Advertisment

ତେଜିଲା କେନ୍ଦ୍ରାପଡ଼ାକୁ ରେଳ ପ୍ରକଳ୍ପର ଶ୍ରେୟ ରାଜନୀତି, ଅତନୁଙ୍କୁ ଜବାବ ଦେଲା ବିଜେପି

ବୈଜୟନ୍ତଙ୍କ କିଛି ଅବଦାନ ନଥିବା କହିଥିଲେ ଅତନୁ ସବ୍ୟସାଚୀ । ଅତନୁଙ୍କ ମନ୍ତବ୍ୟକୁ କଡ଼ା ଜବାବ ଦେଲା କେନ୍ଦ୍ରାପଡ଼ା ବିଜେପି ।

undefined

Baijayant Panda

Advertisment

ସୋସିଆଲ୍ ମିଡିଆରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀଙ୍କ ବୟାନକୁ ନେଇ ସରଗରମ କେନ୍ଦ୍ରାପଡ଼ା ରାଜନୀତି। ଗୋଟି ଗୋଟି କରି ତଥ୍ୟ ପ୍ରମାଣ ସହ ଅତନୁଙ୍କୁ ଘାଇଲା କଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ବିଜେପି ଉପସଭାପତି ସଞ୍ଜୟ ରଥ ଅତନୁଙ୍କ ଉପରେ ପ୍ରବଳ ବର୍ଷି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ରେଳପଥ ସ୍ୱପ୍ନ ସାକାର କରିବାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅବଦାନ ବିନ୍ଦୁ ନୁହେଁ ସିନ୍ଧୁ ପରି ।

Advertisment

୧୯୯୯ ମସିହାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲେ ବି ଏ ପ୍ରକଳ୍ପ ଦୀର୍ଘ ଦିନ ଧରି ସୁପ୍ତ ଅବସ୍ଥାରେ ପଡ଼ିଥିଲା। କେନ୍ଦ୍ରାପଡ଼ାରୁ ସାଂସଦ ହେବା ପରେ ବୈଜୟନ୍ତ ଏହାର କାର୍ଯ୍ୟକ୍ଷମ ପାଇଁ ବାରମ୍ବାର ଇଷ୍ଟ କୋଷ୍ଟ ରେଲୱେ ଅଧିକାରୀ, ରେଳ ମନ୍ତ୍ରୀ ଓ ଜମି ଅଧିଗ୍ରହଣ ଅଫିସରଙ୍କ ସହ ବୈଠକ କରି ଏହି ପ୍ରକଳ୍ପକୁ ଅର୍ଥ ମଞ୍ଜୁରୀଠାରୁ ଶେଷ ହେବା ଯାଏଁ ଉଦ୍ୟମ ଚଳାଇଥିଲେ।

କେନ୍ଦ୍ରପଡ଼ାବାସୀଙ୍କ ପାଇଁ ରେଳପଥର ସ୍ୱପ୍ନକୁ ବାସ୍ତବତାର ରୂପ ଦେବାକୁ ବୈଜୟନ୍ତଙ୍କ ସଂଗ୍ରାମ, ବିଧିବ୍ୟବସ୍ଥା ସହ ବହୁବାର ଆଲୋଚନାର ବିସ୍ତୃତ ତଥ୍ୟ ଓ ଫଟୋକୁ ଗଣମାଧ୍ୟମ ସାମ୍ନାରେ ରଖି ଅତନୁଙ୍କ ବୟାନରେ ସତ୍ୟତା କେତେ ତାକୁ ସାମ୍ନାକୁ ଆଣିଛନ୍ତି କିଶୋର ଓ ସଂଜୟ।

Advertisment

ସେହିପରି ଏହି ରେଳ ପ୍ରକଳ୍ପ ପାଇଁ ଜମି ମାଗଣାରେ ରାଜ୍ୟ ସରକାର ଯୋଗାଇ ଦେଇଥିବା ନେଇ ଅତନୁଙ୍କ ମନ୍ତବ୍ୟର ବି କଡ଼ା ଜବାବ ରଖି ଜିଲ୍ଲା ବିଜେପି ଉପ- ସଭାପତି କହିଛନ୍ତି- ଯେଉଁ ୫ ଏକର ଜମି ପାଇଁ ପ୍ରକଳ୍ପ ଆଗେଇ ପାରୁନଥିଲା, ସେଥିପାଇଁ ୨୦୦୯ ମସିହାରେ ୪୨ କୋଟି ଟଙ୍କାର କ୍ଷତିପୂରଣ ଚାଷୀଙ୍କୁ ପ୍ରଦାନ କରାଯାଇଛି।

ତେଣୁ ନିର୍ବାଚନ ବେଳେ ଅତନୁ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଥିବା କହି ଓଲଟି 15 ବର୍ଷ ଧରି ମହାକାଳପଡ଼ାକୁ ପ୍ରତିନିଧିତ୍ବ କରୁଥିବା ଅତନୁଙ୍କର ଜିଲ୍ଲାପାଇଁ ଅବଦାନ କଣ ବୋଲି ପ୍ରଶ୍ନ କରିଛି ବିଜେପି। ତେବେ ଏନେଇ ଅତନୁଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଜବାବ ରଖିଛି ବିଜେଡି।

Advertisment

ତେବେ ଖାଲି ରାଜନୈତିକ ସ୍ତରରେ ନୁହେଁ, ହରିଦାସପୁର-ପାରାଦୀପ ରେଳ ଲାଇନ୍ ନିର୍ମାଣର ପ୍ରମୁଖ ବିନ୍ଧାଣୀ ବୈଜୟନ୍ତଙ୍କ ସଂପର୍କରେ ଅତନୁଙ୍କ ମନ୍ତବ୍ୟକୁ ବିଲକୁଲ୍ ହଜମ କରି ପାରୁନାହାନ୍ତି ସାଧାରଣ ଜନତା। ଜିଲ୍ଲାରେ ରେଳପଥ ଭିତ୍ତିଭୂମିର ବିକାଶରେ ବୈଜୟନ୍ତଙ୍କ ଭୂମିକା କଣ ତାହା ଜିଲ୍ଲାବାସୀ ଭଲଭାବେ ଜାଣନ୍ତି, କେବଳ ଭୋଟ୍ ପାଇଁ ଅତନୁ ଏମିତି ଭୂଆଁ ବୁଲାଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।

ହରିଦାସପୁର-ପାରାଦୀପ ରେଳ ଲାଇନକୁ ୧୯୯୫ ମସିହାରେ ମଞ୍ଜୁରି ମିଳିବାସତ୍ତ୍ୱେ ବି ୨୦୦୯ ପର୍ଯ୍ୟନ୍ତ ଏହା ଯେମିତି ଫାଇଲ୍ ତଳେ ଚାପି ହୋଇ ରହିଥିଲା। ହେଲେ ୨୦୦୯ରେ କେନ୍ଦ୍ରାପଡ଼ା ସାଂସଦ ଭାବେ ନିର୍ବାଚିତ ହେବା ପରେ ବୈଜୟନ୍ତ ଏନେଇ ଅଣ୍ଟା ଭିଡ଼ିବାରୁ ସ୍ଥିତି ବଦଳିଥିଲା। ଏପରିକି ବୈଜୟନ୍ତଙ୍କ କେନ୍ଦ୍ରାପଡ଼ା ସାଂସଦ ପ୍ରତିନିଧିତ୍ୱ ସରିବା ବେଳକୁ ପ୍ରକଳ୍ପର ୯୫ ପ୍ରତିଶତ କାମ ସରିଯାଇଥିଲା।

ଆଉ ବାକି ଥିବା ପ୍ରତିବନ୍ଧକସବୁ ହଟିବା ପରେ ଗତମାସ ୨୫ ତାରିଖରେ ପ୍ରଥମ ଥର ପାଇଁ ଏଇ ଲାଇନରେ ମେମୁ ଟ୍ରେନ୍ ଗଡ଼ାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ହେଲେ ନିର୍ବାଚନ ସମୟରେ ରେଳପ୍ରକଳ୍ପ ନେଇ ବୈଜୟନ୍ତଙ୍କ ଭୂମିକାକୁ ଗୌଣ କରିବାକୁ ବିଜେଡିର ଫନ୍ଦିକୁ କେନ୍ଦ୍ରାପଡ଼ାବାସୀ କିପରି ଗ୍ରହଣ କରୁଛନ୍ତି ଏବେ ତା ଉପରେ ନଜର।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ