‘BJP ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ସାମ୍ନାକୁ ଆଣିବ’

ନବୀନ ସରକାର ଏଠି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ।

Naveen Patnaik - Amit Shah

ସୋରଡ଼ା ସଭାରେ ଆସୁ ଆସୁ ଜୋଶ୍‌ ଭରିଲେ ଶାହ । ଓଡ଼ିଶାରେ ବିଜେପି ସରକାର ଆଣିବାକୁ ନାରା ଦେଲେ । ମୋଦିଜୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି କହିଲେ । ଜି-୨୦ରେ କୋଣାର୍କ ଚକ୍ରକୁ ସିମ୍ବଲ କରି ବିଶ୍ୱରେ ପ୍ରସିଦ୍ଧ କରାଇଛନ୍ତି । ପାଇକ ସଂଗ୍ରାମ ସ୍ମୃତିରେ ସ୍ୱତନ୍ତ୍ର ମୁଦ୍ରା, ଡାକ ଟିକଟ କରିଛନ୍ତି ମୋଦି କହିଲେ ଶାହ ।

ଏହାସହ କଂଗ୍ରେସ ରାମ ମନ୍ଦିରକୁ ଅଟକାଇଥିଲା, ମୋଦି ଆସିଲେ ମନ୍ଦିର କଲେ । ନବୀନ ସରକାର ଓଡ଼ିଶା ଲୋକଙ୍କୁ ରାମ ମନ୍ଦିର ସମାରୋହରେ ସାମିଲକୁ ରୋକିଲେ । ଯିଏ ରାମଙ୍କ ସମାରୋହ ଯିବାକୁ ରୋକିଲା, ତାକୁ ଓଡ଼ିଶା ଲୋକ କ୍ଷମା ଦେବେନି । ଓଡ଼ିଶା ନକ୍ସଲବାଦରେ ପୀଡ଼ିତ ଥିଲା, ୧୦ ବର୍ଷରେ ମୋଦି ନକ୍ସଲଙ୍କୁ ସଫା କଲେ । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି । ନିଜ ଫଟୋ ଛାପି ନିଜେ ଚାଉଳ ଦେଉଥିବା କହୁଛନ୍ତି ନବୀନ । ନବୀନଙ୍କ ସରକାର ଠେଲା ସରକାର ବୋଲି କହିଲେ ଶାହ ।

ଅଧିକ ପଢ଼ନ୍ତୁ: ନବୀନଙ୍କର ଏଠି ଦରକାର ନାହିଁ, ଲୋକେ ତାଙ୍କୁ ଟାଟା, ବାଏ-ବାଏ କହିଲେଣି: ଅମିତ୍ ଶାହ

ଅନ୍ୟପଟେ ରାଜ୍ୟରେ ନବୀନ ବାବୁ ସରକାର ଚଳାଉଛନ୍ତି କି ପ୍ରଶ୍ନ କଲେ ଶାହ । ଏଠାରେ ବାବୁମାନେ ସରକାର ଚଳାଉଛନ୍ତି । ଯଦି ବାବୁଙ୍କୁ ଦେବାର ଥିଲା, ଓଡ଼ିଆ ବାବୁଙ୍କୁ ହେଲେ ଦେଇଥାନ୍ତେ । ନବୀନ ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ କରୁନାହାନ୍ତି । ରାସନ ହଡ଼ପ କରିବା ଲକ୍ଷ୍ୟରେ ତାଙ୍କ ବାବୁମାନେ ଏହା ଲାଗୁ କରୁନାହାନ୍ତି । ବିଜେପି ସରକାର ଆସିଲେ ୱାନ୍‌ ନେସନ ୱାନ୍‌ ରାସନ କାର୍ଡ ଲାଗୁ ହେବ ।

ନବୀନ ସରକାର ଏଠି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ । ରତ୍ନଭଣ୍ଡାର ଅରିଜିନାଲ ଚାବି କୁଆଡ଼େ ଗଲା, ଡୁପ୍ଲିକେଟ ଚାବି କିଏ ତିଆରି କଲା । ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲା ଯାଇଛି କି ନାହିଁ । ରତ୍ନଭଣ୍ଡାର କମିଶନ ରିପୋର୍ଟ ବିଜେପି ଆସିଲେ ୬ ଦିନରେ ସାର୍ବଜନୀନ ହେବ ।

ଜୁନ୍‌ ୪ରେ ନବୀନ ବାବୁ ଯାଉଛନ୍ତି, ବିଜେପି ସରକାର ଆସୁଛି । ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି । ଓଡ଼ିଶାରେ ଚାଷୀଙ୍କ ଆୟ, ସାରା ଦେଶରେ ସର୍ବନିମ୍ନ । ଶାଗମାଛ ଦରରେ ଧାନ ବିକୁଥିବାରୁ ଓଡ଼ିଶା ଚାଷୀଙ୍କ ଆୟ ବଢୁନି । ଛତିଶଗଡ଼ ଭଳି ଓଡ଼ିଶାରେ ୩୧ଶହ ଟଙ୍କାରେ ଧାନ କିଣାଯିବ । 

୫ ବର୍ଷ ବିଜେପିକୁ ଦିଅନ୍ତୁ, ଓଡ଼ିଶାର କେହି ରୋଜଗାର ପାଇଁ ବାହାରକୁ ଯିବେନି । ଓଡ଼ିଶାରେ ପାଣିର ଭଣ୍ଡାର ଅଛି, ଜଳସେଚନ ବ୍ୟବସ୍ଥା ନାହିଁ ବିଜେପି ଆସିଲେ ବ୍ୟାପକ ଜଳସେଚନ ବ୍ୟବସ୍ଥା କରାଯିବ । ଆଖୁ ଚାଷୀଙ୍କୁ ସମୃଦ୍ଧ କରିବା ବ୍ୟବସ୍ଥା କରିବ ବିଜେପି । ଗଂଜାମ ନବୀନ ବାବୁଙ୍କ ଜିଲ୍ଲା, ହେଲେ ଏଠାରେ ଗୋଟିଏ ବି କାରଖାନା ବସିନି । ଆମକୁ ଜିତାନ୍ତୁ, ଗଂଜାମକୁ ଦେଶର ନମ୍ବର ୱାନ୍‌ ଜିଲ୍ଲା କରାଯିବ । 

ଗରିବଙ୍କ ଚିଟ୍‌ଫଣ୍ଡ ଟଙ୍କା ଖାଇଥିବା ଲୋକଙ୍କୁ ସାବାଡ଼ କରାଯିବ । ୧୮ ମାସ ମଧ୍ୟରେ ସେଭଳି ଲୋକଙ୍କୁ ଓଲଟା ଲଟକାଇ ସିଧା କରାଯିବ । ଆଉ ନବୀନ ବାବୁ ଆସିବାର ନାହିଁ କହିଲେ ଶାହ । ନବୀନଙ୍କର ଆଉ ଆବଶ୍ୟକତା ନାହିଁ । ଓଡ଼ିଶା ଲୋକ ନବୀନଙ୍କୁ ଟାଟା, ବାଏ ବାଏ କହିଲେଣି । ଓଡ଼ିଶାରେ ଏବେ ବିଜେପି ସରକାର ଗଠନ ହେବାକୁ ଯାଉଛି ।

ଅଧିକ ପଢ଼ନ୍ତୁ: BJD ନାଁରେ ପଦେ ବି କହିଲେନି, ମିଡିଆ ଉପରେ ବର୍ଷିଲେ ରାହୁଲ