କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପ୍ରଚାର; ରୋଡ୍ ଶୋ କଲେ, ଲୋକଙ୍କ ଦୁଃଖ ବୁଝିଲେ

କେନ୍ଦ୍ରାପଡ଼ା ରାଜକନିକାରେ ବିଜେପିର ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ପ୍ରଚାର । ଏଥିରେ ଆଳିରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।

Election

କେନ୍ଦ୍ରାପଡ଼ା ରାଜକନିକାରେ ବିଜେପିର ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ପ୍ରଚାର । ଏଥିରେ ଆଳିରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଛନ୍ତି । ରୋଡ୍ ଶୋ’ ରାଜକନିକା ନେଉଳଗଡ଼ିଆରୁ ବାହାରି ଆୟତ୍ତନ ପଡ଼ିଆ ଯାଏଁ ଚାଲିବ ।

ଆଖପାଖର ୭ ପଞ୍ଚାୟତର ବିଜେପି ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ । ଅନ୍ୟପଟେ କେନ୍ଦ୍ରାପଡ଼ା ଆଳିରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଜି କେନ୍ଦ୍ରାପଡ଼ା ଆଳିରେ ବୁଥ୍ ସ୍ତରୀୟ କାର୍ଯକର୍ତ୍ତା ସମ୍ମିଳନୀରେ ସାମିଲ ହୋଇଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ଏଥିରେ ବହୁ ସଂଖ୍ୟାରେ ଲୋକେ ବିଜେପି ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଆଳି ୨ ନମ୍ବର ଜୋନ୍ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଚଳିତ ନିର୍ବାଚନରେ କିଭଳି ବୁଥ୍ ସ୍ତରକୁ ମଜବୁତ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହାସହ ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ । ସେପଟେ କାର୍ଯ୍ୟକ୍ରମରେ ଆଳିର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇଥିଲେ । ସେପରି ପଟ୍ଟାମୁଣ୍ଡାଇ ମଧ୍ୟ ଗସ୍ତ କରିଛନ୍ତି ବୈଜୟନ୍ତ ପଣ୍ତା । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବେଲତଳର ମୃତ ଗୁରୁଚରଣ ପାତ୍ର, ରବିବଲ୍ଳଭ ନାୟକଙ୍କ ଘରକୁ ଯାଇ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସାନ୍ତ୍ୱନା ଦେଇଛନ୍ତି ।

ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କରିଥିବା କଖାରୁଣୀ ଗାଁର ଦିଲ୍ଲୀପ ମଲ୍ଲିକଙ୍କ ୧୨ ବର୍ଷର ପୁଅ ଚୁନମୁନ ମଲ୍ଲିକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ପରେ ସେହି ଗାଁର କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ରତି ରଞ୍ଜନ ପଟ୍ଟନାୟକଙ୍କ ପରିବାର ଲୋକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ସେହିପରି କାକୁଡ଼ିଆପଡ଼ା ଗାଁର ମୃତକ ଚମ୍ପା ସେଠୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବିଜେପି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।