ଶାସକ ଦଳ ଉପରେ ବର୍ଷିଲେ ବୈଜୟନ୍ତ, କହିଲେ ପ୍ରଗତିରେ ପଛରେ ପଡ଼ିଛି ଓଡ଼ିଶା

ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ସରକାରଙ୍କ ପୋଲ୍ ଖୋଲିଛନ୍ତି ବୈଜୟନ୍ତ । ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢିଛି ବୋଲି କହିଛନ୍ତି ବୈଜୟନ୍ତ ।

Baijayant Panda

ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ସରକାରଙ୍କ ପୋଲ୍ ଖୋଲିଛନ୍ତି ବୈଜୟନ୍ତ । ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢିଛି ବୋଲି କହିଛନ୍ତି ବୈଜୟନ୍ତ । ଏଥିପାଇଁ ସାରା ପୃଥିବୀରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି । ପୃଥିବୀ ସାରା ବିଭିନ୍ନ ଦେଶମାନେ ଭାରତର ସାହାଯ୍ୟ ଲୋଡୁଛନ୍ତି ।

ପ୍ରତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡୁଛନ୍ତି । ଭାରତ ପ୍ରଗତିରେ କିନ୍ତୁ ଓଡ଼ିଶା ବେଶ୍‌ ପଛରେ ପଡ଼ିଯାଇଛି ବୋଲି ସେ କହିଛନ୍ତି । ଓଡ଼ିଶା ବହୁତ ଆଗକୁ ଯାଇପାରିଥାନ୍ତା, କିନ୍ତୁ ତାହା ହୋଇପାରିନି । ସେହିପରି ପ୍ରେସମିଟରେ ବିଜେପି ସଂକଳ୍ପ ପତ୍ରର ୫ଟି ବିନ୍ଦୁର ଅବତାରଣା କରିଛନ୍ତି ବୈଜୟନ୍ତ । ଏଠିକାର ଶାସକ ଦଳ ୧୭ ବର୍ଷ ତଳେ କହିଥିଲେ ୩୩% ଜଳସେଚନ ହେବ ।

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହୋଇପାରିନି । ଓଡ଼ିଶାର ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ସ୍ଥଗିତ ଜଳସେଚନ ପ୍ରକଳ୍ପକୁ ପୁଣି ତ୍ୱରିତ ବେଗରେ ଆଗକୁ ନିଆଯିବ ବୋଲି କହିଛନ୍ତି ବୈଜୟନ୍ତ । ୨୦୨୯ ସୁଦ୍ଧା ୩ ଗୁଣା ଅଧିକ ଜମିକୁ ଜଳସେଚନ କରାଯିବ । ବିଜେପି ସରକାର ଆସିଲେ ୩୧ଶହ ଟଙ୍କାରେ ଧାନ କିଣାଯିବ ବୋଲି କହିଛନ୍ତି ।

ବିକାଶର ସୁନେଲି ସ୍ୱପ୍ନ ଦେଖାଇ ବୈଜୟନ୍ତ ପଣ୍ତା କହିଛନ୍ତି ଯେ, ୪୮ ଘଣ୍ଟାରେ ଚାଷୀଙ୍କୁ ଡିବିଟି ଜରିଆରେ ତାଙ୍କ ପ୍ରାପ୍ୟ ମିଳିଯିବ । ଅଣଉତ୍ପାଦନ ସମୟରେ ମତ୍ସ୍ୟଜୀବୀକୁ ୧୦ ହଜାର ଟଙ୍କାର ସହାୟତା ମିଳିବ । ଓଡ଼ିଶାରେ ବହୁ ସଂଖ୍ୟାରେ ପଦବୀ ଖାଲିପଡ଼ିଛି, ନିଯୁକ୍ତି ଦିଆଯାଇନି । ବିଜେପି ପ୍ରତିଜ୍ଞା କରୁଛି ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦିଆଯିବ ବୋଲି ବୈଜୟନ୍ତି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଆଗାମୀ ଦିନରେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ନିଯୁକ୍ତିରେ ଓବିସି ଏବଂ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ସେ ଦୃଢ଼ୋକ୍ତିର ସହ କହିଛନ୍ତି । ସେହିପରି ଓଡ଼ିଶାରେ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଫଳରେ ଭିତ୍ତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ । ଅନ୍ୟପଟେ ସମ୍ବଲପୁର, ରାଉରକେଲା, ଧାମରା, ପାରାଦୀପକୁ ନେଇ ଶିଳ୍ପ କରିଡ଼ର ହେବ ବୋଲି କହିଛନ୍ତି ।

ଶିଳ୍ପ କରିଡ଼ର ହେଲେ ଲକ୍ଷ ଲକ୍ଷ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଫଳରେ ଜୀବନଧାରଣ ମାନ ଉନ୍ନତ ହେବ । ଭିକେ ପାଣ୍ତିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ନାମ ନନେଇ ତେରଚ୍ଛା ତୀର ମାରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟ ସରକାର ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି । ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି ବୋଲି ସେ କହିଛନ୍ତି ।

ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର । ଲୋକଙ୍କୁ ଧୈର୍ଯ୍ୟ, ସାହସ ଦେବାକୁ ସୁଶାସନର ନିମନ୍ତ୍ରଣ ଦିଆଯାଇଛି । ସାରା ଓଡ଼ିଶାବାସୀଙ୍କୁ ସରକାର ଗଠନ ନେଇ ମୋଦି ନମ୍ର ନିମନ୍ତ୍ରଣ ଦେଇଛନ୍ତି । ସେହିପରି ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡିର ପ୍ରଚାର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବୈଜୟନ୍ତ ।

ଅଧିକ ପଢ଼ନ୍ତୁ: ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ ...'

ଭୟରେ ଶାସକ ଦଳ ବିଭିନ୍ନ ଅପପ୍ରଚାର କରୁଥିବା କହିଛନ୍ତି ବୈଜୟନ୍ତ । ଏହାର କୌଣସି ସତ୍ୟତା ନଥିବା କହିଛନ୍ତି । କେନ୍ଦ୍ରର କୌଣସି ଯୋଜନା କେନ୍ଦ୍ର ସରକାର କେବେ ହେଲେ ବନ୍ଦ କରିବେ ନାହିଁ । ଲୋକ ଜାଣିଗଲେଣି ଆବାସ, ରାସନ ସବୁ କେନ୍ଦ୍ର ସରକାର ଦେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ଯୋଜନାରେ ନିଜ ଷ୍ଟାମ୍ପ ମାରି ଛାଡୁଛନ୍ତି ବୋଲି କହିଛନ୍ତି ।

ଲୋକ ସବୁ କିଛି ଜାଣିଗଲା ପରେ ଶାସକ ଦଳ ଭୟଭୀତ ହୋଇପଡ଼ିଛି । ଏଣୁ ଏପରି ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ବୈଜୟନ୍ତି ବିଷୋଦଗାର କରିଛନ୍ତି । ପରାଜୟ ଭୟରେ ସେମାନେ ଏମିତି ଅପପ୍ରଚାର କରୁଛନ୍ତି ବୋଲି ସେ କହିଛନ୍ତି । କୌଣସି ଯୋଜନା ବନ୍ଦ ହେବନି, ବିଜେପି ଆସିଲେ ଆୟୁଷ୍ମାନ ଭାରତ ଲାଗୁ ହେବ।

ଅନ୍ୟପଟେ କେନ୍ଦ୍ରାପଡ଼ାରେ ବିଜେପି ବହୁମତ ପାଇବ କହିଲେ ବୈଜୟନ୍ତ ପଣ୍ଡା । ସାରା ଓଡ଼ିଶାରେ ମୋଦି ଲହର ଚାଲିଛି, କେନ୍ଦ୍ରାପଡ଼ାରେ ପ୍ରବଳ ଚାଲିଛି । ଦୈନିକ ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି । ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ନିଶ୍ଚିତ ଜିତି ମୋଦିଙ୍କ ୪ଶହ ପାର୍‌ ଅଂଶବିଶେଷ ହେବୁ । ସମସ୍ତ ୭ ବିଧାନସଭାରେ ବହୁମତ ପାଇ ଓଡ଼ିଶା ସୁଶାସନରେ ସାମିଲ ହେବୁ ବୋଲି କହିଛନ୍ତି ବୈଜୟନ୍ତ ।