Advertisment

ଚାଲିଛି ବିଜେପି ବିଧାୟକ ଦଳ ବୈଠକ; କିଛି ସମୟ ମଧ୍ୟରେ ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ...

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ । କିଏ ହେବେ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି...

ଅଦ୍ୟତନ ହୋଇଛି
Who Will Be Odisha BJP Cheif Minister

Cheif Minister

Advertisment

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ । ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିଛନ୍ତି । ୩ କେନ୍ଦ୍ରମନ୍ତ୍ରୀ, ନବନିର୍ବାଚିତ ସାଂସଦମାନେ ବୈଠକରେ ମଧ୍ୟ ଉପସ୍ଥିତ ରହିଛନ୍ତି । 

Advertisment

ସେପଟେ କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? କାଲି ଶପଥ ଗ୍ରହଣ ଥିବା ବେଳେ ସସପେନ୍ସ ବଢୁଛି। ଆଜି ନାଁ ଉପରେ ମୋହର ବାଜିପାରେ । ବିଧାୟକ ଦଳ ନେତା ଚୟନ ପାଇଁ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ । ବିଧାୟକ ଦଳ ବୈଠକରେ ମଧ୍ୟ ଯୋଗ ଦେଇଛନ୍ତି । ବିଜେପି ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି ରାଜନାଥ ଓ ଭୂପେନ୍ଦ୍ର ଯାଦବ। ବିଚାରବିମର୍ଶ ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। କାହା ନାଁରେ ବାଜିବ ମୋହର ? କିଏ ବିଜେପି ବିଧାୟକ ଦଳ ନେତା ମନୋନୀତ ହେବେ ? ରେସରେ ଥିବା ନେତାଙ୍କ ହୃତସ୍ପନ୍ଦନ ବି ବଢିଛି। ମୁଖ୍ୟମନ୍ତ୍ରୀ ରେସରେ ବିଧାୟକ ସୁରେଶ ପୂଜାରୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି।

ଅଧିକ ପଢ଼ନ୍ତୁ: ଉତ୍ସାହିତ ନବନିର୍ବାଚିତ, ପ୍ରଥମ ଥର ବିଧାନସଭା ଯିବେ ରାଜ୍ୟର ୮୨ ବିଧାୟକ

Advertisment

ଏଥିସହ ଉପ-ମୁଖ୍ୟମନ୍ତ୍ରୀ ପାଇଁ ବିଧାୟକ ମୋହନ ଚରଣ ମାଝୀ ଓ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଚାଲିଛି। ସେହିପରି ନୂଆ ମନ୍ତ୍ରିମଣ୍ଡଳରେ କେଉଁ ବିଧାୟକଙ୍କୁ ସୁଯୋଗ ମିଳିବ ସେନେଇ ବି ଚର୍ଚ୍ଚା ଜୋର ଧରିଛି। ସମୟ ଗଡ଼ିବା ସହ ବଢୁଛି ଉତ୍କଣ୍ଠା। ମନ୍ତ୍ରୀ ରେସରେ ହେଭିୱେଟ କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି। ଏହା ସହ ନୂଆ ମୁହଁ ଭାବେ ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ। 

ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଶପଥ ନେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଭିଭିଆଇପି ଉପସ୍ଥିତ ରହିବେ। 

Advertisment
BJP Rajnath Singh CM Chief Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ