Advertisment

ବିରୋଧ କରିଛି ତ ପ୍ରମାଣ ଦିଅ, ନହେଲେ ବିତର୍କକୁ ଆସ: ଅପରାଜିତା

ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯଦି ବିରୋଧ କରିଛି ତେବେ ପ୍ରମାଣ ଦିଅ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା ।

ଅଦ୍ୟତନ ହୋଇଛି
Aparajita Sarangi Takes A Dig On CM Naveen Patnaik

Aparajita Sarangi

Advertisment

ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯଦି ବିରୋଧ କରିଛି ତେବେ ପ୍ରମାଣ ଦିଅ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅପରାଜିତା ।

Advertisment

ଏଥିପାଇଁ ପୂର୍ବରୁ ୭୨ ଘଣ୍ଟା ସମୟ ଦେଇଥିଲି, କିନ୍ତୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିଲେ ନାହିଁ । ଭୁବନେଶ୍ୱରରେ କରିଥିବା ବିକାଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ୱାନ କରିଛନ୍ତି ଅପରାଜିତା ଷଡ଼ଙ୍ଗୀ । ତାଙ୍କ ଅଭିଯୋଗ ନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢ଼ନ୍ତୁ: ‘ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି’

Advertisment

ସୂଚନାଯୋଗ୍ୟ ଗତ କିଛିଦିନ ତଳେ, ଭିଡିଓ ବାର୍ତ୍ତା ମାଧ୍ୟମରେ ନବୀନ ଲିଙ୍ଗରାଜ ଆକ୍ଟକୁ ଅପରାଜିତା ବିରୋଧ କରିଥିବା ନେଇ ଅଭିଯୋଗ ଆଣିଥିଲେ । ତେବେ ଅଭିଯୋଗର ତଥ୍ୟ ଓ ପ୍ରମାଣ ସହ ସେବେ ସ୍ପଷ୍ଟୀକରଣ ରଖିଥିଲେ ଅପରାଜିତା । ଲିଙ୍ଗରାଜ ମନ୍ଦିର କାମକୁ କେବେବି ବିରୋଧ କରିନି ବୋଲି ସେ କହିଥିଲେ । ଅପରାଜିତା କହିଛନ୍ତି ଯେ, ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ମିଛ ଅଭିଯୋଗ ଶୁଣିବା ପରେ ସେ ରାଗୁ ନାହାନ୍ତି, କିନ୍ତୁ ମର୍ମାହତ । କାରଣ ମୁଖ୍ୟମନ୍ତ୍ରୀ ତାଙ୍କୁ ଅତୀତରେ ଭଲ କାମ କରିବାକୁ ନେଇ ପ୍ରଶଂସା କରିଥିବା ବେଳେ ବର୍ତ୍ତମାନର ଅଭିଯୋଗ, ତାଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । 

ଯଦି ବିରୋଧ କରିଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି- ତାହାଲେ ୭୨ ଘଣ୍ଟା ଭିତରେ ତା’ର ପ୍ରମାଣ ଦିଅନ୍ତୁ ବୋଲି ସେ କହିଥିଲେ । ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖର ବିକାଶ ମୋର ଲକ୍ଷ୍ୟ । ତେଣୁ କେବେ ଓ କେଉଁ ସମୟରେ ଏ ପ୍ରକଳ୍ପକୁ ମୁଁ ବିରୋଧ କରିଛି ସେ ନେଇ ଠୋସ୍ ପ୍ରମାଣ ଅଛି ନା ମୁଖ୍ୟମନ୍ତ୍ରୀ ଖାଲି କାଗଜ ପଢ଼ିଦେଲେ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।

Advertisment

ଭୁବନେଶ୍ୱରର ଉନ୍ନତି ପାଇଁ କେବେ ବି କୌଣସି ବିଜେଡି ନେତା ପ୍ରସ୍ତାବ ଦେଇନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିବା ସହ ପୂର୍ବରୁ ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଭୁବନେଶ୍ୱର ପାଇଁ ଭଲ କାମ କହି ପ୍ରଶଂସା କରିଥିଲେ । ଆଉ ଏବେ କିଛି କରିନାହାନ୍ତି ବୋଲି କହୁଛନ୍ତି- ତେଣୁ ସେ ରିପୋର୍ଟ କାର୍ଡ ପଢ଼ି ଦିଅନ୍ତୁ ବୋଲି କହିଥିଲେ ଅପରାଜିତା ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’

ଏଥିସହ ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ, ଜଣେ ପ୍ରଥମ ଥରର ସାଂସଦଙ୍କୁ ଅଙ୍ଗୁଳି ଉଠାଉଛନ୍ତି ବୋଲି ଅପରାଜିତା ପ୍ରଶ୍ନ କରିବା ସହ ସେ ଗତ ୫ ବର୍ଷରେ କ’ଣ କରିଛନ୍ତି ସେ ନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନ ଓ ସମୟ ମାଗିଛନ୍ତି । ଏଥିସହ ଐତିହ୍ୟ ଉନ୍ନତିକରଣ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନଥିବା ଏକ ଦକ୍ଷିଣ ଭାରତୀୟ ସଂସ୍ଥା ଭୂମିପୁତ୍ରକୁ କିପରି ଶ୍ରୀମନ୍ଦିର ପ୍ରକଳ୍ପ ଡିପିଆର୍ ପ୍ରସ୍ତୁତି ପାଇଁ ଅନୁମତି ଦିଆଗଲା ସେ ନେଇ ବି ପ୍ରଶ୍ନ ଉଠାଇଥିଲେ ଅପରାଜିତା ।

Aparajita Sarangi Odisha Election Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ