Advertisment

ପ୍ରଦୀପ-ଶିବଶଙ୍କର ହାତାହାତି; ଆହତ ପ୍ରଦୀପଙ୍କୁ ଏମସ୍‌ ସ୍ଥାନାନ୍ତର

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍‌ ସ୍ଥାନାନ୍ତର କରାଯାଇଛି।

ଅଦ୍ୟତନ ହୋଇଛି
Pradeep Panigrahi shifted to AIIMS

Pradeep Panigrahi

Advertisment

ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ। ଆହତ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ୍‌ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

Advertisment

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଭୋଟିଂ ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା। ବ୍ରହ୍ମପୁର ଗୋଷାଣୀ ନୂଆଗାଁରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ହାତାହାତି ହେବା ସହ ତୁମୁଳକାଣ୍ଡ ଘଟିଥିଲା। ଉତ୍କଳମଣି ୟୁପି ସ୍କୁଲ ବୁଥ ଆଗରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ଶିବଶଙ୍କର ଦାସ ହାତାହାତି ହୋଇଥିଲେ। ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଭୋଟ୍ ଆରମ୍ଭରୁ ହଙ୍ଗାମା ! ଚିକିଟି-ବ୍ରହ୍ମପୁର-ନବରଙ୍ଗପୁର ଝରିଗାଁରେ ଉତ୍ତେଜନା...

Advertisment

ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କୁ ଗୋଷାଣୀ ନୂଆଗାଁ ଥାନାରେ ଅଟକ ରଖିବା ପରେ ଥାନା ଆଗରେ ତାଙ୍କର ସମର୍ଥକଙ୍କ ହୋହଲ୍ଲା ଦେଖିବାକୁ ମିଳିଛି। ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ଇଭିଏମ ଠିକ ଭାବେ ସିଲ ହୋଇନଥିବା ଅଭିଯୋଗକୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ମତଦାନ ଚାଲିଥିବା ବେଳେ କିଛି କିଛି ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା । ବ୍ରହ୍ମପୁରର ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖ ୮୦ ନମ୍ବର ବୁଥ୍‌ରେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ପରେ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ। ଏହାପରେ ପୋଲିସ୍ ସହ ବି ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍‌କୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଆଙ୍କୁଲି ହାଇସ୍କୁଲ ଛକରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ମୃଦୁ ଲାଠି ଚାଳନା କରିଥିଲା ପୋଲିସ। ଲାଞ୍ଜିପଲି ୬୮ ନମ୍ବର ବୁଥ୍ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାରେ ବିଜେପି ଓ ବିଜେଡି କର୍ମୀ ସଂଘର୍ଷରେ ୨ ଜଣ ଲେଖାଏଁ ଆହତ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ‘ନବୀନ ବାବୁ ଗୃହବନ୍ଦୀ, କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ’

BJP Pradeep Panigrahi Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ