ଅଶ୍ଲୀଳ ପୋଷ୍ଟ ହଟାଇଲା କମିଶନରେଟ ପୋଲିସ, ସୂଚନା ଦେଲେ କମିଶନର୍

ନିର୍ବାଚନ ବେଳେ ଭୁବନେଶ୍ୱରରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଏବଂ ଫଟୋ ପୋଷ୍ଟ ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ୨୪୯ଟି ପୋଷ୍ଟ ହଟାଇଛି କମିସନରେଟ ପୋଲିସ ।

BBSR DCP

ନିର୍ବାଚନ ବେଳେ ଭୁବନେଶ୍ୱରରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଏବଂ ଫଟୋ ପୋଷ୍ଟ ସହ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ୨୪୯ଟି ପୋଷ୍ଟ ହଟାଇଛି କମିସନରେଟ ପୋଲିସ । ଫେସବୁକରୁ ୬୮, ଇନଷ୍ଟାଗ୍ରାମରୁ ୧୪୪, 'ଏକ୍ସ'ରୁ ୩୭ଟି ପୋଷ୍ଟକୁ ହଟାଇବା ପାଇଁ ପଦକ୍ଷେପ ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

ସାଧାରଣ ଜନତାଙ୍କ ପକ୍ଷରୁ ୧୧୦ଟି ଅଭିଯୋଗ ଆସିଥିବା ବେଳେ ବଳକା ପୋଷ୍ଟ କମିସନରେଟ ପୋଲିସ ନିଜ ଆଡୁ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନେଇଛି । ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ରାଜନୈତିକ ବିବାଦୀୟ ପୋଷ୍ଟ ନେଇ ୪ଟି ମାମଲା ରୁଜୁ ହୋଇଛି । ଏକାଧିକ ସୋସିଆଲ ମିଡିଆ ହ୍ୟାଣ୍ଡଲ ଉପରେ ପୋଲିସ ନଜର ରଖିଛି ।

ଏଥିପାଇଁ ସ୍ପେସାଲ ସାଇବର ଟିମ୍ ଗଠନ କରାଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ସେପଟେ ସବୁ ଥାନା ଆଇଆଇଆସିଙ୍କୁ ଭୁବନେଶ୍ୱର ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ହିଂସାକାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । ନିର୍ବାଚନ ହିଂସା ରୋକିବା ପାଇଁ କମିସନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ଏଭଳି ନିର୍ଦ୍ଦଶ ଦେଇଛନ୍ତି ଡିସିପି ।

ପ୍ରଥମ ପର୍ଯ୍ୟାୟରେ ହିଂସାକାଣ୍ଡକୁ ଆଖିରେ ରଖି ପୋଲିସ ଡିଜିଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଅଫିସରଙ୍କୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଭୁବନେଶ୍ୱରରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ ଗଳିକନ୍ଦିରେ କଡା ଚେକିଙ୍ଗ କରିବା ପାଇଁ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ରାଜଧାନୀକୁ ଭିଭିଆଇପି ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ଡିସିପି । ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିସିପି ।