Advertisment

ନିର୍ବାଚନୀ ହିଂସା ! ଆଠଗଡ଼-ଭୁବନେଶ୍ୱର-ବରଗଡ଼ରେ ବିଜେପି-ବିଜେଡି ମାରପିଟ୍

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ ବିଜେପି କର୍ମୀ। ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲା ବିଜେପି।

ଅଦ୍ୟତନ ହୋଇଛି
Political violence

Political violence

Advertisment

କଟକ ଆଠଗଡ଼ରେ ନିର୍ବାଚନୀ ହିଂସା। ଖୁଣ୍ଟୁଣି ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର। ବିଜେପିର ଏକ ରାଲିକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି ସମର୍ଥକ। ଥାନା ଆଗରେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଢେଲା ମାଡ଼ ଅଭିଯୋଗ ହୋଇଛି। ଏଥିରେ କେହି ଆହତ ହୋଇନଥିଲେ ମଧ୍ୟ ୫ରୁ ଅଧିକ ବାଇକ୍ ଭାଙ୍ଗିରୁଜି ନଷ୍ଟ ହୋଇଛି।

Advertisment

ଆଠଗଡ଼ର ୩ ନମ୍ବର ଜୋନ୍ ଅନନ୍ତପୁରରେ ବିଜେପି ପକ୍ଷରୁ ଏକ ନିର୍ବାଚନୀ ରାଲି କରାଯାଉଥିଲା। ତେବେ ଏହି ସମୟରେ ବିଜେପି ସମର୍ଥକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ ବିଜେପି କର୍ମୀ। ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲା ବିଜେପି।

Advertisment

ଅନ୍ୟ ପକ୍ଷରେ ବିଜେଡି ପକ୍ଷରୁ ତାଙ୍କୁ ମଧ୍ୟ ମାଡ ମରା ଯାଇଥିବା ନେଇ ଖୁଣ୍ଟୁଣୀ ଫାଣ୍ଡି ଘେରାଓ କରାଯାଇଥିଲା। ଖୁଣ୍ଟୁଣୀ ଥାନାରେ କଟକ ଜିଲ୍ଲାର ଅତିରିକ୍ତ ଏସ୍‌ପି ପହଞ୍ଚି ବିଜେପି ନେତା ଓ କର୍ମୀଙ୍କୁ ବୁଝା ସୁଝା କଲା ପରେ ଥାନା ବାହାରକୁ ଯାଇଥିଲେ ବିଜେପି କର୍ମୀ। ଏହି ସମୟରେ ଉଭୟ ପକ୍ଷ ପୁଣି ମୁହାଁମୁହିଁ ହୋଇଥିଲେ। ପୋଲିସ ଉପସ୍ଥିତିରେ ପରସ୍ପର ଉପରେ ଢେଲା କରିଥିଲେ ଉଭୟ ପକ୍ଷ।

ସେହିଭଳି ରାଜଧାନୀରେ ରାଜନୈତିକ ହିଂସା । ଭୁବନେଶ୍ବର ୟୁନିଟ୍-୬ର ୪୬ ନମ୍ବର ୱାର୍ଡରେ ବିଜେପି କର୍ମୀଙ୍କୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ । ବିଜେଡି କର୍ପୋରେଟରଙ୍କ ଲୋକମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଜଣେ କର୍ପୋରେଟରଙ୍କ ସ୍ବାମୀଙ୍କ ଉପସ୍ଥିତିରେ ତାଙ୍କ ସହଯୋଗୀ ମାନେ ତାଙ୍କୁ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ବିଜେପି କର୍ମୀ। ଘଟଣାକୁ ନେଇ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଶତାଧିକ ବିଜେପି କର୍ମୀ କ୍ୟାପିଟାଲ ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ନେଇ ପୋଲିସ, ବିଜେଡି କିମ୍ବା ସଂପୃକ୍ତ କର୍ପୋରେଟରଙ୍କ ସ୍ବାମୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ସେପଟେ ବରଗଡ଼ ଅମ୍ବାଭୋନା ବ୍ଲକର କୁମ୍ବୋ ଗାଁରେ ବି ନିର୍ବାଚନୀ ହିଂସା ଅଭିଯୋଗ। ବିଜେପି ପ୍ରଚାର ଗାଡି ପ୍ରଚାର କରୁଥିବା ବେଳେ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ନେଇ ଅମ୍ବାଭୋନା ଥାନାରେ ଅଭିଯୋଗ ହୋଇଛି। ପରେ ଥାନା ଘେରାଓ କରିଛନ୍ତି ବିଜେପି କର୍ମୀ l ପ୍ରଚାର ଗାଡିର ଡ୍ରାଇଭରଙ୍କୁ ମାଡ଼ ମାରିଥିବାର ମଧ୍ୟ ଅଭିଯୋଗ କରିଛନ୍ତି ବିଜେପି ନେତା ଓ କର୍ମୀ। ଥାନାରେ ଧାରଣା ବେଳେ ଭଟଲି ବିଜେପି ବିଧାୟକ ପ୍ରାଥୀ ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ l ଏହି ଘାଟଣରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ଉପସ୍ଥିତ ରହିଥିବା କଥା ଏତଲାରେ ଦର୍ଶାଯାଇଛି l

ଆସନ୍ତାକାଲି ସୁଦ୍ଧା ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି l ସେପଟେ ଏନେଇ ପୋଲିସ କିମ୍ବା ବିଜେଡି ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ