Advertisment

ଦିଲ୍ଲୀ ହାଇକୋର୍ଟରୁ ଦିଲୀପଙ୍କୁ ଆଶ୍ୱସ୍ତି, ଏଥର ଲଢ଼ିପାରିବେ ନିର୍ବାଚନ

ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । କୋଇଲା ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଉପରେ ରୋକ ।

Dilip Ray

Dilip Ray

Advertisment

ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଛି। ଏନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା ମିଳିଛି। ଏହି ରହିତାଦେଶ ପରେ ଏବେ ଦିଲୀପ ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ଦିଲୀପ ବିଜେପିରୁ ଏଥର ନିର୍ବାଚନ ଲଢ଼ିବେ କି ? ଯଦି, ଲଢ଼ିବେ ତାହେଲେ ନିଜ ପାରମ୍ପରିକ ସିଟ୍ ରାଉରକେଲାରୁ ଇଲେକସନ୍ ଲଢ଼ିବେ କି ? ରାଉରକେଲାରୁ ବିଜେଡି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଦେଇ ସାରିଛି । ବିଜେପି ଏବେ ବି ରାଉରକେଲାରୁ କାହାକୁ ବି ଓହ୍ଲାଇନି । ତେଣୁ ଚର୍ଚ୍ଚା ହେଉଛି କି ଦିଲୀପ ରାଉରକେଲାରୁ ପ୍ରାର୍ଥୀ ହୋଇପାରନ୍ତି ।

ତେବେ ଆସନ୍ତୁ ଜାଣିବା ଦିଲୀପଙ୍କ ବିରୋଧରେ କ’ଣ ଥିଲା ମାମଲା...

୧୯୯୯ରେ ଦିଲୀପ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ଏହି ସମୟରେ ଝାଡ଼ଖଣ୍ଡର ଗିରିଡ଼ିହ ସ୍ଥିତ ବ୍ରହ୍ମଡିହ କୋଲ୍ ବ୍ଲକ ଆବଣ୍ଟନ କରାଯାଇଥିଲା। କ୍ରାଷ୍ଟନ୍ ଟେକ୍ନୋଲୋଜି ଲିମିଟେଡକୁ କୋଲ୍ ବ୍ଲକ ମିଳିଥିଲା। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତଦନ୍ତ କରିଥିଲା ସିବିଆଇ। ୬ ଅକ୍ଟୋବର ୨୦୨୦ରେ ମାମଲାର ଶୁଣାଣି କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ।

Advertisment

ଦିଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ସମେତ କ୍ରାଷ୍ଟନ୍ ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ସିବିଆଇ କୋର୍ଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ ଦିଲ୍ଲୀପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ