Advertisment

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା...ଆନନ୍ଦପୁରରୁ ଜୟଦେବ, ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ

ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି ।

ଅଦ୍ୟତନ ହୋଇଛି
Congress Announces Odisha Assembly elections Candidates List

Congress Candidate List

Advertisment

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି । ଆନନ୍ଦପୁର ଆସନରୁ ଜୟଦେବ ଜେନାଙ୍କୁ କଂଗ୍ରେସ ଟିକେଟ୍‌ ଦେଇଥିବାବେଳେ ଭଣ୍ଡାରୀପୋଖରୀ ଆସନରୁ ନିରଞ୍ଜନ ପଟ୍ଟନାୟକ, ଭଦ୍ରକ ଆସନରୁ ଅସିତ୍ ପଟ୍ଟନାୟକ,ବାଙ୍କୀରୁ ଦେବାଶିଷ ପଟ୍ଟନାୟକଙ୍କୁ ଟିକେଟ୍‌ ଦେଇଛି କଂଗ୍ରେସ ।

Advertisment

କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା

ଅତାବିରା- ଅଭିଷେକ ସେଠ

ତଳସରା- ଦେବେନ୍ଦ୍ର ଭିତରିଆ

କୁଚିଣ୍ଡା- କେଦାରନାଥ ବରିହା

ରେଙ୍ଗାଲି- ଦିଲୀପ କୁମାର ଦୁରିଆ

ସମ୍ବଲପୁର- ଦୁର୍ଗାପ୍ରସାଦ ପାଢ଼ୀ

ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍

ଦେବଗଡ଼- ସେମ୍ ହେମ୍ବ୍ରମ୍

ତେଲକୋଇ- ନିର୍ମଳ ଚନ୍ଦ୍ର ନାଏକ

ଘଷିପୁରା- ସୁବ୍ରତ ଚକ୍ର

ଆନନ୍ଦପୁର- ଜୟଦେବ ଜେନା

ପାଟଣା- ହୃଷିକେଶ ନାଏକ

କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାୟକ

ଚମ୍ପୁଆ- ଯଶୋବନ୍ଦ ଲାଗୁରି

ଯଶିପୁର- ଶ୍ୱେତା ଛତର

ସାରସକଣା- ରାମକୁମାର ସୋରେନ

ରାଇରଙ୍ଗପୁର- ଯୋଗେନ୍ଦ୍ର ବଅଁର

ବାଙ୍ଗରିପୋଷି- ମୂରଲୀଧର ନାଏକ

କରଞ୍ଜିଆ- ଲକ୍ଷ୍ମୀଧର ସିଂ

ଉଦଳା- ଦୁର୍ଗାଚରଣ ଟୁଡୁ

ବାରିପଦା- ବାଦଲ ହେମ୍ବ୍ରମ୍

ମୋରଡ଼ା- ପ୍ରଭାସ କରମହାପାତ୍ର

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା- ବିଜନ ନାୟକ

ରେମୁଣା- ସୁଦର୍ଶନ ଜେନା

ସୋର- ସୁବ୍ରତ ଧଡ଼ା

ସିମୁଳିଆ- ହିମାଂଶୁ ଶେଖର ବେହେରା

ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ

ଭଦ୍ରକ- ଅସିତ ପଟ୍ଟନାୟକ

ବାସୁଦେବପୁର- ଅଶୋକ କୁମାର ଦାସ

ଧାମନଗର- ରଞ୍ଜନ କୁମାର ବେହେରା

ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର

ବିଞ୍ଝାରପୁର- କନକଲତା ମଲ୍ଲିକ

ବରୀ- ଆରତୀ ଦେଓ

ଧର୍ମଶାଳା- କିଷନ ପଣ୍ଡା

ଯାଜପୁର- ସୁଦୀପ କୁମାର କର

ଅଧିକ ପଢ଼ନ୍ତୁ: ଓଡ଼ିଆ ନବବର୍ଷ ଆଣିବ କି ରାଜନୈତିକ ପରିବର୍ତ୍ତନ... କ’ଣ କହୁଛି ଓଡ଼ିଆ ପଞ୍ଜିକା ?

କୋରେଇ- ବନ୍ଦିତା ପରିଡ଼ା

ଢେଙ୍କାନାଳ- ସୁସ୍ମିତା ସିଂଦେଓ

ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ

କାମାକ୍ଷାନଗର- ବିପ୍ରବର ସାହୁ

ପରଜଙ୍ଗ- ରଞ୍ଜିତ କୁମାର ସାହୁ

ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ

ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ

ଛେଣ୍ଡିପଦା- ନରୋତ୍ତମ ନାୟକ

ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ

ବୀରମହାରାଜପୁର- ପ୍ରଦୀପ ସେଠୀ

ସୋନପୁର- ପ୍ରିୟବ୍ରତ ସାହୁ

ଟିଟିଲାଗଡ଼- ବୀରେନ୍ଦ୍ର ବାଗ

ଖଡ଼ିଆଳ- କମଳଚରଣ ତାଣ୍ଡି

ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ

ବଡ଼ମ୍ବା- ସଞ୍ଜୟ କୁମାର ସାହୁ

ବାଙ୍କୀ- ଦେବାଶିଷ ପଟ୍ଟନାୟକ

ଆଠଗଡ଼- ମେହମୁଦ ଅହମ୍ମଦ ଖାନ୍

ଚୌଦ୍ୱାର-କଟକ - ମୀରା ମଲ୍ଲିକ

ନିଆଳୀ- ଜ୍ୟୋତିରଞ୍ଜନ ମଲ୍ଲିକ

କଟକ ସଦର - ରାମଚନ୍ଦ୍ର ଗୋଚ୍ଛାୟତ

ସାଲେପୁର - ଆକିବ ଉଜ୍ଜମାନ ଖାନ୍

ପାଟକୁରା- ରତିକାନ୍ତ କାନୁନଗୋ

ଆଳି- ଦେବସ୍ମିତା ଶର୍ମା

ପାରାଦୀପ- ନିରଞ୍ଜନ ନାୟକ

ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ

ବାଲିକୁଦା-ଏରସମା - ଇଂ ନଳିନୀ ସ୍ବାଇଁ

ପୁରୀ - ସୁଜିତ ମହାପାତ୍ର

ବ୍ରହ୍ମଗିରି - ମିତ୍ରଭାନୁ ମହାପାତ୍ର

ଜୟଦେବ - ଜୟନ୍ତ କୁମାର ଭୋଇ

ଏକାମ୍ର ଭୁବନେଶ୍ୱର - ପ୍ରଶାନ୍ତ କୁମାର ଚମ୍ପତି

ଜଟଣୀ - ସନ୍ତୋଷ ଜେନା

ବେଗୁନିଆ - ପୃଥ୍ବୀବଲ୍ଲଭ ପଟ୍ଟନାୟକ

ରଣପୁର- ବିଭୁପ୍ରସାଦ ମିଶ୍ର

ନୟାଗଡ଼ - ରଞ୍ଜିତ ଦାସ

କବିସୂର୍ଯ୍ୟନଗର - ବିପିନ ବିହାରୀ ସ୍ୱାଇଁ

ଖଲ୍ଲିକୋଟ - ଚିତ୍ରସେନ ବେହେରା

ଆସ୍କା - ସୁରଭି ବିଷୋୟୀ

ହିଞ୍ଜିଳି - ରଜନୀକାନ୍ତ ପାଢ଼ୀ

ବ୍ରହ୍ମପୁର - ଦୀପକ ପଟ୍ଟନାୟକ

ଦିଗପହଣ୍ଡି - ଶ୍ରୀଧର ଦେବ

ଅନ୍ୟପକ୍ଷରେ ଗତକାଲି ୯ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭଦ୍ରକରୁ ଲଢ଼ିବେ ଅନନ୍ତ ପ୍ରସାଦ ସେଠୀ । ସେହିପରି ଯାଜପୁରରୁ ଅଞ୍ଚଳ ଦାସ, ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ, ପୁରୀରୁ ସୁଚରିତା ମହାନ୍ତି ଓ ଭୁବନେଶ୍ୱରରୁ ୟାସିର ନୱାଜଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ।

Advertisment

ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ପୂର୍ବରୁ ଘୋଷଣା ହୋଇଥିବା ଲୋକସଭା ପ୍ରାର୍ଥୀ..

ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।

Advertisment

ସେପଟେ ୪୭ ବିଧାନସଭା ସିଟରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛି କଂଗ୍ରେସ। ଘୋଷଣା କରିଥିବା ୪୭ ଆସନ ମଧ୍ୟରୁ ୫ ବିଧାୟକଙ୍କୁ ରିପିଟ୍ କରିଥିଲା ଦଳ। କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଦେଇଥିଲା ଟିକେଟ୍। ଖୋଦ୍ ସେନାପତି ଅର୍ଥାତ୍, ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ। ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ। ସେହିପରି ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ଭାବେ ପୂର୍ବତନ ମୁଖ୍ୟ ପ୍ରଶାସକ ବିଜୟ ପଟ୍ଟନାୟକ ନାଁ ଘୋଷଣା କରିଥିଲା କଂଗ୍ରେସ । ତେବେ ଆଜି ଆଉ ୭୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

Congress General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ