Advertisment

ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ଅଦ୍ୟତନ ହୋଇଛି
Bijoy Mohapatra Son Joins BJD

Aravind Mohapatra

Advertisment

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ସମର୍ଥକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ସେଠି ବିଧିବଦ୍ଧ ଭାବେ ସେ ବିଜେଡିରେ ମିଶିଛନ୍ତି। ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ାର ଜଣାଶୁଣା ଚେହେରା ବିଜୟ ମହାପାତ୍ର। ବିଜେଡି ଗଠନ ବେଳେ ବିଜୟଙ୍କର ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା। ହେଲେ ବିଜେଡି ସହ ସମ୍ପର୍କ ତିକ୍ତତା ପରେ ବିଜେପିରେ ମିଶିଥିଲେ। ଏବେ ବିଜେପି ସହ ବି ଅଲଗା ହେବା ପରେ ତାଙ୍କ ପୁଅ ବିଜେଡିରେ ମିଶିଛନ୍ତି।

Advertisment

କିଛି ଦିନ ତଳେ ନଳିନୀ ମହାନ୍ତିଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ମିଶିଛନ୍ତି। ବିଜୁ ବାବୁଙ୍କ ଅମଳର କେନ୍ଦ୍ରାପଡ଼ା ଜିଲ୍ଲାର ନେତାଙ୍କ ପର ପିଢ଼ି ମାନେ ଏବେ ଗୋଟେ ପରେ ଗୋଟେ ବିଜେଡିରେ ମିଶୁଛନ୍ତି। ଯାହା କେନ୍ଦ୍ରାପଡ଼ା ରାଜନୀତିରେ କିଛି ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ମିଳିଲା ସ୍ପଷ୍ଟ ସଙ୍କେତ...ଗୋଟିଏ ମଞ୍ଚରେ ବସିବେ ବିଜେଡି-ବିଜେପି, ମେଣ୍ଟ ପକ୍କା !

Advertisment

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ ରାଜନୀତି। ନିକଟରେ ବିଜେଡିର ଅନେକ ହେଭିୱେଟ୍‌ ନେତା ପଦ୍ମ ଶିବିରରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ବିଜେଡି ବିରୋଧରେ ଗର୍ଜିଥିଲେ। ନିର୍ବାଚନ ପୂର୍ବରୁ ବିଜେଡିକୁ ଶକ୍ତ ଧକ୍କା ଲାଗିବାରେ ଲାଗିଛି। ଗୋଟିକ ପରେ ଗୋଟିଏ ହେଭିୱେଟ୍‌ ନେତା ବିଜେପିର ହାତ ଧରୁଛନ୍ତି।

ଏହାରି ମଧ୍ୟରେ କାଲିଠୁ ରାଜ୍ୟରେ ମେଣ୍ଟ ସରକାର ହେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ ହୋଇଛି। ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ହୋଇଥିବା ବିଜେପିର କୋର୍ କମିଟି ବୈଠକ ପରେ ସୂଚନା ମିଳିଛି ଯେ, ଆସନ୍ତା ୧୨ ତାରିଖରେ ଅମିତ ଶାହା ଓଡ଼ିଶା ଆସିବେ।

Advertisment

ସେତେବେଳେ ହୁଏତ ଗୋଟିଏ ମଞ୍ଚରେ ବିଜେଡି ଓ ବିଜେଡି ମିଳିତ ଭାବେ ମେଣ୍ଟ ହେବାର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ସିଟ୍ ଭାଗବଣ୍ଟା ମଧ୍ୟ ପ୍ରାଥମିକ ସ୍ତରରେ ଛିଣ୍ଡିଛି। ବିଜେପି ଭାଗରେ ୧୪ରୁ ଅଧିକ ଲୋକସଭା ସିଟ୍ ପଡ଼ିପାରେ। ମୋଦିଙ୍କ ମିଶନ ୪୦୦ ପାର୍ କୁ ଲକ୍ଷ୍ୟ ରଖି ଏପରି ରଣନୀତି ହୋଇଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଯୋଡ଼ି ହେବ ୧୫ ବର୍ଷର ପୁରୁଣା ସମ୍ପର୍କ; ମେଣ୍ଟ କରିବେ କି BJD-BJP ?

BJD General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ