Advertisment

ପଦ୍ମ ପୋଖରୀରେ ହଜିଗଲା ବିଜେଡି; ଓଡ଼ିଶାରେ ନବୀନ ଯୁଗର ଅବସାନ, ସରକାର କରିବ ବିଜେପି

ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ।

Naveen Patnaik

Naveen Patnaik

Advertisment

ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ। ସାରା ରାଜ୍ୟରେ ସତେ ଯେମିତି ବିଜେପି ନିଜ କାୟା ବିସ୍ତାରକରିଛି, ଚାରି ଆଡ଼େ ଖାଲି ଗେରୁଆ ମୟ ହୋଇଛି ଓଡ଼ିଶା। ପ୍ରଚଣ୍ଡ ବହୁମତ ସହ ସରକାର କରିବ ବିଜେପି।

Advertisment

ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଏକ ବଡ଼ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି। ୧୪୭ ବିଧାନସଭା ଆସନରୁ ବିଜେପି, ବିଜେଡିର ଗଡ଼ ଗଞ୍ଜାମର ସାନଖେମୁଣ୍ଡି, ହିଞ୍ଜିଳି ବ୍ୟତୀତ ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ଉଡ଼ାଇଛି ବିଜୟ ବାନା। ଏହା ସହ ମୋଟ୍ ୭୮ ଟି ବିଧାନସଭା ଆସନ ଏବଂ ୨୧ରୁ ୨୦ ଲୋକସଭା ସିଟ୍ ନିଜ ଖାତାକୁ ନେଇଛି।

ସେପଟେ ବିଜେଡି ମାତ୍ର ୫୧ଟି ସିଟରେ ସୀମିତ ହୋଇଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୧୪ଟି ଆସନ। ବଣାଇରେ ସିପିଆଇଏମ୍ ଓ ସ୍ବାଧୀନ ପ୍ରାର୍ଥୀ ୩ଟି ସିଟରେ ବିଜୟୀ ହୋଇଛନ୍ତି। ଲୋକସଭାରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି । ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ଏକାକୀ ଜିତିଛି। କଂଗ୍ରେସ ଖାତାକୁ ଯାଇଛି କେବଳ କୋରାପୁଟ ଆସନ। ବିଜେଡି ଖାତା ପୂରା ଶୂନ।

Advertisment

କେନ୍ଦ୍ରାପଡ଼ାରେ ବଡ଼ ବିଜୟ ହାସଲ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ମୋଟ ୬ ଲକ୍ଷ ୧୫ ହଜାର ୭୦୫ ଭୋଟ୍ ପାଇଛନ୍ତି ବୈଜୟନ୍ତ। ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ସେପଟେ ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ, କଳାହାଣ୍ଡିରେ ମାଳବିକା ଦେଓ, ନବରଙ୍ଗପୁରରେ ବଳଭଦ୍ର ମାଝୀ, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ, ଆସ୍କାରେ ଅନୀତା ଶୁଭଦର୍ଶିନୀ ବାଜିମାତ୍ କରିଛନ୍ତି।

ବଲାଙ୍ଗିରରେ ସଙ୍ଗୀତା କୁମାରୀ ସିଂଦେଓ, ବରଗଡ଼ରେ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରେ ଜୁଏଲ ଓରାମ, କନ୍ଧମାଳରେ ସୁକାନ୍ତ ପାଣିଗ୍ରାହୀ, କେନ୍ଦୁଝରରେ ଅନନ୍ତ ନାୟକ, ଢେଙ୍କାନାଳରେ ରୁଦ୍ରନାରାୟଣ ପାଣି, କଟକରେ ଭର୍ତ୍ତୃହରି ମହତାବ, ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, ବାଲେଶ୍ବରରେ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଯାଜପୁରରେ ରବୀନ୍ଦ୍ର ନାରାୟଣ ବେହେରା ଜିତିଛନ୍ତି।

Advertisment

ସେହିପରି ଜଗତସିଂହପୁରରେ ବିଭୁପ୍ରସାଦ ତରାଇ, ମୟୂରଭଞ୍ଜରେ ନବଚରଣ ମାଝୀ ବିଜୟୀ ହୋଇଛନ୍ତି । କୋରାପୁଟ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ସପ୍ତଗିରି ଉଲ୍ଲାକା। ... ସେପଟେ ଲୋକସଭା ନିର୍ବାଚନରେ ପରାଜିତ ହୋଇଛନ୍ତି ବିଜେଡିର ବହୁ ବଡ଼ ଚେହେରା। ପ୍ରଣବ ପ୍ରକାଶ ଦାସ, ଅଚ୍ୟୁତ ସାମନ୍ତ, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର, ସଂତୃପ୍ତ ମିଶ୍ର, ଭୃଗୁ ବକ୍ସିପାତ୍ର ପ୍ରମୁଖ ପରାଜୟର ସାମ୍ନା କରିଛନ୍ତି।

BJD BJP General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ