ପାଣ୍ତିଆନଙ୍କୁ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ତେରଚ୍ଛା ବାଣ, ୨୫ବର୍ଷ ଶାସନ ଉପରେ ଉଠିଲା ପ୍ରଶ୍ନ

ଓଡ଼ିଶା ବାହାର ଲୋକ ଦ୍ୱାରା ରାଜ୍ୟ ଚଳାଇବା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ୨ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଏହା କହିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ୍ ନେତା ବିପ୍ଳବ କୁମାର ଦେବ ।

Odisha Politics

ଓଡ଼ିଶା ବାହାର ଲୋକ ଦ୍ୱାରା ରାଜ୍ୟ ଚଳାଇବା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ୨ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଏହା କହିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ୍ ନେତା ବିପ୍ଳବ କୁମାର ଦେବ । ଆଜି ରାୟଗଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଏବଂ ଗୁଣୁପୁର ଯାଇ ବିଜେପି କର୍ମୀ ସମ୍ମିଳନୀରେ ଯୋଗ ଦେଇଛନ୍ତି ବିପ୍ଳବ ଦେବ ।

ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି, ବିଜେଡି ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି.କେ. ପାଣ୍ଡିଆନଙ୍କୁ ସେ ଜୋରଦାର ଟାର୍ଗେଟ୍ କରିଛନ୍ତି । ଏଥିସହ ଉଭୟ କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି । ତେବେ ତାଙ୍କ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ସେପଟେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ମଧ୍ୟ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିରୋଦରେ ଗର୍ଜିଛନ୍ତି । ମୋଦିଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ଯ୍ୟାଦା ସ୍ୱତନ୍ତ୍ର । ଜି-୨୦ ସମ୍ମିଳନୀରେ ଓଡ଼ିଶାର କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର କଳା, ସଂସ୍କୃତିକୁ ମୋଦିଙ୍କ ଭଲ ପାଇବାର ଏହା ହେଉଛି ନିଦର୍ଶନ ।

ଭୁବନେଶ୍ବରରେ ଆୟୋଜିତ ଏକ ପ୍ରେସମିଟରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଏସ୍‌. ଜୟଶଙ୍କରଙ୍କ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ପ୍ରାକୃତିକ ସଂପଦ ଓ ପ୍ରତିଭାରେ ଭରପୂର । କଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ କି ? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି ?

ଓଡ଼ିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ । କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତାର ନିଦର୍ଶନ । ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ କାହିଁକି ବାଛିଲେ । ଓଡ଼ିଶାରୁ ଯାହା ଆମେ ସମସ୍ତେ ଆଶା କରୁଛୁ, ତାହା ପାଉଛୁ କି ? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ । ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ ।

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ ଓ ଦକ୍ଷତା ରହିଛି । ମୋଦିଙ୍କ ବିକାଶକୁ ଆଗେଇ ନେଲା ଭଳି ସରକାର ଏଠି ହେବା ଉଚିତ । ଓଡ଼ିଶା ସହଯୋଗରେ ସଂସଦରେ ୪ଶହ ପାର୍ ହେବା ବିଶ୍ୱାସ ରହିଛି । ଓଡ଼ିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇନି ବୋଲି କହିଛନ୍ତି ଜୟଶଙ୍କର ।

ଚଳିତ ନିର୍ବାଚନରେ ଓଡ଼ିଶାର ଲୋକ ମୋଦିଙ୍କୁ ସଶକ୍ତ କରିବା ନେଇ ବିଶ୍ୱାସ ରହିଛି । ଏଥିସହ ମୋଦିଙ୍କ ଗ୍ୟାରେଣ୍ଟି ସୀମା ପାର୍ ବି କାମ କରିଥାଏ । କେହି ଭାରତୀୟ ବାହାର ଦେଶରେ ଫସିଲେ ସେମାନଙ୍କୁ ଉଦ୍ଧାର କରାଯାଉଛି । ୟୁକ୍ରେନ, ସୁଦାନ, ଇସ୍ରାଏଲରୁ ଓଡ଼ିଶା ଲୋକଙ୍କୁ ଉଦ୍ଧାର କରାଯାଇଛି ।