Advertisment

ଆକ୍ସନ ମୋଡ୍‌ରେ ECI, ଅଭିଯୋଗ ଆସିଲା ମାତ୍ରେ କାର୍ଯ୍ୟାନୁଷ୍ଠାନ

କଟକ ଚୌଦ୍ୱାର ଥାନା IIC ବିଶ୍ୱରଂଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ବିଜେଡିର ଇଫତାର ପାର୍ଟି ମଞ୍ଚରେ ଭାଷଣବାଜି। ଆକ୍ସନ ମୋଡରେ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଦଳିଲେ ୨ ପୋଲିସ ଅଧିକାରୀ। କଟକ ଚୌଦ୍ୱାର ଥାନା IIC ବିଶ୍ୱରଂଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଦର୍ଶ ଆଚରଣ ବିଧି ଲାଗିଥିବା ବେଳେ ଗୋଟିଏ ଦଳୀୟ ବ୍ୟାନର ଲାଗିଥିବା କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ କେମିତି ଯୋଗଦେଲେ ବୋଲି ପ୍ରଶ୍ନ ଉଠାଇ CEOଙ୍କୁ ଭେଟି ଫେରାଦ୍ ହୋଇଥିଲା ବିଜେପି। ଏହି ଘଟଣା ପରେ ତଦନ୍ତକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଉଭୟଙ୍କୁ ଅନ୍ୟତ୍ର ବଦଳି କର ଏବଂ ନିର୍ବାଚନ ସଂପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନକରିବାକୁ ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ପୂର୍ବରୁ ନିର୍ବାଚନ ଆଚାରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ସେମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ଭତ୍ରା ।

Advertisment

ଦୁହିଁଙ୍କୁ ନିଲମ୍ବନ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କମଳ ଲୋଚନ ମିଶ୍ର । ଦୁହେଁ ସରକାରୀ ଚାକିରି କରି BJDର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଗତ ୨୬ତାରିଖରେ ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୈଦଲପୁରରେ ହୋଇଥିବା ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ନେଇ ଅଭିଯୋଗ ଆଣିଥିଲା ବିଜେପି ।

ସେପଟେ ECI ଛାଟ ପରେ ବଦଳିଲା ସୁଜାତା କାର୍ତ୍ତିକେୟନଙ୍କ ବିଭାଗ। IAS ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କଲେ ରାଜ୍ୟ ସରକାର। ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ପଦରୁ ମଧ୍ୟ ତାଙ୍କୁ ହଟାଯାଇଛି। ସୁଜାତାଙ୍କ ସ୍ଥାନରେ ଶାଳିନୀ ପଣ୍ଡିତ ହେଲେ ନୂଆ ମିଶନ ଶକ୍ତି ସଚିବ । ଏଥିସହ ଶାଳିନୀଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ତେବେ ମୋଟାମୋଟି କହିବାକୁ ଗଲେ ECI ଏବେ ଆକ୍ସନ୍‌ ମୋଡ୍‌ରେ ଅଛନ୍ତି । ଯିଏ ଯେତେ ବଡ଼ ଅଫିସର ହେଉ ନା କାହିଁକି, ନିର୍ବାଚନ ଆଚରଣ ବିଧି ଉଲଂଘନ କଲା ମାତ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । 

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ