Advertisment

‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାଁନ୍ତି, ଅବସର ନେଇଯାଆନ୍ତୁ’

ଦେବାଶିଷଙ୍କ କଡ଼ା ସମାଲୋଚନା । ବିଜେଡିକୁ କଡ଼ା ସମାଲୋଚନା କଲେ ଦେବାଶିଷ ନାୟକ । କହିଲେ, ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ’

ଅଦ୍ୟତନ ହୋଇଛି
Debashis Nayak takes a dig at BJD

Debashis Nayak takes a dig at BJD

Advertisment

ବିଜେଡିକୁ ଦେବାଶିଷଙ୍କ କଡ଼ା ସମାଲୋଚନା । ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍‌ଙ୍କ ଉପରେ ବର୍ଷିଛନ୍ତି ଦେବାଶିଷ । ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ପ୍ରେସମିଟ୍ କରି ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି । 

Advertisment

ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇ ଏବେ ଅବସର ନିଅନ୍ତୁ । ମେଣ୍ଟ ପାଇଁ ବିଜେପି ନୁହେଁ, ବିଜେଡି ଗୋଡ଼ାଉଥିଲା ବୋଲି କହିଛନ୍ତି ବିଜେପି ନେତା ଦେବାଶିଷ ନାୟକ।

ସେହିପରି ପ୍ରାର୍ଥୀ ନୁହେଁ, ନବୀନଙ୍କ ନାଁରେ ଭୋଟ ଦେବାକୁ ପାଣ୍ଡିଆନଙ୍କ ଅପିଲକୁ ନେଇ ବର୍ଷିଛନ୍ତି ଦେବାଶିଷ । ବିଧାୟକ ଓ ସାଂସଦ କାହିଁକି ନୋମିନେସନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଆସିଲା ବୋଲି ନବୀନ ନିବାସ ଗେଟ ଖୋଲିଲା ଏବଂ ନୋମିନେସନ ପରେ ଏହା ବନ୍ଦ ହୋଇଯିବ ବୋଲି କହିଛନ୍ତି ବିଜେପି ନେତା ଦେବାଶିଷ ନାୟକ। ।

Advertisment

ସେହିଭଳି ଚଳିତ ନିର୍ବାଚନ ନିର୍ଣ୍ଣାୟକ ହେବ । ଓଡ଼ିଶାରେ ବିଜେପି ସମସ୍ତ ୨୧ ଲୋକସଭା ଆସନରେ ଜିତିବ ଏବଂ ଡବଲ ଇଂଜିନ ସରକାର ହେବ ବୋଲି ଦୃଢୋକ୍ତି କରିଛନ୍ତି ଦେବାଶିଷ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । 

Advertisment
BJD BJP Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ