Advertisment

କେନ୍ଦ୍ରୀୟ ନେତୃତ୍ୱଙ୍କ ଘନ ଘନ ଓଡ଼ିଶା ଗସ୍ତ...୮ରେ ରାଜନାଥ, ୧୨ରେ ଶାହ

ଡେରା ପକାଇ ପ୍ରଚାର କରିବେ। ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ବିଜେପି ହେଭିୱେଟ୍ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବେ।

ଅଦ୍ୟତନ ହୋଇଛି
Rajnath Singh- Amit Shah

Rajnath Singh- Amit Shah

Advertisment

ମୋଦିଙ୍କ ପରେ ରାଜନାଥ-ଶାହ । ମୋଦିଙ୍କ ଗସ୍ତ ପରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ, ଆମିତ ଶାହ । କେନ୍ଦ୍ରୀୟ ବିଜେପି ନେତାଙ୍କ ଘନଘନ ଓଡ଼ିଶା ଗସ୍ତ। ସିରିଜ ଗସ୍ତରେ ଆସୁଛନ୍ତି ବିଜେପି ହେଭିୱେଟ୍ । ଆଜି ପ୍ରଧାନମନ୍ତ୍ରୀ ଆସୁଛନ୍ତି । କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କ୍ୟାମ୍ପେନିଂ କରିବେ । ତାପରେ ୮ ତାରିଖରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାର ୩ ଦିନ ପରେ ଅର୍ଥାତ ୧୨ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

୮ରେ ରାୟଗଡ଼ା ଯିବେ ରାଜନାଥ ସିଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ମିଶନ ଓଡ଼ିଶା ଦଖଲ ଲକ୍ଷ୍ୟରେ ରହିଛି ରାଜ୍ୟ ବିଜେପି । ଏଥିପାଇଁ ଓଡ଼ିଶା ମୁହାଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଟପ୍ ଲିଡର ଆସୁଛନ୍ତି ଓଡ଼ିଶା । ଡେରା ପକାଇ ପ୍ରଚାର କରିବେ। ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବେ ବିଜେପି ହେଭିୱେଟ୍ । ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ୍ ଭରିବେ।

ଅନ୍ୟପଟେ ମୋଦିଙ୍କ ପ୍ରଚାରରେ କମ୍ପିବ ଓଡ଼ିଶା। ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ତାଙ୍କର କ୍ୟାମ୍ପେନିଂ ଅଛି। ଏଥିପାଇଁ ଆଜି ସଂଧ୍ୟାରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ । ତାଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ହୋଇଛି। ଏସପିଜି ସହିତ ସିଆଇଏସଏଫ୍ ମଧ୍ୟ ସିକ୍ୟୁରିଟି ଦାୟିତ୍ୱରେ ରହିବେ। ରାଭବନରେ ରାତ୍ରୀଯାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଏସବୁ ଦୃଷ୍ଟିରୁ ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଚି। ଆଜି ସଂଧ୍ୟାରେ କାରକେଡ୍ ରିହର୍ସଲ ହେବ। ମୋଦିଙ୍କ ଗସ୍ତ ପାଇଁ ୩ ଡିସିପି, ୧୦ ଏସିପି, ୧୭ ଆଇଆଇସି, ୯୦ ଏସଆଇ ଓ ଏଏସଆଇଙ୍କ ସହିତ ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ରାସ୍ତାରେ ବ୍ୟାରିକେଡ୍ କରାଯିବା ସହିତ ନିଜେ ପୋଲିସ କମିଶନର୍ ତଦାରଖ କରିବେ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ