Advertisment

ଆଜି ଆସିବ ଜନାଦେଶ, ଏହି ୮ ଲୋକସଭା ଆସନ ଉପରେ ନଜର

ଭୁବନେଶ୍ୱର ଲୋକସଭା ଆସନରେ ହେବ ଦ୍ୱିମୁଖୀ ଲଢ଼େଇ। ଏଠି ଠିଆ ହୋଇଛନ୍ତି ବିଜେପିର ଚର୍ଚ୍ଚିତ ମହିଳା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ସିଏ ଗତଥର ଜିତିଥିଲେ।

ଅଦ୍ୟତନ ହୋଇଛି
Odisha Lok sabha Election Result 2024

Election Result

Advertisment

ଓଡ଼ିଶାର ଏହି ଚର୍ଚ୍ଚିତ ୮ଟି ଲୋକସଭା ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର। କିଏ ଜିତିବ କିଏ ହାରିବ, ତାକୁ ନେଇ ଚାଲିଛି ଅଙ୍କକଷା। ନଜର ପକାନ୍ତୁ ଏହି ୮ଟି ଲୋକସଭା ଆସନ ଉପରେ।

Advertisment

ଭୁବନେଶ୍ୱର

ଭୁବନେଶ୍ୱର ଲୋକସଭା ଆସନରେ ହେବ ଦ୍ୱିମୁଖୀ ଲଢ଼େଇ। ଏଠି ଠିଆ ହୋଇଛନ୍ତି ବିଜେପିର ଚର୍ଚ୍ଚିତ ମହିଳା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ସିଏ ଗତଥର ଜିତିଥିଲେ। କିନ୍ତୁ ବିଜେଡି ପ୍ରାର୍ଥୀ କରିଛି ନୂଆମୁହଁ ମନ୍ମଥ ରାଉତରାୟଙ୍କୁ। ଯେହେତୁ ରାଜ୍ୟ ରାଜଧାନୀ, ତେଣୁ ରହିଛି ସମସ୍ତଙ୍କ ନଜର।

 Live Updates: ଭୋଟ ଗଣତିର ଟିକିନିଖି ଖବର ଜାଣିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ...

Advertisment

କେନ୍ଦ୍ରାପଡ଼ା

କେନ୍ଦ୍ରପଡ଼ାରେ ଦେଖିବାକୁ ମିଳିଛି ବଡ଼ ଲେଢ଼େଇ। ବିଜେପିର ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡିର ଅଂଶୁମାନ ମହାନ୍ତିଙ୍କ ଟକ୍କର। ବୈଜୟନ୍ତଙ୍କୁ ହରାଇବାକୁ ଗତଥର ପରି ଏଥର ମଧ୍ୟ ନିଜେ ନବୀନ ଓ ପାଣ୍ଡିଆନ୍ ବ୍ୟକ୍ତିଗତ ଭାବେ ଚେଷ୍ଟା କରିଛନ୍ତି। ତେଣୁ ଫଳାଫଳ ଉପରେ ସମସ୍ତଙ୍କ ନଜର।

ସମ୍ବଲପୁର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ପାନେ ଦେବାକୁ, ଯାଜପୁରରୁ ଯାଇ ସମ୍ବଲପୁରରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସଂଗଠନ ସମ୍ପାଦକ ବବି ଦାସ। ତେଣୁ ସମସ୍ତଙ୍କ ନଜର ଏଠି ଫଳାଫଳ କ’ଣ ହେବ। କାରଣ ଏଠି କିଏ ଜିତିବେ ତାହା ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, କିଏ ହାରିବେ ତାହା ସମସ୍ତଙ୍କ ନଜରରେ ।

Advertisment

ବ୍ରହ୍ମପୁର

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ରୋଚକ ଲଢ଼େଇ। ଦିନେ ବିଜେଡିରେ ଥିବା ପ୍ରଦୀପ ପାଣିଗ୍ରାହୀ ଏବେ ବିଜେପିର ପ୍ରାର୍ଥୀ। ଆଉ ଦିନେ ବିଜେପିରେ ଥିବା ଭୃଗୁ ବକ୍ସିପାତ୍ର ଏବେ ବିଜେଡିରେ। ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ୍ କରୁଥିବା ପ୍ରଦୀପ ପାଣିଗ୍ରାହୀ ଜିତିଗଲେଲେ ବିଜେଡିର ନାକ କଟିଯିବ। ସେଥିପାଇଁ ସାରା ରାଜ୍ୟ ଅନେଇ ବସିଛି ଏଠି ଜିତିବ କିଏ।

କଟକ

କଟକ ସଂସଦୀୟ କ୍ଷେତ୍ରରେ ବିଜେପିର ଭର୍ତ୍ତୃହରି ମହତାବଙ୍କୁ ଟକ୍କର ଦେଇଛନ୍ତି ବିଜେଡିର ସଂତୃପ୍ତ ମିଶ୍ର। ମହତାବ ପୁରୁଣା ବିଜେଡି ଲୋକ। ସଂତୃପ୍ତ କର୍ପୋରେଟ୍ ନେତା। ତେଣୁ ସମସ୍ତେ ଅନେଇଛନ୍ତି କିଏ ଜିତିବେ। ଏଠି କଂଗ୍ରେସ ପ୍ରାର୍ଥୀ ଅଛନ୍ତି ସୁରେଶ ମହାପାତ୍ର।

ପୁରୀ

ମୂଳରୁ ଦେଖିଲେ ଜଣାପଡୁଥିଲା ବିଜେଡି, ପୁରୀ ସଂସଦୀୟ କ୍ଷେତ୍ରକୁ ବିଜେପି ପାଇଁ ସହଜ କରିଦେଇଛି। ବିଜେପି ସମ୍ବିତ ପାତ୍ରଙ୍କୁ ଏଠି ରିପିଟ୍‌ କରିଛି। କିନ୍ତୁ ବିଜେଡି ପିନାକୀ ମିଶ୍ରଙ୍କୁ ହଟାଇ ଅରୂପ ପଟ୍ଟନାୟକଙ୍କୁ ଠିଆ କରିଛି। ତେଣୁ ଏଠି ସମ୍ବିତଙ୍କ ବିଜୟକୁ କାହାର ଅପେକ୍ଷା ନାହିଁ, ସମସ୍ତଙ୍କ ଅପେକ୍ଷା ସେ କେତେ ଭୋଟରେ ଜିତିବେ।

ବାଲେଶ୍ୱର

ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ତିନି ପ୍ରମୁଖ ଦଳର ତିନିଜଣ ଯାକ ପ୍ରାର୍ଥୀ ଟାଣୁଆ ଓ ଜଣାଶୁଣା। ବିଜେପିର ପ୍ରତାପ ଷଡ଼ଙ୍ଗୀ, ବିଜେଡିର ବିଜେପି ମାର୍କା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ କଂଗ୍ରେସର ଅନୁଭବୀ ନେତା ଶ୍ରୀକାନ୍ତ ଜେନା। ତ୍ରିମୁଖୀ ଲଢ଼େଇ ହେଉଥିବାରୁ ସମସ୍ତେ ଦ୍ୱନ୍ଦ୍ୱରେ।

କୋରାପୁଟ 

ଗତଥର ଯେତେବେଳେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା, ସେତେବେଳେ ଏଇ କୋରାପୁଟ ଲୋସଭା ଆସନରୁ ହିଁ କଂଗ୍ରେସ ଜିତିଥିଲା। ଏଥର ବି ଦଳ ସପ୍ତଗିରି ଉଲ୍ଲାକାଙ୍କୁ ପ୍ରାର୍ଥୀ କରିଛି। ବିଜେଡି କୌଶଲ୍ୟା ହିକକାଙ୍କୁ ଏବଂ ବିଜେପି କାଳୀରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ସେଥିପାଇଁ ଏଠିକା ଫଳାଫଳକୁ ସମସ୍ତେ ଅନେଇଛନ୍ତି।

BJD BJP Congress Lok Sabha General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ