Advertisment

କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ; ଭୋଟ୍ ହାତେଇବାକୁ ମାରାଥନ୍ ପ୍ରଚାର

କାହାର ହେବ ଢେଙ୍କାନାଳ ସଦର ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳି ଗଡ ହାତେଇବାକୁ ଉଦ୍ୟମ କରିଛି। ଏବେ କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ।

Dhenkanal

Dhenkanal

Advertisment

ଢେଙ୍କାନାଳ ସଦର ବିଧାନସଭା ଆସନରେ ଏଥର ହେବ ତ୍ରିମୁଖୀ ଲଢେଇ। ବିଜେଡିରୁ ବିଧାୟକ ସୁଧୀର କୁମାର ସାମଲ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପୁଣିଥରେ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଉପରେ କରିଛି ଭରସା।ଏପଟେ କଂଗ୍ରେସରୁ ରାଜ ପରିବାରର ବୋହୁ ସୁସ୍ମିତା ସିଂହଦେଓ ଓହ୍ଲାଇଛନ୍ତି ମୈଦାନକୁ। ଟିକେଟ ଘୋଷଣା ପରେ ସମସ୍ତ ପ୍ରାର୍ଥୀ ଏବେ ଗ୍ରାଉଣ୍ଡରେ ଜୋରସୋରରେ ଚଳାଇଛନ୍ତି କ୍ୟାମ୍ପେନ।

Advertisment

କାହାର ହେବ ଢେଙ୍କାନାଳ ସଦର ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ମହିଳା କାର୍ଡ ଖେଳି ଗଡ ହାତେଇବାକୁ ଉଦ୍ୟମ କରିଛି। ଏବେ କ୍ୟାମ୍ପେନରେ କମ୍ପୁଛି ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ। ବିଜେଡି ସୁଧୀର କୁମାର ସାମଲଙ୍କୁ ରିପିଟ କରିଥିବା ବେଳେ ବିଜେପି କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ପ୍ରାର୍ଥୀ କରିଛି। ଟିକେଟ ଘୋଷଣା ପରେ ଏବେ ମଇଦାନରେତିନି ପ୍ରମୁଖ ଦଳର ପ୍ରାର୍ଥୀ।

ନିଜ ନିଜ ସମର୍ଥକଙ୍କୁ ଧରି ନିର୍ବାଚନବୈତରଣୀ ପାର ହେବାକୁ ଜୋରସୋରରେ ଚଳାଇଛନ୍ତି ଉଦ୍ୟମ। ବିଜେଡି ରାଜ୍ୟ ସରକାରଙ୍କ କାମକୁ
ନେଇ ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିକୁପାଥେୟ କରିଛନ୍ତି। କଂଗ୍ରେସ ପକ୍ଷରୁ ରାଜ ପରିବାରର ରାଣୀ ସୁସ୍ମିତା ସିଂହଦେଓ ମେଡିକାଲରେ ଡାକ୍ତର ଅଭାବ, ରାସ୍ତାଘାଟ ନିର୍ମାଣ, ସୁତାକଳ ବନ୍ଦ ହୋଇ ପଡିବା ପ୍ରସଙ୍ଗରେ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି ।

Advertisment

ଏହି ନିର୍ବାଚନ ମଣ୍ଡଳୀର ସମୀକରଣକୁ ଦେଖିଲେ ସୁଧୀର ସାମଲ ୨୦୦୪ ମସିହାରେ କଂଗ୍ରେସରୁ ଲଢି ଗଡ ହାତେଇଥିଲେ। ୨୦୦୯ ମସିହାରେ ନବୀନ ନନ୍ଦ ଏନସିପି ମେଣ୍ଟରୁ ଲଢି ବିଜୟ ଲାଭ କରିଥିଲେ। ୨୦୧୪ରେ ସରୋଜ ସାମଲ ବିଜେଡିରୁ ଲଢି ବିଧାୟକ ହୋଇଥିଲେ। ୨୦୧୯ରେସୁଧିର ସାମଲ ବିଜେଡିରୁ ଲଢି ଗଡ ଦଖଲ କରିଥିଲେ। ଆସନ୍ତା ନିର୍ବାଚନରେ ଭୋଟର କାହା ସପକ୍ଷରେ ଯିବେ ତାକୁ ନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା। 

ରାଜନୀତି ସମୀକ୍ଷକଙ୍କ ମତରେ ବିଜେପିର କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପାଇଁ ଏହା ଶେଷ ସୁଯୋଗ ହୋଇଥିବା ବେଳେ ବିଜେଡିର ସୁଧୀର ସାମଲଙ୍କ ପାଇଁ ସମ୍ମାନର ପ୍ରଶ୍ନ । କଂଗ୍ରେସର ମହିଳା ପ୍ରାର୍ଥୀ ସୁସ୍ମିତା ସିଂହଦେଓଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଆଗାମୀ ଦିନରେ ଏଠାରେ ଏକ ବଡ ମୁକାବିଲା ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି । 

Advertisment
BJD BJP Congress General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ