Advertisment

ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ, ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ!

ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।

ଅଦ୍ୟତନ ହୋଇଛି
Lok Sabha Elections 2024

Odisha Politics

Advertisment

ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।

Advertisment

ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସମେତ ୮ଟି ରାଜ୍ୟରୁ ଆସିଥିବା ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି ୮ଟି ରାଜ୍ୟ ଗୁଡ଼ିକ ହେଲା ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା, ଓଡ଼ିଶା, ସିକ୍କିମ, ମହାରାଷ୍ଟ୍ର ଓ ଗୁଜରାଟ । ଖବର ସରବରାହ ସଂସ୍ଥା ANIର ସୂଚନା ଅନୁସାରେ, ଉତ୍ତରପ୍ରଦେଶର ୨୫ଟି ସିଟ୍, ରାଜସ୍ଥାନର ୧୦ଟି ସିଟ୍, ପଶ୍ଚିମବଙ୍ଗର ୨୩ ସିଟ୍ ଓ ହରିୟାଣା ପରେ ଓଡ଼ିଶା ସଂପର୍କରେ ଆଲୋଚନା ହୋଇଥିଲା ।

ଅଧିକ ପଢ଼ନ୍ତୁ: ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ବିଜେପିର ଏକାକୀ ନିର୍ବାଚନ କସରତ

ଓଡ଼ିଶାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଦଳୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି, ସାଂସଦ ଜୁଏଲ ଓରାମ, ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Advertisment

ତେବେ ଆଜି ପୁଣି ଓଡ଼ିଶା ଲୋକସଭା ଆସନ ସଂପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ଗତକାଲି ବୈଠକ ପରେ ସୂଚନା ଦେଇଛନ୍ତି ମନମୋହନ ସାମଲ । ଗତକାଲି ନିର୍ବାଚନ ପରିଚାଳନା ସଂପର୍କରେ ଆଲୋଚନା ହୋଇଥିବା ସେ କହିଥିଲେ । ସୂଚନା ଅନୁସାରେ, କୋର କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବା ପରେ, ଏହାକୁ ଚୂଡ଼ାନ୍ତ କରିବା ପାଇଁ ପାଇଁ ସେଣ୍ଟ୍ରାଲ୍ ଇଲେକ୍ସନ କମିଟି ପାଖକୁ ପଠାଯିବ ।

ଆସନ୍ତାକାଲି ବସିପାରେ ବିଜେପିର ସିଇସି ବୈଠକ । ଏଭଳି ସ୍ଥିତିରେ ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ ରହୁଛି କି ନାହିଁ, ତା ଉପରେ ନଜର ।

Advertisment

BJP General Elections 2024 Election Commission Lok Sabha Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ