Advertisment

‘୫୦-୬୦ ସିଟ୍ ପାଇଲେ BJD ଭାଙ୍ଗି ସରକାର କରିବା ଚାଲ୍‌ରେ ବିଜେପି ?

ଭାଙ୍ଗିବା ଦରକାର ନାହିଁ, ବିଜେଡି ଭୁଶୁ଼ଡି ଗଲାଣି କହିଲା ବିଜେପି । ଚର୍ଚ୍ଚାରେ ସମୀରଙ୍କ 'ବିଜେଡିରେ ଏକାଧିକ ଏକନାଥ ସିନ୍ଦେ' ମନ୍ତବ୍ୟ ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ବିଜେପିର ଫୋକସ୍ ୫୦ରୁ ୬୦ ସିଟ୍। ସେତିକି ଜିତିଲେ ବିଜେଡିକୁ ଭାଙ୍ଗି ଓଡ଼ିଶାରେ ସରକାର କରିବ ବିଜେପି। ଏହା ବିଜେପିର ରଣନୀତି। ବିଜେପି ବିରୋଧରେ ପାଣ୍ଡିଆନଙ୍କ ଏମିତି ଅଭିଯୋଗକୁ ନେଇ ହଲ୍‌ଚଲ୍ ରାଜ୍ୟ ରାଜନୀତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ୪ ଦିନ ପୂର୍ବରୁ ହଠାତ୍ ପାଣ୍ଡିଆନଙ୍କ ମୁହଁରେ କାହିଁକି ଏମିତି ସମୀକର ? ନିର୍ବାଚନ ହାରିବା ଭୟ, ନା ଆଗୁଆ ଆଶଙ୍କାରେ ନାରେଟିଭ ପାଇଁ ଚେଷ୍ଟା ?

Advertisment

୨୪ ଫଳାଫଳକୁ ନେଇ ଭୟଭୀତ କି ଲଗାତାର ୨୪ ବର୍ଷ କ୍ଷମତାରେ ଥିବା ବିଜେଡି? ବିଜେଡିକୁ ଘାରିଲାଣି କି ସିଟ୍ କମିବା ଟେନସନ? ସଂଖ୍ୟା ନଥାଇ ବି ମହରାରାଷ୍ଟ୍ରରେ ବିଜେପି ସରକାର କରିବା ପରେ ଓଡିଶାରେ ବି ସମାନ ଆଶଙ୍କା ଘାରିଛି କି ବିଜେଡିକୁ ? ଜୁନ୍ ୪ ବିଜେଡିର ଏକ୍ସପାଏରି ଡେଟ୍ ବୋଲି ଖୋଦ୍ ପିଏମ୍ ମୋଦିଙ୍କ ଘୋଷଣା ପରେ କମୁଛି କି ଶାସକ ଦଳର କନ୍ଫିଡେନସ।

କାହିଁକି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ ଏମିତି ବୟାନ ଦେଲେ ବିଜେଡି ନେତା ଭି.କେ ପାଣ୍ଡିଆନ? କହିଲେ ବିଜେପି ୪୦ରୁ ୫୦ ସିଟ୍ ଫୋକସ କରୁଛି । ସେତିକି ସିଟ୍ ଆଣି ବିଜେଡିକୁ ଭାଙ୍ଗିବାକୁ ବିଜେପି ରଣନୀତି କରିଥିବା ଅଭିଯୋଗ କରିଛନ୍ତି ପାଣ୍ଡିଆନ।

Advertisment

ଯାହାକୁ କାଉଣ୍ଟର କରି ବିଜେପି ନେତା ସମୀର ମହାନ୍ତି ବି ଦେଇଛନ୍ତି ବଡ଼ ବୟାନ। କହିଛନ୍ତି ବିଜେଡିରେ ଖାଲି କ୍ରୀତଦାସ ନାହାନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି। ଆଉ ସେମାନେ ବିଜେପି ଯୋଗାଯୋଗରେ ବି ଅଛନ୍ତି। ପାଦ ତଳୁ ମାଟି ଖସୁଥିବା ଜାଣି ଏମିତି ବୟାନ ଦେଉଛନ୍ତି ପାଣ୍ଡିଆନ।

ସେହିପରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ପରିବର୍ତ୍ତନର ମାହୋଲ ଦେଖି ଭୟଭୀତ ଆଉ ଦୁର୍ବଳ ହୋଇଯାଇଛି ବିଜେଡି। ଏହା ବାଦ୍ ଦଳ ବି ପ୍ରେସମିଟ୍ କରି କହିଛି ବିଜେଡି ଭୁଶୁଡି ଗଲାଣି, ବିଜେପିକୁ ଭାଙ୍ଗିବା ଦରକାର ନାହିଁ, ଗ୍ରାଉଣ୍ଡ ହରେଇ ସାରିଲାଣି।

Advertisment

୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍, ଆଉ ମାତ୍ର ତାର ୪ ଦିନ ପୂର୍ବରୁ କାହିଁକି ଏମିତି ବୟାନ ଦେଲେ ପାଣ୍ଡିଆନ ? ବ୍ରହ୍ମପୁର ସମାବେଶରେ ମୋଦିଙ୍କ ନବୀନ ସରକାରଙ୍କୁ ନିଶାନା, ପୁଣି ବିଜେପି ପ୍ରତି ବଢୁଥିବା ଲୋକପ୍ରିୟତାକୁ ଦେଖି ଭୟଭୀତ କି ବିଜେଡି ? ନା ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ସଂଖ୍ୟା ନଥାଇ ବି ବିଜେପି ସରକାର ଗଠନ କରିବା ଭଳି, ଏଠାରେ ବି ସେହି ଭୟରେ ଆଗୁଆ ଏକ ନାରେଟିଭ ତିଆରି କରିବାକୁ ଚେଷ୍ଟା କରୁଛି ଦଳ?

ବଡ କଥା ହେଉଛି, ଓଡିଶାରେ ସରକାର ପାଇଁ ଜି ଜାନ୍ ଲଗେଇ ଦେଇଛି କେନ୍ଦ୍ର ବିଜେପି। ପୂରା ପରିଚାଳନା ଦାୟିତ୍ୱରେ କେନ୍ଦ୍ର ନେତୃତ୍ୱ। ଖାଲି ପରିଚାଳନା ନୁହେଁ ପ୍ରଚାର ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ ବିଜେଡିର ଟେନସନ ବଢାଇ ଦେଇଛି। ଖାସ୍ କରି ପ୍ରଧାନମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ, ରୋଡ୍ ଶୋ ପୁଣି ସମାବେଶ। ଓଡିଶାରେ ମୋଦି ଲହର ବଢାଇବାରେ ଅଧିକ ସହାୟକ ହୋଇଛି।

ଅନ୍ୟପଟେ କୁହଯାଉଛି ରାଜ୍ୟ ରାଜନୀତିରେ ଭୋଟିଂ ଟ୍ରେଣ୍ଡ ବି ବଦଳି ପାରେ। ସ୍ପ୍ଳିଟ୍ ଭୋଟିଂ ଟ୍ରେଣ୍ଡ ବଦଳରେ ବିଜେପିର ଡବଲ ଇଞ୍ଜିନ ନାରା ଏବେ ଜୋର ଧରିଲାଣି। ଅନ୍ୟପଟେ ୨୦୧୪ ଅପେକ୍ଷା ୨୦୧୯ରେ ଅପେକ୍ଷାକୃତ ବଢିଥିଲା ଭୋଟ ପ୍ରତିଶତ। ଏହା ଆଉ କିଛି ବଢ଼ିଲେ କିଛି ବି ହୋଇପାରେ।

ଏବେ ଚର୍ଚ୍ଚା ଭୋଟ୍ ପୂର୍ବରୁ ପାଣ୍ଡିଆନଙ୍କ ଏମିତି ମନ୍ତବ୍ୟ ବିଜେଡି ଯାଉଛି ବିଜେପି ଆସୁଛି ଚର୍ଚ୍ଚା ଖୋରାକ୍ ଯୋଗାଉନି ତ ?

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ