Advertisment

‘ଜଗଦ୍ଦେବଙ୍କ ବିରୋଧରେ ମିଛ କହିବାକୁ ବାଧ୍ୟ କରିଥିଲା ପୋଲିସ’

ବେଗୁନିଆ ଇଭିଏମ୍ ଭଙ୍ଗାରୁଜା ମାମଲା । ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ।

undefined

Prashant Jagdev

Advertisment

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ମାମଲାରେ ନୂଆ ମୋଡ ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ଡ୍ରାଇଭର କହିଲେ, ପୋଲିସ ମାଡ଼ ମାରିବା ସହ ମିଥ୍ୟା କେସର ଦେଇଛି ଧମକ ବାଧ୍ୟ ହୋଇ ଦେଇଥିଲି, ବିଧାୟକଙ୍କ ବିରୋଧରେ ବୟାନ ।

Advertisment

ଗତ ୨୫ ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ବେଗୁନିଆ ଯାଇଥିବା ଘରୋଇ ଗାଡ଼ିର ମାଲିକ ତଥା ଡ୍ରାଇଭର, ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗଣମାଧ୍ୟମ ଆଗରେ ଡ୍ରାଇଭର୍ ବନମାଳି ବେହେରା ଖୋଲାଖୋଲି ଅଭିଯୋଗ କରିଛନ୍ତି, ଗତକାଲି ସେ ଭୁବନେଶ୍ବର ଘାଟିକିଆ ଘରେ ଥିବା ବେଳେ ପୋଲିସ୍ ତାଙ୍କୁ ଡାକି ନେଇ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ଜୁଲମ୍ କରିଥିଲା।

ମିଥ୍ୟା କେସରେ ଫସାଇଦେବାକୁ ଧମକ ଦେବା ସହ ମାଡ଼ ମାରିଛି। ଜୀବନ ଭୟରେ ସେ ଜଗଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଥିଲେ, ଯାହାକୁ ପୋଲିସ୍ ମୋବାଇଲରେ ରେକର୍ଡ କରିଥିଲା। ତେବେ କାଉଁରିପାଟଣା ବୁଥ୍ ରେ ଇଭିଏମ୍ ଭଙ୍ଗାରୁଜା ବେଳେ ସେ ଆଦୌ ସେଠାରେ ନଥିଲେ, ବରଂ ଗାଡ଼ି ଭିତରେ ଅପେକ୍ଷା କରିଥିଲେ ବୋଲି ସ୍ପଷ୍ଟ କରିଛନ୍ତି ବନମାଳି।

Advertisment

ସେପଟେ ଜଗଦ୍ଦେବଙ୍କ ଗିରଫଦାରୀକୁ ଜୋରଦାର ବିରୋଧ। ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ହୋହଲ୍ଲା, ନାରାବାଜି। ଅଫିସ୍ ଘେରିବା ସହ ପ୍ରତିବାଦ ଜଣାଇଛନ୍ତି ଶତାଧିକ ବିଜେପି କର୍ମୀ। ବିନା ସର୍ତ୍ତରେ ଜଗଦ୍ଦେବଙ୍କୁ ମୁକୁଳାଇବାକୁ ଦାବି କରିଛନ୍ତି ସମର୍ଥକ। ପ୍ରଥମେ ସିସିଟିଭି ଫୁଟେଜ୍ ଯାଞ୍ଚ, ପରେ କାର୍ଯ୍ୟାନୁଷ୍ଠାନ ବୋଲି ତେଜିଛି ସ୍ୱର।

ମାମଲାକୁ ନେଇ ଆଜି ପୋଲିସ୍ ର ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଗତକାଲି ଖୋର୍ଦ୍ଧା ଏସପି କହିଥିଲେ- ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ୍ ହସ୍ତଗତ ହେବା ପରେ ଯାଂଚ ହେବ। ତେବେ ପ୍ରଶ୍ନ ଉଠୁଛି, ବିନା ସିସିଟିଭି ଯାଞ୍ଚରେ ଜଣେ ଷ୍ଟାଣ୍ଡିଂ ଏମଏଲଏଙ୍କୁ କେମିତି ଗିରଫ କରାଗଲା ? କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ବିଧାୟକଙ୍କ ବିରୋଧରେ ସଂଗୀନ ଦଫା ଲଗାଇ ଜେଲ୍ ପଠାଇବା କେତେ ଯୁକ୍ତିଯୁକ୍ତ ? ବିଧାୟକଙ୍କୁ ଗିରଫ କରିବାକୁ ପୋଲିସ ଉପରେ ପଡିଥିଲା କି ଚାପ ?

Advertisment

ତୁରନ୍ତ ଜଗଦ୍ଦେବଙ୍କୁ ଛଡାନଗଲେ ବିଜେପି ଜାତୀୟ ରାଜପଥ ଅବରୋଧ କରିବା ସହ ଖୋର୍ଦ୍ଧା ଜିଲ୍ଲା ବନ୍ଦ କରିବ ବୋଲି ଧମକ ଦେଇଛି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ