‘ବିଜେପି ସରକାର ହେବ; ଧାନ ୩୧୦୦ ଟଙ୍କାରେ କିଣିବ, ୫ ବର୍ଷରେ ଓଡ଼ିଶା ନମ୍ବର ୧ ହେବ’

ବ୍ରହ୍ମପୁର ସଭାରେ ଦେଇଥିବା ଭାଷଣକୁ ରିପିଟ୍‌ କରିଥିଲେ ବି ଏଠି ଅଧିକ ଆଗ୍ରେସନ ଦେଖାଇଥିଳେ ମୋଦି । ଏଠି ମଧ୍ୟ ସିଧାସଳଖ କହିଛନ୍ତି ଜୁନ୍ ୪ ବିଜେଡିର ଏକ୍ସପାରୀ ଡେଟ୍ । ଆଉ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ।

Narendra Modi

ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ବିଜେପି ସରକାରକୁ ଆସିଲେ ଧାନ କ୍ୱିଣ୍ଟାଲ ୩୧ ଶହ ଟଙ୍କାରେ କଣିବ । ୫ ବର୍ଷରେ ଓଡ଼ିଶା ନମ୍ବର ୱାନ ହେବ । ଓଡ଼ିଶା ଲୋକ ବାହାରକୁ ଦାଦନ ଖଟିବାକୁ ଯିବା ବନ୍ଦ ହେବ । ଓଡ଼ିଆ ଲୋକ, ଓଡ଼ିଆକୁ ଭଲ ପାଉଥିବା ଲୋକ, ଓଡ଼ିଶା ବିଷୟରେ ଜାଣିଥିବା ଲୋକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବ । ଏଭଳି କହି ରାଜ୍ୟ ସରକାରଙ୍କ ଅଣ ଓଡ଼ିଆ ପ୍ରୀତିକୁ ତେର୍ଚ୍ଛା ବାଣ ମାରିଛନ୍ତି ମୋଦିନ ।

ବ୍ରହ୍ମପୁର ସଭାରେ ଦେଇଥିବା ଭାଷଣକୁ ରିପିଟ୍‌ କରିଥିଲେ ବି ଏଠି ଅଧିକ ଆଗ୍ରେସନ ଦେଖାଇଥିଳେ ମୋଦି । ଏଠି ମଧ୍ୟ ସିଧାସଳଖ କହିଛନ୍ତି ଜୁନ୍ ୪ ବିଜେଡିର ଏକ୍ସପାରୀ ଡେଟ୍ । ଆଉ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ।

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ନବରଙ୍ଗପୁରରେ ମୋଦି ଆହୁରି କହିଛନ୍ତି, ଏଠାକାର ବିକାଶ କରି ମୁଁ ଆପଣଙ୍କ ଆଶୀର୍ବାଦ ଫେରସ୍ତ କରିବି । ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଯେ ଏଥର ବିଜେଡି ଯିବ । ଓଡ଼ିଶାରେ ବିଜେପି ଆସିବ । ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର ହେବ । ଓଡ଼ିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡ଼ିଶାର ସଂସ୍କୃତିକୁ ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ । 

ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ । ଡବଲ ଇଂଜିନ ସରକାର ଓଡ଼ିଶା ବିକାଶକୁ ନୂଆ ଗତି ଦେବ । ସମସ୍ତ ୨୧ ଲୋକସଭା ସିଟ୍‌ରେ ବିଜେପି ବିଜୟୀ ହେବ । ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ ।

ବିଜେପିର ବିଜୟରେ ଓଡ଼ିଶାକୁ ନୂଆ ଶକ୍ତି, ନୂଆ ନେତୃତ୍ୱ ମିଳିବ । ୪ ଜୁନ୍‌ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ । ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ବିଜେପି ସରକାର ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଉଛି । କିଛି ଲୋକ ରାମମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିଲେ । ଆପଣମାନେ ସେମିତି କରିବେନି, ନିଶ୍ଚିତ ଯିବେ ବୋଲି ବିଶ୍ୱାସ । 

ମୋଦିଙ୍କ ଯୋଜନାକୁ ବିଜେଡି ସରକାର ଲାଗୁ କରୁନି । ଯାହା ଲାଗୁ କରୁଛନ୍ତି, ସେଥିରେ ନିଜ ଷ୍ଟାମ୍ପ ପିଟି ଦେଉଛନ୍ତି । ଆପଣମାନେ ଗାଁ ଗାଁକୁ ଯାଇ ଗ୍ୟାରେଣ୍ଟି ଦିଅନ୍ତୁ । ଏହା ପରେ ଆଉ ବିଜେଡିର ଗଡ଼ବଡ଼ି ଚାଲିପାରିବନି କହନ୍ତୁ । ଓଡ଼ିଶାରେ ବିଜେପି ସରକାର ହେବ, ସବୁ ସୁବିଧା ମିଳିବ । ଛତିଶଗଡ଼ରେ ବିଜେପି ସରକାର ଧାନ ୩୧ଶହ ଟଙ୍କା ଦେଉଛନ୍ତି । ଏଠାରେ ଓଡ଼ିଶାରେ ଧାନ ୨୧ଶହ ଟଙ୍କାରେ କିଣାଯାଉଛି । ବିଜେପି ସରକାର ଆସିଲେ ଧାନ ୩୧ଶହ ଟଙ୍କାରେ କିଣାଯିବ । ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡ଼ୁଛି । 

ଅଧିକ ପଢ଼ନ୍ତୁ: କାହାକୁ ମୁଣ୍ତିଆ ମାରିଲେ ପ୍ରଧାନମନ୍ତ୍ରୀ ମୋଦି, କିଏ ସେହି ମହିଳା...

ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ ଅସୁବିଧା ଦୂର କରିନି । ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ । ମୋଦିର ଗ୍ୟାରେଣ୍ଟି, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ । ଓଡ଼ିଶାର ବିକାଶ ନିଶ୍ଚିତ ଭାବେ ହେବ, ଏହା ମୋଦିର ଗ୍ୟାରେଣ୍ଟି । ବିରୋଧୀଙ୍କ ଗାଳି ଖାଇଲେ ବି ମୁଁ ଆପଣଙ୍କ ପାଇଁ କାମ କରିବି
-ଗରିବଙ୍କ ପଇସା କେହି ଲୁଟି ପାରିବେନି, ସିଧା ଖାତାକୁ ଯିବ ।