ପ୍ରଦୀପ ମାଝୀଙ୍କ ରାଲି ବେଳେ ଟଙ୍କା ବଣ୍ଟା ! ଭାଇରାଲ୍ ହେଲା ଫଟୋ

ଏହି ଟଙ୍କା ବଣ୍ଟା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାଜନୀତି ଜୋର ଧରିଛି । ପ୍ରଦୀପଙ୍କ ନାଁରେ ନିର୍ବାଚନ କମିଶନରେ ହାଜର ହୋଇଛି ବିଜେପି ।

Pradeep Majhi

ପ୍ରଦୀପ ମାଝିଙ୍କ ରାଲି ବେଳେ ଟଙ୍କା ବଣ୍ଟା । ଏଭଳି କିଛି ଅଭିଯୋଗକୁ ନେଇ ଭାଇରାଲ୍ ହେଉଛି ଫଟୋ । ନବରଙ୍ଗପୁର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ନିର୍ବାଚନୀ ପ୍ରଚାର ବେଳେ ଜଣେ ବ୍ୟକ୍ତି ହାତରେ ଟଙ୍କା ବିଡ଼ା ଧରି ବାଣ୍ଟୁଥିଲେ । ବ୍ୟକ୍ତି ଜଣକ ନନ୍ଦାହାଣ୍ଡି ବ୍ଲକର ତ୍ରିନାଥ ଭଟ୍ଟ । ପାଖରେ ପ୍ରଦୀପ ଛିଡ଼ା ହୋଇଥିବା ବେଳେ ସେହି ଗାଡ଼ିରେ ତ୍ରିନାଥ ବି ରହିଛନ୍ତି।

ଏହି ଟଙ୍କା ବଣ୍ଟା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ରାଜନୀତି ଜୋର ଧରିଛି । ପ୍ରଦୀପଙ୍କ ନାଁରେ ନିର୍ବାଚନ କମିଶନରେ ହାଜର ହୋଇଛି ବିଜେପି । ସେପଟେ ଘଟଣାକୁ ନେଇ ପ୍ରଦୀପ କିଛି ଜାଣିନାହାନ୍ତି ବୋଲି କହିଛନ୍ତି ।

ସେପଟେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପ୍ରସ୍ତୁତି ସହ ଭୋଟରଙ୍କ ସଂଖ୍ୟା ଓ ବୁଥ୍ ଆଦିକୁ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ନିକୁଞ୍ଜ ବିହାରୀ ଧଳ । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି। ଏଥିରୁ ୧୨ଶହ ୬୪ କ୍ରିଟିକାଲ୍ ପୋଲିଂ ଷ୍ଟେସନ୍ । ୭୧୫ ବୁଥ୍ ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ପାଇଁ ପରିଚାଳିତ। ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି। ୬୦ ମତଦାନ କେନ୍ଦ୍ରରୁ ଲାଇଭ୍ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ମତାଧିକାରୀ ସାବ୍ୟସ୍ତ କରିବେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର । ଏହି ପର୍ଯ୍ୟାୟରେ ମହିଳା ମତଦାତାଙ୍କ ସଂଖ୍ୟା ଅଧିକ । ଏହି ପର୍ଯ୍ୟାୟରେ ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୧ ଲକ୍ଷ ୮୯ ହଜାର। 1୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ହଜାର ହେଉଛନ୍ତି ୨୦ରୁ ୨୯ ବର୍ଷ ବୟସ୍କ ଭୋଟର । ଶୃଙ୍ଖଳିତ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୫୨ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସେହିପରି ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହେବେ। ୬୦ କମ୍ପାନୀ ସଶସ୍ତ୍ର ପୋଲିସ, ୩୧ ସିଆରପିଏଫ୍, ୬ ସିଆଇଏସଏଫ୍ ମୁତୟନ ରହିବେ ।