Advertisment

କେନ୍ଦ୍ରାପଡା ଆଳିରେ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ବାଇକ୍‌ ରାଲି

କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିରାଟ ରୋଡ ଶୋ କରୁଛନ୍ତି। ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି।

ଅଦ୍ୟତନ ହୋଇଛି
Baijayant Panda Holds Roadshow In Aul Kendrapada

Baijayant Panda

Advertisment

କେନ୍ଦ୍ରାପଡା ଜିଲ୍ଲା ଆଳିରେ ବିଜେପିର ବିରାଟ ରୋଡ଼ ସୋ। କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହି ରୋଡ ଶୋ କରୁଛନ୍ତି। ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି। ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ଆରମ୍ଭ ହୋଇ ସିଦ୍ଧବାଲି ଠାରେ ଶେଷ ହେବ।

Advertisment

ତେବେ ଏହି ରାଲି ଅଙ୍ଗାରକ୍ଷ, ମହନପୁର, ବାଟିପଡା, ଠାକୁରସାହି ,ସାନମଙ୍ଗ, ପାଞ୍ଚଣପଡା, କୁଳସାହି ,ରାଇଁଲୋ ଦେଇ ସିଧବାଲି ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରା ୬ଟି ପଞ୍ଚାୟତର ୧୭ କିଲୋମିଟର ରାସ୍ତା ଅତିକ୍ରମ କରିବ। ଆଖି ସର୍ଜରୀ ପାଇଁ କିଛିଦିନ ପ୍ରଚାରରୁ ବିରତି ନେଇଥିଲେ ବୈଜୟନ୍ତ। ନିର୍ବାଚନୀ ପ୍ରଚାର ବେଳେ ଆଖିରେ ଆଘାତ ଲାଗିବା କାରଣରୁ ତାଙ୍କର ଆଖି ସର୍ଜରୀ ହୋଇଥିଲା।

ଅଧିକ ପଢ଼ନ୍ତୁ: BJPର ହାଇଭୋଲଟେଜ୍‌ ପ୍ରଚାର: ମୋଦି-ଶାହ-ରାଜନାଥଙ୍କ ଗର୍ଜନରେ କମ୍ପୁଛି ରାଜ୍ୟ..ଥରହର ବିରୋଧୀ ଶିବିର

Advertisment

ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବୈଜୟନ୍ତଙ୍କ ବିଶାଳ ମୋଟର ସାଇକେଲ ରାଲି ହୋଇଥିଲା। ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଥିଲେ। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟିକୁ ଭରସା କରି ଏଥର ଜନତା କେନ୍ଦ୍ରାପଡା ସମେତ ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ଆଣିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ।

ନିକଟରେ ଭିକେ ପାଣ୍ତିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ନାମ ନନେଇ ତେରଚ୍ଛା ତୀର ମାରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି। ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି ବୋଲି ସେ କହିଛନ୍ତି। ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର। ଲୋକଙ୍କୁ ଧୈର୍ଯ୍ୟ, ସାହସ ଦେବାକୁ ସୁଶାସନର ନିମନ୍ତ୍ରଣ ଦିଆଯାଇଛି। ସାରା ଓଡ଼ିଶାବାସୀଙ୍କୁ ସରକାର ଗଠନ ନେଇ ମୋଦି ନମ୍ର ନିମନ୍ତ୍ରଣ ଦେଇଛନ୍ତି। ସେହିପରି ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡିର ପ୍ରଚାର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବୈଜୟନ୍ତ।

Advertisment
BJP Baijayant Panda Odisha Politics Odisha Elections General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ