Advertisment

ଭିନ୍ନ ମୋଡ଼ ନେଉଛି ଚାନ୍ଦବାଲି ରାଜନୀତି ! ଭାଇରାଲ ହେଉଛି ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ଭିଡିଓ

ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅଦ୍ୟତନ ହୋଇଛି
Chandbali Election 2024

Chandbali Politics

Advertisment

ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଭଦ୍ରକ ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭାଇରାଲ ଭିଡିଓକୁ ନେଇ ଜୋରଦାର ଚର୍ଚ୍ଚା। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ମାନସୀ କହୁଛନ୍ତି ଯେ, ତାଙ୍କର ଯଦି ମୃତ୍ୟୁ ହୋଇଯାଏ, ତାହେଲେ ଏପାଇଁ ବାପି ରାୟ ଏବଂ ରଞ୍ଜନ ସାହୁ ଦାୟୀ ରହିବେ।

Advertisment

ଭିଡିଓରେ ମାନସୀ ଏକ ହସପିଟାଲ ବେଡରେ ଥିବା ଦେଖିବାକୁ ମିଳୁଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ସମସ୍ତେ ବାପି ରାୟ ବୋଲି ଜାଣନ୍ତି। ସେହିପରି ରଞ୍ଜନ ସାହୁ ହେଉଛନ୍ତି ମାନସୀଙ୍କ ସ୍ୱାମୀ। ବିଜେଡି ନେତା ରଂଜନ ସାହୁ ଏବେ ଭଦ୍ରକ ଜିଲ୍ଲା ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି। ତେବେ ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ: ନବୀନଙ୍କ ଜିଲ୍ଲାରେ ଦାଦନ ବେଶୀ; ହିଞ୍ଜିିଳିରେ ସର୍ବାଧିକ, କଂଟାବାଞ୍ଜି କଥା ନକହିବା ଭଲ !

Advertisment

ଗୋଟିଏ ପଟେ ଏହି ଭାଇରାଲ୍ ଭିଡିଓକୁ ନେଇ ଆଲୋଚନା ଚାଲିଥିବା ବେଳେ ଗତକାଲି ରାତିରେ ବ୍ୟୋମକେଶ ରାୟଙ୍କ ଫେସବୁକ୍ ପେଜ୍ ରେ ପୋଷ୍ଟ ହୋଇଥିବା ଏକ ଫଟୋକୁ ନେଇ ବି ଚର୍ଚ୍ଚା। ସେହି ଫଟୋରେ ମାନସୀଙ୍କ ସ୍ୱାମୀ ରଞ୍ଜନ ସାହୁଙ୍କୁ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଦେଖିବାକୁ ମିଳୁଛି। ଏହି ଫଟୋ ପୋଷ୍ଟ ପରେ ହିଁ ମାନସୀ ଭିଡିଓ ପୋଷ୍ଟ କରିଥିବା କୁହାଯାଉଛି। ଯଦି ଏପରି ହୋଇଥାଏ, ତାହାଲେ କାହିଁକି ମାନସୀ ଏଭଳି ଭିଡିଓ ପୋଷ୍ଟ କଲେ? ଏହାକୁ ନେଇ ଚାନ୍ଦବଲି ନିର୍ବାଚନ ମଣ୍ଡଳୀରେ ନାନା କଥା ଶୁଣିବାକୁ ମିଳୁଛି । 

ରଞ୍ଜନ ସାହୁ ବିଜେପିରେ ମିଶିବାକୁ ଚାହୁଁଥିବାରୁ ତାଙ୍କୁ ହୁଏତ ଅପହରଣ କରି କେଉଁଠି ରଖାଯାଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଚାନ୍ଦବାଲିର ବିଜେପି ନେତା ଚନ୍ଦନ ରାଉତ ଅଭିଯୋଗ କରିଛନ୍ତି, ମାନସୀଙ୍କ ଜୀବନ ଏବେ ବିପଦରେ ଅଛି। ପୁରା ଘଟଣାର ନିରପେକ୍ଷା ଯାଂଚ କରାଯାଉ। ଏନେଇ କିନ୍ତୁ ମାନସୀ, ତାଙ୍କ ସ୍ୱାମୀ ରଂଜନ ସାହୁ, ବିଧାୟକ ବ୍ୟୋମକେଶ ରାୟ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ