Advertisment

୧୫ରେ ବଲାଙ୍ଗିର ଆସିବେ ରାହୁଲ, ବାଇକ୍‌ ରାଲି ସହ କରିବେ ଜନସଭା

ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।

Rahul Gandhi

Rahul Gandhi

Advertisment

ଆସନ୍ତା ମେ’ ୧୫ରେ ଓଡ଼ିଶା ଦେଖିବା ହେଭିୱେଟ୍‌ଙ୍କ ପ୍ରଚାର । ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିବାକୁ ଆସୁଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବାକୁ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଆସନ୍ତା ୧୫ ତାରିଖରେ ବଲାଙ୍ଗିର ଆସିବେ ରାହୁଲ ଗାନ୍ଧି । ବାଇକ୍ ରାଲି ସହ ଜନସଭାରେ ଯୋଗ ଦେବେ ରାହୁଲ ଗାନ୍ଧି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ।

Advertisment

ସୂଚନା ଅନୁସାରେ ଆସନ୍ତା ମେ’ ୩ରେ ରାହୁଲ ଗାନ୍ଧି ରାୟଗଡ଼ା ଆସିବାର ଥିଲା । କିନ୍ତୁ ରାୟବରେଲୀରୁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାରୁ ସେ ଏହି ଗସ୍ତକୁ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଏହା ପୂର୍ବରୁ ଏପ୍ରିଲ୍‌ ୨୮ରେ ସାଲେପୁର ଆସି କଂଗ୍ରେସ ପାଇଁ ପ୍ରଚାର ବିଗୁଲ ବଜାଇଥିଲେ ରାହୁଲ। ସଭା ମଂଚକୁ ଆସୁ ଆସୁ କରିଥିଲେ ଆଟାକ୍ । ଅଭିଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ କରିଥିଲେ ହମଲା ।

ଓଡ଼ିଶାରେ କଂଗ୍ରେସ କ୍ୟାମ୍ପେନର ବିଗୁଲ ବଜାଇ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲେ ରାହୁଲ ଗାନ୍ଧି। କହିଥିଲେ, ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି। ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି। ପାନ୍ ଥିଓରି ଉଠାଇ ଉଭୟ ମୋଦି ଓ ନବୀନଙ୍କୁ ଘେରିଥିଲେ ରାହୁଲ୍। ସେ କହିଥିଲେ ରାଜ୍ୟକୁ ପାଣ୍ଡିଆନ୍ ଚଳାଉଛନ୍ତି। ତାସହିତ ଖଣି ଦୁର୍ନୀତି, ଜମି ଦୁର୍ନୀତି ଓ ଚାରା ରୋପଣ ନାଁରେ କୋଟି କୋଟି ଟଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ଆଣିଥିଲେ ରାହୁଲ୍ । ତେବେ ମେ’ ୧୫ରେ ବଲାଙ୍ଗିରରେ ହେବାକୁ ଥିବା ଜନସଭାରେ ତାଙ୍କ ଆଭିମୁଖ୍ୟ କ’ଣ ରହିବ ତାହାକୁ ଅପେକ୍ଷା କରିଛନ୍ତି କଂଗ୍ରେସ କର୍ମୀ ।

Advertisment

ସେପଟେ ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ । ଆସନ୍ତା ସପ୍ତାହରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ୨୦ ତାରିଖରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। । ସେହିପରି ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ ।

ସେହିପରି ଆସନ୍ତା ୧୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Advertisment
Congress Rahul Gandhi General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ