Advertisment

BJDର ବାକି ୧୨ ଆସନରେ ଛିଡୁନି ଅଙ୍କ ? ବରୀ-ବେଗୁନିଆ-ଖୋର୍ଦ୍ଧାରେ ପ୍ରାର୍ଥୀ କିଏ ?

ଟିକେଟ୍ ଲବିରେ ବହୁ ହେଭିୱେଟ୍ । କାହାକୁ ମ୍ୟାନେଜ୍ କରି କାହାକୁ ଛାଡ଼ିବେ ?

ଅଦ୍ୟତନ ହୋଇଛି
undefined

Odisha Politics, BJD

Advertisment

ବିଜେଡିର ୧୨ ଅଡୁଆ ସିଟ୍। କୋରେଇରୁ ନେଇ ବରୀ, ଖୋର୍ଦ୍ଧା ହେଉ କି ବେଗୁନିଆ। କେଉଁଠି ବି ତୁଟୁନି ଅଙ୍କ। ଘୋଷଣା ହୋଇନଥିବା ୧୨ ସିଟରେ ଟାଇଟ୍ ପରିସ୍ଥିତି। ସବୁଠି ହେଭିୱେଟ୍ ବିଦ୍ରୋହୀ। ଯେଉଁଥି ପାଇଁ ବିଳମ୍ବ ହେଉଛି କି ଟିକେଟ ଘୋଷଣା? ଏଇ ଯେମିତି ଯାଜପୁରର ଦୁଇ ସିଟ୍ କୋରେଇ ଆଉ ବରୀରେ ପ୍ରାର୍ଥୀ ଘୋଷଣା ହୋଇନି। କୋରେଇରେ ଦୁଇ ପରିବାର ଭିତରେ ପତିଆରା ଫାଇଟକୁ ନେଇ ଦ୍ୱନ୍ଦ୍ୱରେ ଦଳ।

Advertisment

ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘଡେଇ ପରିବାର ଭିତରେ ଚାଲିଛି ଲଢେଇ। ଗୋଟିଏ ପଟେ ପ୍ରଣବ ପ୍ରକାଶଙ୍କ ନିଜ ଭାଇ ଭବପ୍ରସାଦ ଦାସ, ଅନ୍ୟପଟେ ନିଜ ପତ୍ନୀ ଝିଲିକଙ୍କ ପାଇଁ ଟିକେଟ ଲବିରେ ଅଛନ୍ତି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇ। ତେଣୁ ଏଠୁ ଦଳ କାହାକୁ ଟିକେଟ ଦେବ ତାକୁ ନେଇ ଦ୍ୱନ୍ଦ୍ବରେ।

ବରୀରେ ବି ଏକ ପ୍ରକାର ସମାନ ସ୍ଥିତି। ଏଠି ଦୁଇ ହେଭିୱେଟ ଦାବିଦାର ହେଉଛନ୍ତି ବିଧାୟିକା ସୁନନ୍ଦା ଦାସ ଆଉ ବିଶ୍ୱ ମଲ୍ଲିକ। କିଛି ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୁନନ୍ଦା ସପକ୍ଷରେ ବାହାରିଥିଲେ, ୩୨ ସରପଞ୍ଚ ଆଉ ୨୯ ସମିତି ସଭ୍ୟ। କୁହାଯାଉଛି ସୁନନ୍ଦାଙ୍କ ସପକ୍ଷରେ ଯାଦବ ଭୋଟବ୍ୟାଙ୍କ ସହ ମହିଳା ଭୋଟ୍ ରହିଛି। ଅନ୍ୟ ପଟେ ବିଶ୍ୱରଂଜନ ବି ସ୍ବାଧୀନ ଭାବେ ଲଢି ବିପୁଳ ଭୋଟ୍ ପାଇଥିଲେ। ତେଣୁ ଦଳ ଏଠି କାହାକୁ ଟିକେଟ ଦେବ, କାହାକୁ ମ୍ୟାନେଜ କରିବ ତାକୁ ନେଇ ଦ୍ବନ୍ଦ୍ବରେ।

Advertisment

ସେହିପରି ଢେଙ୍କାନାଳର ହିନ୍ଦୋଳରେ ଟିକେଟ ବିଳମ୍ବ ହେବାରୁ ମେଳି କରି ଦଳକୁ ଚେତାବନୀ ଦେଇଛନ୍ତି ବିଧାୟିକା ସୀମାରାଣୀଙ୍କ ସମର୍ଥକ। କୁହାଯାଉଛି ଏଠୁ ନିଜ ପ୍ରାର୍ଥୀ ଲଢେଇବାକୁ ଲବି କରୁଛନ୍ତି ହେଭିୱେଟ ସୁଧିର ସାମଲ ଏବଂ ସାଂସଦ ମହେଶ ସାହୁ।

ସେହିଭଳି ଖୋର୍ଦ୍ଧାରେ ବିଧାୟକ ଜିତୁ ମିତ୍ର ଆଶାୟୀ ଥିବା ବେଳେ ଦଳ ଏଠି ନୂଆ ଚେହେରା ଖୋଜୁଛି। ଅନ୍ୟ ପଟେ ପୂର୍ବତନ ବିଧାୟକ ତଥା ଏବେ ବେଗୁନିଆରୁ ବିଧାୟକ ଥିବା ରାଜେନ୍ଦ୍ର ଦାସଙ୍କୁ ଖୋର୍ଦ୍ଧା ଫେରାଇ ନେବାକୁ ଦଳ ଅଙ୍କ କଷୁଛି। ଆଉ ବେଗୁନିଆରେ ବି ଆଶାୟୀ ଅଛନ୍ତି ପ୍ରଦୀପ ସାହୁ। ଉଭୟ ମଧ୍ୟ ନବୀନ ନିବାସ ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି। 

Advertisment

ବାଲେଶ୍ୱର ଭୋଗରାଇରେ ବି ଟିକେଟ ପାଇଁ ଅଡି ବସିଛନ୍ତି ବରିଷ୍ଠ ବିଧାୟକ ଅନନ୍ତ ଦାସ। ନିଜ ପୁଅ ସହ ଆସି ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ହେଲେ ସେଠି ବି ୨ ଆଶାୟୀ ଗୌତମବୁଦ୍ଧ ଦାସ ଏବଂ ଭୁବନାନନ୍ଦ ଦାସ।

ସେପଟେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର ପରେ ଖଣ୍ଡପଡ଼ା ଆସନରେ ବିଜେଡି କାହାକୁ ଟିକେଟ ଦେବ ସ୍ଥିର କରିପାରୁନି। ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ ଲବିରେ ଅଛନ୍ତି, ଅନ୍ୟ ପଟେ ଗ୍ରାଉଣ୍ଡରେ ଉଭୟ ଖଣ୍ଡପଡ଼ା ଓ ଭାପୁର ବ୍ଲକର ଅଧ୍ୟକ୍ଷ ପୃଥକ ପୃଥକ ସଙ୍ଗଠନ କରିଛନ୍ତି। ସେପଟେ ବିଜେଡି କହିଛି, ଖୁବ୍ ଶୀଘ୍ର ବଳକା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ। ଦଳ ପାଇଁ ବିଦ୍ରୋହ ସମସ୍ୟା ହେବନି। ଗୋଟିଏ ପଟେ ଟିକେଟ କଟିଥିବା ନେତାଙ୍କୁ ଦଳ ମ୍ୟାନେଜ କରିବାରେ ସକ୍ଷମ ହେଉନଥିବାରୁ ଏସବୁ ଆସନରେ ଦଳ କଣ କରୁଛି ତା ଉପରେ ନଜର।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ