ରୋଚକ ସ୍ଥିତିରେ ବାଲେଶ୍ୱର ସଦର ରାଜନୀତି, କାହାର ମୁଦ୍ଦା ବଦଳାଇବ ଲୋକଙ୍କ ମୁଡ୍ ?

ରାଜନୀତିର ଛକାପଞ୍ଝା ଭିତରେ ସରଗରମ ପ୍ରଚାର। କାହାକୁ ନେତା ବାଛିବେ ଜନତା ? କାହାର ମୁଦ୍ଦା ବଦାଳାଇବ ଲୋକଙ୍କ ମୁଡ୍ ? ରୋଚକ ସ୍ଥିତିରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ରାଜନୀତି ।

Balasore Election

ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ସରଗରମ ପ୍ରଚାର । ଏଠାରେ ବିଜେପି, ବିଜେଡି, କଂଗ୍ରେସ ସହ ମଇଦାନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଟକ୍କର। କିଏ ଜିତିବ ଲୋକଙ୍କ ମନ । ପ୍ରାର୍ଥୀ ମାନେ ନିଜ ନିଜ ଦଳର ଆଭିମୁଖ୍ୟକୁ ନେଇ ଲୋକଙ୍କୁ ପାଖକୁ ଯାଉଛନ୍ତି।

ରାଜନୀତିର ଛକାପଞ୍ଝା ଭିତରେ ସରଗରମ ପ୍ରଚାର। କାହାକୁ ନେତା ବାଛିବେ ଜନତା ? କାହାର ମୁଦ୍ଦା ବଦାଳାଇବ ଲୋକଙ୍କ ମୁଡ୍ ? ରୋଚକ ସ୍ଥିତିରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ରାଜନୀତି । ବିଜେପି, ବିଜେଡି, କଂଗ୍ରେସ ସହ ମଇଦାନରରେ ସ୍ୱାଧୀନ ପ୍ରାର୍ଥୀଙ୍କ ଟକ୍କର । ସମୟ ବଦଳିବା ସଙ୍ଗେ ସଙ୍ଗେ ନେତା ଦଳ ବଦଳ କରିଛନ୍ତି । କିଛି ପୁରୁଣା ଓ କିଛି ନୂଆ ଚେହେରା ସାମ୍ନାକୁ ଆସିଛନ୍ତି ।

ବିଜେପିରୁ ପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ମୋଦୀଙ୍କ ଗ୍ୟାରେଣ୍ଟି, ଲୋକଙ୍କ ସମସ୍ୟା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ମୁଦ୍ଦା କରିଛନ୍ତି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବ ମୂର୍ତ୍ତି ଓ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରଚାର କରୁଛନ୍ତି । ସେହିପରି କଂଗ୍ରେସ ଏଥର ମହିଳା କାର୍ଡ ଖେଳିଛି । ନୂଆ ଚେହେରା ଭାବେ ମୋନାଲିଶା ସାମଲଙ୍କୁ ପ୍ରାର୍ଥୀ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି, ସ୍ଥାନୀୟ ସମସ୍ୟା, ବେକାରୀ ସମସ୍ୟା ମୁଦ୍ଦା କରିଛନ୍ତି ମୋନାଲିଶା।

ବାଲେଶ୍ୱର ସଦରରେ ବିଜେଡିକୁ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀ ଅଡ଼ୁଆ ହୋଇପାରନ୍ତି। ଯାହାର ଫାଇଦା ନେଇପାରେ ବିଜେପି । ସ୍ୱାଧୀନ ପ୍ରାର୍ଥୀ ଭାବେ ସହରର ଜଣାଶୁଣା ବ୍ୟକ୍ତି ବିକ୍ରମ ପଣ୍ଡା ନିର୍ବାଚନ ଲଢୁଛନ୍ତି । ତାଙ୍କର ମଧ୍ୟ ଜନସମର୍ଥନ ରହିଛି । ରାଜନୀତି ସମୀକ୍ଷକଙ୍କ କହିବା କଥା ୨୦୧୯ରେ ବିଜେପି ବାଲେଶ୍ୱର ସଦର ଆସନ ଦଖଲ କରିଥିଲା। କିନ୍ତୁ ଉପ ନିର୍ବାଚନରେ ତାହାକୁ ପୁଣି ବିଜେଡି ଦଖଲ କଲା । ହେଲେ ଏବେଠୁ ଫଳାଫଳ ନେଇ ଆକଳନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ରାଜ୍ୟ ରାଜନୈତିକ ମାନଚିତ୍ରରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । କାରଣ ଗତ ପାଞ୍ଚ ବର୍ଷ ଭିତରେ ଏଠାକାର ନେତା ଓ ଜନତା ଦୁଇ ଥର ନିର୍ବାଚନକୁ ସାମ୍ନା କରିଛନ୍ତି। ଏଥର ଜନତାଙ୍କ ସମର୍ଥନ କାହାକୁ ମିଳୁଛି ତାହା ଦେଖିବାକୁ ବାକି ରହିଲା।