Advertisment

ପୁଣି ସୁରଙ୍କୁ ସୋ' କଜ୍ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।

Sura Routray

Sura Routray

Advertisment

ବିଜେଡି ସାଂସଦ ପ୍ରାର୍ଥୀ ବନିଥିବା ସାନ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରୁଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପାଇଁ ବଢ଼ିବ କି ଦଳୀୟ ଅଡୁଆ ? କାରଣ ସୁରଙ୍କୁ ଏ ସଂପର୍କରେ ଏକ କାରଣ ଦର୍ଶାଅ ନୋଟିସ୍ ପଠାଇଛି ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି । ସେଥିରେ ଉଲ୍ଲେଖ ଅଛି ଯେ, ବିଜେଡିରେ ଯୋଗ ଦେଇଥିବା ଏବଂ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ୁଥିବା ପୁଅଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ, ସେ ସଂପର୍କରେ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନୋଟିସରେ ଦର୍ଶାଯାଇଛି। ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଏହି ନୋଟିସ୍ ଜାରି କରିଛନ୍ତି ।

Advertisment

ସୂଚନା ଅନୁସାରେ, ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା । ତେବେ ନୋଟିସ ସଂପର୍କରେ ସୁରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳି ନ ଥିବାବେଳେ ପୂର୍ବରୁ ମିଡିଆରେ କହିଥିଲେ, କାହା ବିପକ୍ଷରେ ପ୍ରଚାର ନୁହଁ, ବରଂ ଅତି ଭଦ୍ରାମୀର ସହ ଭୋଟ୍ ଭିକ୍ଷା କରୁଛୁ ।

BJD Congress OPCC Sura Routray Sura Routray's Son Manmath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ