Advertisment

ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ

ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ ।

Manmohan Samal

Manmohan Samal

Advertisment

ଦିଲ୍ଲୀରୁ ଫେରିବା ପରେ ରାଜ୍ୟରେ ଏକାକୀ ସରକାର ଗଢ଼ିବା ନେଇ ମନମୋହନଙ୍କ ଦମ୍ଭୋକ୍ତି। କିନ୍ତୁ ଦୂର ହୋଇନି ମେଣ୍ଟ ଦ୍ୱନ୍ଦ୍ୱ । ଆଜି ସକାଳୁ ସକାଳୁ ଦିଲ୍ଲୀରୁ ଫେରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି। ଆଉ ଫେରିବା ବେଳେ ଏୟାରପୋର୍ଟଠାରେ ମନମୋହନ କହିଥିଲେ ସବୁ ନିର୍ବାଚନ ମଣ୍ଡଳୀ ନେଇ ବିଚାର ଆଲୋଚନା ହୋଇଛି। ଏବଂ ମେଣ୍ଟ ସଂପର୍କିତ ପ୍ରଶ୍ନର ଉତ୍ତରରେ କହିଥିଲେ ପ୍ରକ୍ରିୟା ସବୁ ଠିକ୍ ଚାଲିଛି।

Advertisment

କିଛି ସମୟ ପରେ ନିଜ ବାସଭବନ ଓ ପାର୍ଟି କାର୍ଯ୍ୟାଳୟରେ ସମାନ ଭାବେ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ସଭାପତି। କହିଥିଲେ ବିଜେପି ଏକାକୀ ନିର୍ବାଚନ ଲଢିବ ଆଉ ସରକାର ଗଢିବ। ଓଡ଼ିଆଙ୍କ ଅସ୍ମିତାକୁ ନେଇ ନିର୍ବାଚନ ଲଢିବ ଦଳ। ସାଢେ ଚାରିକୋଟି ଓଡିଶାବାସୀଙ୍କ ଶୁଭେଚ୍ଛା ଓ ସହଯୋଗ ବିଜେପି ସହ ରହିଛି। ହେଲେ ମେଣ୍ଟ ଆଲୋଚନା ବା ସମ୍ଭାବନା ପ୍ରଶ୍ନରେ କୌଣସି ଉତ୍ତର ଦେଇନଥିଲେ ମନମୋହନ। କିନ୍ତୁ ତାର ପୁଣି ଘଣ୍ଟାଏ ପରେ ମେଣ୍ଟ ପ୍ରସଙ୍ଗରେ ସ୍ପଷ୍ଟ କରି କହିଥିଲେ, ମେଣ୍ଟ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ୱ ଏବଂ ପାର୍ଲାମେଣ୍ଟାରୀ ବୋର୍ଡ ନେବ। ମୁଁ କେବେ ମେଣ୍ଟ ଶବ୍ଦ କହିନି।

କର୍ମୀଙ୍କ ଠାରୁ ନେତା ଯାଏଁ ସମସ୍ତଙ୍କ ନଜର ଥିଲା ଦିଲ୍ଲୀ ଉପରେ। ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କ ସହ ରାଜ୍ୟ ନେତୃତ୍ୱଙ୍କ କଣ ଆଲୋଚନା ହେଉଛି ଆଉ ସେଠାରୁ କଣ ସନ୍ଦେଶ ଆସିଛି। ଆଉ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ପହଞ୍ଚି ଏକାକୀ ଲଢିବା ନେଇ ଦମ୍ଭୋକ୍ତି ପରେ ବଦଳି ଯାଇଥିଲା ମାହୋଲ। କିଏ ସଭାପତିଙ୍କୁ ଫୁଲ ଗୁଚ୍ଛ ଦେଇ ସ୍ୱାଗତ କରିଥିଲା ତ କିଏ ମିଠା ଖୁଆଇ ଖୁସି ମନାଇଥିଲେ। ପଦ୍ମ ଶିବିରରେ ଖେଳିଯାଇଥିଲା ଉତ୍ସାହର ମୋହୋଲ। ଜଣାପଡୁଥିଲା ଯେମିତି କେହି ବି ପ୍ରସ୍ତାବିତ ମେଣ୍ଟରେ ଖୁସି ନଥିଲେ। 

Advertisment

ଅନ୍ୟପଟେ ରାଜ୍ୟ ନେତୃତ୍ୱ ଦିଲ୍ଲୀରୁ ଫେରିବା ପରେ ବି ମେଣ୍ଟ ଚର୍ଚ୍ଚାରୁ ପୂର୍ଣ୍ଣଛେଦ ନ ପଡ଼ିବାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ। ପୂର୍ବରୁ ମେଣ୍ଟ ଚର୍ଚ୍ଚାକୁ ସେ ସଂପୂର୍ଣ୍ଣ ଖଣ୍ଡନ କରିଥିବା ବେଳେ ଆଜି ନିଷ୍ପତ୍ତି କେନ୍ଦ୍ର ନେତୃତ୍ୱଙ୍କ ଉପରେ ଛାଡ଼ିଛନ୍ତି ରାଜ୍ୟ ସଭାପତି। ଏଠି ପ୍ରଶ୍ନ କାହିଁକି କ୍ଲିୟର କରୁନାହାନ୍ତି କେନ୍ଦ୍ର ନେତୃତ୍ୱ ? ନା ଏବେ କେଉଁଠି ଅଛିଣ୍ଡା ରହିଛି ଅଙ୍କ ? 

ଆସନ୍ତାକାଲି ବସିବ ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ। ସମସ୍ତ ବିଧାନସଭା ଓ ଲୋକସଭା ସିଟ୍ ଉପରେ ଆଲୋଚନା କରି କେନ୍ଦ୍ରକୁ ନାଁ ପଠାଇବ ରାଜ୍ୟ ବିଜେପି।

Advertisment

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ