Advertisment

ସମୀରଙ୍କ ସ୍ଥାନରେ ନିମାପଡ଼ା ବିଜେଡିରୁ ଲଢ଼ିବେ ଦିଲ୍ଲୀପ ନାୟକ

ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।

ଅଦ୍ୟତନ ହୋଇଛି
Dilip Nayak Nimapada Assembly

BJD

Advertisment

ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ଟିକେଟ ଦେଲାନି ବିଜେଡି । ନିମାପଡ଼ାରେ ପ୍ରାର୍ଥୀ ବଦଳାଇଲା ବିଜୁ ଜନତା ଦଳ । ସମୀର ଦାସଙ୍କ ଜାଗାରେ ଦିଲୀପ ନାୟକ ହେଲେ ପ୍ରାର୍ଥୀ । କୁଚିଣ୍ଡାରେ କିଶୋର ନାୟକଙ୍କୁ ବି ଟିକେଟ ଦେଲାନି ବିଜେଡି । କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ଟିକେଟ ମିଳିଛି । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ ବି କଟିଲା । ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହେଲେ ବିଜେଡି ପ୍ରାର୍ଥୀ ।

Advertisment

ସେହିଭଳି ସମ୍ବଲପୁର-ରେଢ଼ାଖୋଲ ପ୍ରାର୍ଥୀ ଅଦଳବଦଳ କରିଛି ବିଜେଡି । ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ରେଢ଼ାଖୋଲରୁ ପ୍ରାର୍ଥୀ କରିଥିବା ବେଳେ ରୋହିତ ପୂଜାରୀଙ୍କୁ ଦଳ ସମ୍ବଲପୁର ପଠାଇଛି । ପୂର୍ବରୁ ରୋହିତ ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ । ତେବେ ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି । 

ଅଧିକ ପଢ଼ନ୍ତୁ: ରୋହିତ ଗଲେ ସମ୍ବଲପୁର ପ୍ରସନ୍ନ ଆସିଲେ ରେଢ଼ାଖୋଲ

ଆଜି ବିଜେଡି ପକ୍ଷରୁ ଅନ୍ୟ ବିଧାନସଭା ଗୁଡ଼ିକରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ପୁଣି ଖେଳିଛନ୍ତି ପଶ୍ଚିମ ଓଡ଼ିଶା କାର୍ଡ। କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପକ୍ଷରୁ ଏହି ଘୋଷଣା ହୋଇଛି। ଅର୍ଥାତ୍ ନବୀନ ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜି, ଦୁଇଟି ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର କୌଣସି ଏକ ସ୍ଥାନରୁ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। କଣ୍ଟାବାଞ୍ଜିରୁ ନବୀନଙ୍କ ବିପକ୍ଷରେ ରହିବେ କଂଗ୍ରେସ ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ।

Advertisment

ସନ୍ତୋଷ ସିଂ ସାଲୁଜା ଏବେକାର ବିଧାୟକ ବି ଅଛନ୍ତି। କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଯଥାକ୍ରମେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼କୁ ଛୁଇଁଛି। ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ କଣ୍ଟାବାଞ୍ଜି ଏକ ଷ୍ଟ୍ରାଡେଜିକ୍ ଲୋକେସନ ଭାବେ ଜଣାଶୁଣା।

ଗତକାଲି ବିଜେପି ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ସେଥିରେ ରଣପୁର ଆସନରେ ପ୍ରାର୍ଥୀ ବଦଳାଇଥିଲା ବିଜେପି । ପୂର୍ବରୁ ରଣପୁରରୁ ପ୍ରାର୍ଥୀ ହୋଇଥିବା ତାପସ ମାର୍ଥାଙ୍କ ଟିକେଟ କାଟି ବିଜେପି ପୁଣି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ିଙ୍କୁ ପ୍ରାର୍ଥୀ କରିଛି ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ