Advertisment

୨୫ ବର୍ଷ ହେଲା କ୍ଷମତାରେ, ହେଲେ ରାଜ୍ୟବାସୀ ପାଣି ଟୋପାଏ ପାଇଁ ଡହଳ ବିକଳ

ପାନୀୟ ଜଳ ଯୋଗାଣର କିଛି ଅବ୍ୟବସ୍ଥିତ ଢ଼ାଞ୍ଚା ଆମ ସାମ୍ନାକୁ ଆସିଛି । ବସୁଧା ଯୋଜନା କେବଳ ସ୍କୁଲ କାନ୍ଥରେ ସୀମିତ। କାମ କରୁନି ପାଣିଟାଙ୍କି । ଶୁଖିଲା ପଡିଛି କୂଅ । ଆଉ ନଳକୂଅ ଖାଲି ନାମକୁ ମାତ୍ର । ଖରାକୁ ବଳି ଯାଉଛି ସବୁଦିନିଆ ପାଣି ଯୋଗାଡ ।

ଅଦ୍ୟତନ ହୋଇଛି
Golak Mahapatra Targets BJD Govt

Golak Mahapatra

Advertisment

ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣାରେ ବିଫଳ ବିଜେଡ଼ି ସରକାର । ଓଡ଼ିଶାବାସୀଙ୍କୁ କାହିଁକି ପାଣି ଯୋଗାଇ ଦିଆଗଲାନି ଏହାର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଏଭଳି ଢଙ୍ଗରେ ବର୍ଷିଛି ବିଜେପି । ଓଡ଼ିଶାକୁ ଜଣେ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ଅର୍ଥାତ ପ୍ରାୟ ୧୦ ହଜାର ଦିନ ଶାସନ କଲେଣି । କିନ୍ତୁ ଏବେ ବି ୪୦ ପ୍ରତିଶତ ପରିବାର ପାଖରେ ପିଇବା ପାଣି ପହଞ୍ଚି ପାରୁନାହିଁ ।

Advertisment

ସ୍କୁଲରେ ଡ୍ରପ ଆଉଟ୍ ବଢୁଛି, କାରଣ ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ନାହିଁ । ପିଲାଙ୍କୁ ଶିକ୍ଷକମାନେ ୨ କିଲୋମିଟର ଦୂରକୁ ପାଣି ଆଣିବା ପାଇଁ ପଠାଉଛନ୍ତି । ୩୦ ପ୍ରତିଶତ ବିଦ୍ୟାଳୟରେ ପିଇବା ପାଣି ନାହିଁ । କେନ୍ଦ୍ର ସରକାର ଜଳ ଜୀବନ ମିଶନରେ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ମାତ୍ର ୮୩୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । କାରଣ ବିଜେଡି ସରକାର ବ୍ଲାକ ଲିଷ୍ଟ କମ୍ପାନୀମାନଙ୍କୁ କାମ ଦେଇ କେନ୍ଦ୍ର ଟଙ୍କାକୁ ହଡ଼ପ କରୁଛି ।

ତେଣୁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରୁନାହିଁ ବୋଲି ଅଭିଯୋଗ କରିଛି ବିଜେପି। ବିଜେଡ଼ି ମହାନଦୀ ମହାଆନ୍ଦୋଳନ କରିଥିଲା, ତାହା କୁଆଡେ ଗଲା ବୋଲି ବିଜେପି ପ୍ରଶ୍ନ କରିଛି। ତେବେ ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି । 

Advertisment

ଅଧିକ ପଢ଼ନ୍ତୁ: କିଏ ଜିତିବ ୨୦୨୪ ବାଜି ? କାହାର ହେବ କୋରାପୁଟ ଲୋକସଭା ଆସନ ?

ଅନ୍ୟପଟେ ପାନୀୟ ଜଳ ଯୋଗାଣର କିଛି ଅବ୍ୟବସ୍ଥିତ ଢ଼ାଞ୍ଚା ଆମ ସାମ୍ନାକୁ ଆସିଛି । ବସୁଧା ଯୋଜନା କେବଳ ସ୍କୁଲ କାନ୍ଥରେ ସୀମିତ। କାମ କରୁନି ପାଣିଟାଙ୍କି । ଶୁଖିଲା ପଡିଛି କୂଅ । ଆଉ ନଳକୂଅ ଖାଲି ନାମକୁ ମାତ୍ର । ଖରାକୁ ବଳି ଯାଉଛି ସବୁଦିନିଆ ପାଣି ଯୋଗାଡ ।

ଆମେ କହୁଛୁ କୋରାପୁଟ ଜିଲ୍ଲା ପଦ୍ମପୁର ପଂଚାୟତ ପରଜାଲିମିକା ଗାଁର କଥା । ଖରାଦିନ ଆରମ୍ଭ ହେଲେ ଏଠି ଚାଲେ ପାଣି ପାଇଁ ପ୍ରତିଯୋଗିତା । ପାହାଡ଼ କଡ ନାଳରୁ ଲୁଗା ବାନ୍ଧି ପାଣି ଛାଣି ଆଣିଥାନ୍ତି ଗ୍ରାମବାସୀ। ଗାଁଟି ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୧୦ କିମି ବାଟ ଥିଲେ ବି ଲୋକଙ୍କ ଜଳକଷ୍ଟକୁ ଯେମିତି ଆଖି ବୁଜି ଦେଇଛି ପ୍ରଶାସନ।

Advertisment

ତେଣେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସମଣା ଅଂଚଳରେ ବିଚିତ୍ର ସ୍ଥିତି । ବୈତରଣୀ କୂଳରେ ରହୁଛନ୍ତି ଲୋକେ, କିନ୍ତୁ ମିଳିପାରୁନି ମୁନ୍ଦାଏ ବିଶୁଦ୍ଧ ପାଣି । ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ବୋରୱେଲ ପାଖରେ ଅପେକ୍ଷା କରୁଛନ୍ତି ମହିଳା । ଗାଁରେ ପାଇପ୍ ପଡି ଷ୍ଟାଣ୍ଡ ପୋଷ୍ଟ ଲାଗିଛି । କିନ୍ତୁ ବାହାରୁନି ପାଣି । ଏପରିକି ନଦୀ କୂଳରେ ଏକ ପାନୀୟଜଳ ପ୍ରକଳ୍ପ ବି ନିର୍ମାଣ କରାଯାଇଥିଲା। ଯାହାକି କିଛିଦିନ ଚାଲିବା ପରେ ଏବେ ଅଚଳ ହୋଇପଡିଥିବା ଅଭିଯୋଗ ହୋଇଛି। ଏନେଇ ବହୁବାର ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେବି ଫଳ ଶୂନ।

ତେବେ ଦେଖାଯାଉ ପ୍ରଶାସନର ନିଦ କେବେ ଭାଙ୍ଗୁଛି, ଆଉ ଲୋକଙ୍କୁ ଜଳ ସୁବିଧା କେବେ ମିଳୁଛି। ଲୋକଙ୍କ ଅଭିଯୋଗ ନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

BJD BJP Congress Odisha Politics Golak Mohapatra General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ