଛି। ଏହାରି ଭିତରେ ଜଗଦେବ ଲୋକସଭା କମ୍ପାର୍ଟମେଣ୍ଟରେ ନିଜ ମତଦାନ ସାବ୍ୟସ୍ତ କରୁଛନ୍ତି। ଏହାପରେ ସେ ବିଧାନସଭା କମ୍ପାର୍ଟମେଣ୍ଟ ଆଡକୁ ମତଦାନ କରିବାକୁ ଯାଉଥିବାବେଳେ, କେହି ଜଣେ ଯୁବକଙ୍କ ଧକ୍କାରେ ଇଭିଏମ୍ ସହ କମ୍ପାର୍ଟମେଣ୍ଟଟି ଭାଙ୍ଗି ତଳେ ପଡିଯାଇଥିଲା। ବିଧାନସଭା ଇଭିଏମ୍ କମ୍ପାର୍ଟମେଣ୍ଟ ଭାଙ୍ଗୁଥିବା ବେଳେ ଜଗଦ୍ଦେବ ସେଠାରୁ ବହୁ ଦୂରରେ ଥିଲେ।

ଅଧିକ ପଢ଼ନ୍ତୁ: ‘ବିଜେପି ସରକାରକୁ ଆସିଲେ ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ’

ଏଠି ପ୍ରଶ୍ନ, ବୁଥ୍ ଭିତରେ ଏତେ ସଂଖ୍ୟକ ଲୋକ ପଶିଲେ କେମିତି? ଏଭଳି ଭିଡ଼ରେ ମତଦାନ କେମିତି ଚାଲିଥିଲା? ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ମୁତୟନ ପୋଲିସ୍ କରୁଥିଲା କଣ? ପ୍ରିଜାଇଡିଂ ଅଫିସର୍ ଉତ୍ତେଜନାମୂଳକ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ତୁରନ୍ତ କାହିଁକି ଫୋର୍ସ ଡକାଇଲେନି? ଆକ୍ରୋଶମୂଳକ ଭାବେ ତୃତୀୟ ମହଲା ଇଙ୍ଗିତରେ ଏସବୁ କାଣ୍ଡ ଘଟାଯାଇଛି ବୋଲି ଜଣେ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀ ସୂଚନା ଦେଇଛନ୍ତି ବୋଲି ଅପରାଜିତା ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରି ଶାସକ ଦଳକୁ ହରଡଘଣାରେ ପକାଇଛନ୍ତି।

Advertisment

ଗୋଟିଏ ପଟେ ଅପରାଜିତା ସିସିଟିଭି ଫୁଟେଜ୍‌କୁ ସାର୍ବଜନୀନ କରି ରାଜ୍ୟ ସରକାରକୁ ଘେରିଥିବା ବେଳେ ସରକାରୀ ଦଳ କିନ୍ତୁ ଅଜବ ଯୁକ୍ତି ରଖିଛି। ଅପରାଜିତାଙ୍କ ଅଭିଯୋଗର ସିଧାସଳଖ ଉତ୍ତର ନଦେଇ ବିଜେପି ଗୁଣ୍ଡାଙ୍କ ଦଳ ବୋଲି କହି ସେଇ ପୁରୁଣା ରେକର୍ଡକୁ ବଜାଇଛି। ଅନ୍ୟପଟେ ଖୋର୍ଦ୍ଧା ଏସ୍‌ପି କହିଛନ୍ତି ସିସିଟିଭି ଫୁଟେଜ୍ ଆମର ହସ୍ତଗତ ହୋଇନି। ଆମେ ସିସିଟିଭି ଫୁଟେଜ ମାଗିଛୁ। ପ୍ରଶାନ୍ତଙ୍କ ଓକିଲଙ୍କ ପ୍ରତିକ୍ରିୟା ହେଲା ଏହା ନିଶ୍ଚିତ ଭାବେ ଏକ ଷଡଯନ୍ତ୍ର।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ୩ ଦିନ ଥିବା ବେଳେ, ତାପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ବିବାଦ ଘନଉଛି। ତେବେ ପ୍ରଶାନ୍ତଙ୍କ ଗିରଫ ଯେ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ସିସିଟିଭି ଫୁଟେଜରୁ ଏକ ପ୍ରକାର ସ୍ପଷ୍ପ ହୋଇଯାଉଛି। ଦେଖିବାର କଥା, ଆଗାମୀ ଦିନରେ ଘଟଣା କି ମୋଡ ନେଉଛି।

Advertisment

ଅଧିକ ପଢ଼ନ୍ତୁ: ‘ଓଡ଼ିଶାର ଭାଗ୍ୟ ବଦଳିବ, ରାଜ୍ୟରେ ସରକାର ପରିବର୍ତ୍ତନ ହେବ ’

BJD BJP Congress Odisha Politics Odisha Elections Prashant Jagdev General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ