Advertisment

ଓଡ଼ିଶା ଆସୁଛନ୍ତି ମଲିକାର୍ଜୁନ ଖଡ଼ଗେ; କନ୍ଧମାଳ ମହାସମାବେଶରେ ଯୋଗଦେବେ

ଖଡଗେଙ୍କ ସହ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଅଦ୍ୟତନ ହୋଇଛି
Mallikarjun Kharge to visit Odisha

Mallikarjun Kharge

Advertisment

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ । କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ମହା ସମାବେଶରେ ଯୋଗଦେବେ । ଗୁଦାରୀ ଏୟାରଷ୍ଟ୍ରିପରେ ଅପରାହ୍ନ ୨ଟା ୪୦ ମିନିଟରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ କରୋନେସନ ପଡ଼ିଆ ପର୍ଯ୍ୟନ୍ତ ଆସିବେ । ତାପରେ ସେଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଖଡଗେଙ୍କ ସହ ତେଲେଙ୍ଗାନା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଖଡ଼ଗେଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଂଗ୍ରେସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Advertisment

ଗତକାଲି ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। ବଲାଙ୍ଗିରରେ ଆୟୋଜିତ ସଭାରେ ବିଜେପିକୁ ଟାର୍ଗେଟ୍ କରିଥିଲେ ରାହୁଲ ଗାନ୍ଧି। ବିଜେପିର ବଡ଼ବଡ଼ ନେତା ସଂରକ୍ଷଣ ହଟାଇବା ନେଇ କହୁଛନ୍ତି। ଜୁନ୍; ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ। ଏହାପରେ ଦେଶର ସବୁ ଗରିବଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ । ଏଥିରେ ଗରିବ, ଦିନ ମଜୁରିଆ ଓ ବେରୋଜଗାରଙ୍କ ନାଁ ରହିବ। ପ୍ରତି ପ୍ରତିବାରରୁ ଜଣେ ମହିଳାଙ୍କ ନାଁ ଚୟନ କରାଯିବ। କୋଟିଏ ମହିଳାଙ୍କ ଲିଷ୍ଟ ପ୍ରସ୍ତୁତ କରାଯିବ।

ଅଧିକ ପଢ଼ନ୍ତୁ: BJP ଆସିଲେ ଚିଟଫଣ୍ତ ଦୋଷୀ ଜେଲ୍ ଯିବେ: ଅମିତ୍ ଶାହ

୪ଜୁଲାଇରୁ ପ୍ରତିମାସରେ ଗରିବ ମହିଳାଙ୍କ ଆକାଉଣ୍ଟରେ ୮୫୦୦ ଟଙ୍କା ଦିଆଯିବ। ପ୍ରତି ଗରିବ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦିଆଯିବ। ଏକ କୋଟି ମହିଳାଙ୍କୁ ଏକ ବର୍ଷରେ ଲକ୍ଷପତି କରିଦେବୁ କହିଲେ ରାହୁଲ ଗାନ୍ଧି। କୋଟିଏ ଟଙ୍କା ଗରିବଙ୍କ ପକେଟ୍‌କୁ ଯିବ। ସବୁ ବନ୍ଦ ଥିବା ଫ୍ୟାକ୍ଟ୍ରି ଚାଲୁ କରାଯିବ। ଏହାପରେ ନିଜ ଗାଁ ଓ ସହରରେ ରୋଜଗାର ମିଳିବ। ଏପରି ଭାବରେ ଆର୍ଥିକ ଇଞ୍ଜିନ ଚାଲୁ କରାଯିବ।ଏବେର ସରକାର ପବ୍ଲିକ ସେକ୍ଟରକୁ ପୁଞ୍ଜିପତିଙ୍କୁ ବିକ୍ରି କରିଛନ୍ତି। ୧୬ଲକ୍ଷ କୋଟି ଦେଇ ବିଜେପି ସରକାର ୨୨ପୁଞ୍ଜିପତିଙ୍କ କର ଛାଡ଼ କରିଛନ୍ତି। ଗରିବଙ୍କ ଋଣ ଛାଡ଼ ନକରି, ଛାତ୍ରଙ୍କ ଋଣ ଛାଡ଼ ନ କରି ଧନୀଙ୍କୁ ଆହୁରି ଧନୀ କରିଛନ୍ତି।

Advertisment

ଦେଶରେ ପ୍ରାୟ ୫୦ପ୍ରତିଶତ ପଛୁଆ ବର୍ଗର ଲୋକ ଅଛନ୍ତି। ୧୫ପ୍ରତିଶତ ଲୋକ ଦଳିତ, ୮ପ୍ରତିଶତ ଆଦିବାସୀ ଅଛନ୍ତି।କଂଗ୍ରେସ ଚାଷୀଙ୍କ ଋଣ ଛାଡ଼ କରିବ। ଚାଷୀଙ୍କ ପାଇଁ ପ୍ରଥମଥର କାନୁନ ସହ ଏମଏସପି ଗ୍ୟାରେଣ୍ଟି ପ୍ରଦାନ କରାଯିବ। ୩୦ଦିନରେ ମିଳିବ ବୀମାଟଙ୍କା। ଓଡ଼ିଶାର ଅନେକ ଲୋକ ମନରେଗା, ଆଶା ଓ ଅଂଗନୱାଡି କର୍ମୀ ଭାବେ କାମ କରୁଛନ୍ତି। କଂଗ୍ରେସ ଆସିଲେ ମନରେଗା ଟଙ୍କା ୩୦୦ରୁ ୪୦୦ଟଙ୍କାକୁ ବୃଦ୍ଧି କରାଯିବ।ଏଥିସହ ଆଶା ଓ ଅଂଗନୱାଡି କର୍ମୀଙ୍କ ଦରମା ଦୁଇଗୁଣ କରାଯିବ। ୩୦ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଯୁବକଙ୍କ ପାଇଁ ଚାକିରି ଗ୍ୟାରେଣ୍ଟି ଦେଉଛି କଂଗ୍ରେସ। ସବୁ ବେରୋଜଗାର ଗ୍ରାଜୁଏଟଙ୍କୁ ଏକ ବର୍ଷ ଚାକିରି ସହ ପ୍ରତିମାସରେ ୮୫୦୦ଟଙ୍କା ଆକାଉଣ୍ଟରେ ପ୍ରଦାନ କରାଯିବ ବୋଲି କହିଥିଲେ ରାହୁଲ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା BJD ନେତା; ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

Advertisment
Congress Mallikarjun Kharge General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ