5T ଅଧ୍ୟକ୍ଷଙ୍କୁ ତୁରନ୍ତୁ ପଦରୁ ବହିଷ୍କାର ପାଇଁ ଦାବି କଲା ବିଜେପି...

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ?  ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ଏଭଳି ପ୍ରଶ୍ନ କଲା ବିଜେପି । 

VK Pandian

୫ଟି- ଅଧ୍ୟକ୍ଷଙ୍କୁ ତୁରନ୍ତ ପଦରୁ ବହିଷ୍କାର କରିବା ପାଇଁ ଦାବି କଲା ଭାରତୀୟ ଜନତା ପାର୍ଟି - ବିଜେପି । ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ପ୍ରଶ୍ନ କଲା ବିଜେପି । 

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । କିନ୍ତୁ ଭି.କେ. ପାଣ୍ଡିଆନ କେମିତି ଏସବୁ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । 

ଅଧିକ ପଢ଼ନ୍ତୁ: କୋରେଇରୁ ନିର୍ବାଚନ ଲଢିବାକୁ ମନ ବଳାଇଲେ ଝିଲିକ୍

ଆହୁରି କହିଛନ୍ତି ଯେ ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଲା ବିଜେପି । ସେପଟେ ବିଜେପିର ଏହି ଅଭିଯୋଗ ନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ ।